ହ୍ୟୁମାନ ସାଗରଙ୍କ ମା କହୁଛନ୍ତି ମୋ ପୁଅ 50ଟା ସ୍ତ୍ରୀ ରଖିବ ,ମ-ଦ ଖାଇକି ଗଡିବ ..ହେଲେ ସମାଧାନ କରିବନି

ଚର୍ଚ୍ଚାରେ ଶ୍ରେୟା ମିଶ୍ରଙ୍କ ଓକିଲଙ୍କ ଅଭି-ଯୋଗ । ଶ୍ରେୟାଙ୍କ ଓକିଲଙ୍କ ଅଭି-ଯୋଗ ଅନୁଯାୟୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା କୁଆଡେ ଚାହାଁନ୍ତି ଓ କୁହନ୍ତି କି ତାଙ୍କ ପୁଅ ୫୦ ଟା ସ୍ତ୍ରୀ ରଖିବ ଓ ମ-ଦ ମଧ୍ୟ ପିଇବ । ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଜାଣିଥିବେ କି ଗଲା କିଛି ଦିନ ହେଲାଣି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଦିନକୁ ଦିନ ଅଧିକରୁ ଅଧିକ କୁହୁଳିବାରେ ଲାଗିଛି ।

ଗତକାଲି ଦୁଇ ପକ୍ଷ ଥାନାରେ ହଜାର ହୋଇଥିବା ଦୁଇ ପକ୍ଷ, ଦୁଇ ପକ୍ଷଙ୍କ ଉପରେ ଦୋଷ ଲଦା ଲଦି ହୋଇଥିଲେ । ଶ୍ରେୟାଙ୍କ ଅଭି-ଯୋଗ ଅନୁଯାୟୀ ହ୍ୟୁମାନ ତାଙ୍କୁ କୁଆଡେ ମାନସିକ ଓ ଶାରୀ-ରିକ ନିର୍ଯ୍ୟା-ତନା ଦେଇ ଆସୁଥିଲେ । ମ-ଦ ପିଇ ମା-ଡ଼ ମଧ୍ୟ ମା-ରୁଥିଲେ । ଆଉ ଯେତେବେଳେ ନିର୍ଯ୍ୟା-ତନା ଅସହ୍ୟ ହେଲା ସେତେବେଳେ ସେ ଶାଶୂଘର ଛାଡି ବାପାଙ୍କ ଘରକୁ ଚାଲିଯାଇଥିଲେ । ହ୍ୟୁମାନଙ୍କ ସ୍ତ୍ରୀଙ୍କ କହିବା କଥା ତାଙ୍କ ସ୍ୱାମୀ ତାଙ୍କୁ ଆଦୌ ଭଲ ପାଆନ୍ତି ନାହିଁ ।

ବିବାହ ପରେ ସେ ଅନେକ ଥର ଶ୍ରେୟାଙ୍କୁ ଟଙ୍କା ପାଇଁ କହିଥିଲେ । ବାପାଙ୍କ ଘରୁ ୧୦ ଲକ୍ଷ ଟଙ୍କା ଆଣିବା ପାଇଁ ବାରମ୍ବାର କହିବା ପରେ ଯେତେବେଳେ ଶ୍ରେୟା ହ୍ୟୁମାନଙ୍କ କଥାରେ ରାଜି ହୋଇନଥିଲେ ସେତେବେଳେ ହ୍ୟୁମାନ ତାଙ୍କୁ ନିର୍ଯ୍ୟା-ତନା ଦେଇଥିବା ଶ୍ରେୟା କଟକ ଡିସିପିଙ୍କ ନିକଟରେ ଅଭି-ଯୋଗ କରିଛନ୍ତି ।

ଏହା ପରେ ଡିସିପିଙ୍କ ନିର୍ଦେଶ ଅନୁସାରେ ଗତକାଲି ଉଭୟଙ୍କୁ ଥା-ନାକୁ ଡାକି କାଉନସେଲିଂ କରିଥିଲେ ଆଉ ଏହି ସମୟରେ ଶ୍ରେୟାଙ୍କ ବାପା ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । କହିଥିଲେ ଏକ ରିଆଲିଟି ସୋ ରୁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇଥିଲା ଆଉ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିବାହର ଅନେକ ବର୍ଷ ପରେ ଜ୍ବାଇଁ ଝିଅକୁ ମାର ଧର କରିଥିଲେ ଝିଅ ଜ୍ବାଇଁଙ୍କ ନିର୍ଯା-ତନା ସହି ନପାରି ଶେଷରେ ଶାଶୁ ଘରୁ ଗୋଡ଼ କାଢି ବାପାଙ୍କ ଘରକୁ ଚାଲିଯାଇଥିଲେ ।

