ଏକାଠି ଆସିଲେ ମ-ରିଯିବେ ଶହ ଶହ ଲୋକ, ଗୋଟିଏ ବିମାନବନ୍ଦରରୁ ଏକାଠି ଯାଉଛନ୍ତି ଟ୍ରେନ୍ ଏବଂ ପ୍ଲେନ୍।

ପ୍ଲେନ୍ ଏବଂ ଟ୍ରେନ୍ ଦୁହିଁଙ୍କ ଭିତରେ ଆକାଶ ପାତାଳର। ପ୍ଲେନ୍ ବାଦଲ କୁ ଚିରି ଆକାଶରେ ଉଡୁଥିବା ବେଳେ ଟ୍ରେନ୍ ମାଟି ଉପରେ ଲୁହାର ରାସ୍ତାକୁ ଚିରି ଆଗକୁ ବଢ଼ି ଚାଲେ। ଆମ ଦେଶରେ ଦୁଇ ଜଣଙ୍କ ରାସ୍ତା ଅଲଗା ଅଲଗା ସେଥିପାଇଁ ଏମାନଙ୍କ ଭିତରେ କେବେ ଦୁର୍ଘ-ଟଣା ହୁଏନି କିନ୍ତୁ ଆମ ପୃଥିବୀ ପୃଷ୍ଠରେ ଏମିତି କିଛି ଦେଶ ଅଛି ଯେଉଁଠି ବିମାନ ବନ୍ଦର ଏବଂ ରେଲୱେ ଷ୍ଟେସନ ଗୋଟିଏ ଜାଗାରେ। ହଁ ଆଜ୍ଞା ନ୍ୟୁଜଲ୍ୟାଣ୍ଡ ରେ ଏମିତି ଏକ ଅଦ୍ଭୁତ ଜାଗା ଦେଖିବାକୁ ମିଳେ।

ନ୍ୟୁଜିଲ୍ୟାଣ୍ଡର ଗିସବୋର୍ନ ବିମାନବନ୍ଦର ଯେଉଁଠାରୁ କେବଳ ପ୍ଲେନ ଉଡେନି ଟ୍ରେନ ମଧ୍ୟ ଗଡେ। ଗିସବୋର୍ନ ବିମାନବନ୍ଦର ହେଉଛି ଏକ ଆଞ୍ଚଳିକ ବିମାନ ବନ୍ଦର ଯାହାକି ନ୍ୟୁଜିଲ୍ୟାଣ୍ଡର ଉତ୍ତର ଦ୍ୱୀପର ପୂର୍ବ ଉପକୂଳରେ ଥିବା ଗିସବୋର୍ନ ସହରର କେନ୍ଦ୍ରଠାରୁ ୪.୨ କିଲୋମିଟର ଦୂରରେ ଅବସ୍ଥିତ। ଗିସବୋର୍ନ ବିମାନବନ୍ଦର ରନ୍ ୱେ ଦେଇ ରେଲୱେ ଲାଇନ ଯାଇଛି।

ଏ ଦୃଶ୍ୟ ଦେଖିବାକୁ ଯେତିକି ସୁନ୍ଦର୍ ସେତିକି ଭୟଙ୍କର ମଧ୍ୟ। ଯଦି ଏକା ସାଥିରେ ଟ୍ରେନ ଏବଂ ପ୍ଲେନ ଆସନ୍ତି ତେବେ ଶହଶହ ଲୋକଙ୍କର ଜୀବନ ଚାଲିଯିବ। ସମସ୍ତେ ଜଳିପୋଡ଼ି ମ-ରିଯିବେ କିନ୍ତୁ କେହି କାହାକୁ ବଞ୍ଚାଇ ପାରିବେ ନାହିଁ। ସେଥିପାଇଁ ଏଠି ସବୁଠାରୁ ବଡ଼ କାମ ସମୟର ହେଇଥାଏ। ଯଦି ଠିକ୍ ସମୟରେ ଠିକ୍ ମନ ନହୁଏ ତେବେ ସବୁ କିଛି ସରିଯିବ।

ଗିସବୋର୍ନ ବିମାନବନ୍ଦରୁ ପ୍ଲେନ କୁ ଟେକ୍ ଅପ୍ କରିବା ପାଇଁ ହେଲେ ପ୍ରଥମେ ଟ୍ରେନ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଟ୍ରେନ ରେଲୱେ ଲାଇନ ଦେଇ ଯିବା ପରେ ପ୍ଲେନ୍ ରନ୍ ୱେ ଦେଇ ଉପରକୁ ଉଠିବ। ସେଥିପାଇଁ ଏମିତି ଅନେକ ଥର ଟ୍ରେନର କିଛି ଅସୁବିଧା ପାଇଁ ପ୍ଲେନ୍ କୁ ଅପେକ୍ଷା କରିବାକୁ ପଡେ।

Leave a Reply

Your email address will not be published. Required fields are marked *