ତେବେ କେବଳ ଏତିକିରେ ଅଭି-ଯୋଗ ଶେଷ ହୋଇ ନଥିଲା ବରଂ ଶ୍ରେୟାଙ୍କ ଓକିଲ କହିଥିଲେ କି ହ୍ୟୁମାନଙ୍କ ଝିଅ ହେବା ପରେ ହ୍ୟୁମାନ ଝିଅ କାହିଁକି ହେଲା ବୋଲି ଶ୍ରେୟାଙ୍କ ଉପରେ ରା-ଗୁଥିଲେ । ବାରମ୍ବାର ଧର୍ମ ପରିବର୍ତ୍ତନ କରିବା ପାଇଁ ଶ୍ରେୟାଙ୍କ ଉପରେ ଚାପ ପକାଉଥିଲେ । ଆଉ କହୁଥିଲେ କି ବାପାଙ୍କ ଘରୁ ଟଙ୍କା ଆଣିବାକୁ । ତେବେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି ଶ୍ରେୟାଙ୍କ ଓକିଲ କି ହ୍ୟୁମାନଙ୍କ ମା ମଧ୍ୟ କୁଆଡେ କହୁଥିଲେ କି ମୋ ପୁଅ ୫୦ ଟା ସ୍ତ୍ରୀ କରିବ ସେ ମ-ଦ ପିଇବ । ତେବେ ଏଭଳି ଅଭି-ଯୋଗ କରିବା ପରେ ଗତକାଲି କିନ୍ତୁ ହ୍ୟୁମାନ ଏହି ଅଭି-ଯୋଗକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ କି ତାଙ୍କ ଉପରେ ଯେଉଁ ଅଭି-ଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ମି-ଛ ବୋଲି ।

ସେପଟେ ହ୍ୟୁମାନଙ୍କ ମା ଶ୍ରେୟାଙ୍କ ମାଙ୍କ ବିରୋ-ଧରେ କହିବା ସହିତ ସମୟ ଆସିଲେ ସବୁ ପ୍ରମାଣ ସହ ସାମ୍ନାକୁ ଆଣିବି ବୋଲି ମଧ୍ୟ କହିଛନ୍ତି । ତାଙ୍କ ପୁଅ କେବେ ହେଲେ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ମାଗି ନାହିଁ । ପୁଅ ବୋହୂ ନାଁରେ ଫ୍ଲାଟ ବୋହୁ ନାଁରେ ଗାଡି କରିଛି । ଯଦି ତା ମନରେ ସେମିତି କିଛି ଥାନ୍ତା ତେବେ ସେ ବୋହୁ ନାମରେ ଏତେ ମୂଲ୍ୟବାନ ଜିନିଷ ଆଦୌ କରି ନଥାନ୍ତା ।

ଆଉ ପୁଅ ନାମରେ ଯେଉଁ ଅଭି-ଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ସମୟ ସବୁ ଜଣାଇ ଦେବ । ମୁଁ ଏବେ ମଧ୍ୟ ଚାହେଁ କି ମୋ ପୁଅ ବୋହୂ ମିଶିଯାଆନ୍ତୁ । ହେଲେ ମୋ ବୋହୂର ପରିବାର ଲୋକେ ମୋ ପୁଅକୁ ନଷ୍ଟ କରିଛନ୍ତି । ମୋ ପୁଅ କେବେ ହେଲେ ନି-ଶା ସେବନ କରୁନଥିଲା ଶ୍ରେୟାଙ୍କ ପରିବାର ଲୋକେ ମୋ ପୁଅକୁ ମ-ଦ ପିଇବା ଶିଖାଇଥିଲେ । ମୋ ବୋହୁ ମଧ୍ୟ ପ୍ରଚୁର ମ-ଦ ପିଅନ୍ତି । ତେବେ ଏଭଳି ଆ-ରୋପ ପ୍ର-ତ୍ୟାରୋ-ପ ଭିତରେ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *