ପଞ୍ଚାୟତର ବାର୍ଷିକ ଫଣ୍ଡ ଜାଣିବାକୁ ଚାହୁଁଛନ୍ତି କି , ତେବେ କରନ୍ତୁ ଏପରି :-

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମର ମାନଙ୍କର ଉନ୍ନତି ପାଇଁ ଫଣ୍ଡ ଦେଇଥାନ୍ତି ମାତ୍ର ତାର ହିସାବ ସରପଞ୍ଚ ବ୍ୟତୀତ ଅନ୍ୟ କାହାରି ପାଖରେ ନଥାଏ । ପୁଣି କେତେବେଳେ କୌଣସି ପ୍ରଜେକ୍ଟ ପାଇଁ ମଧ୍ୟ ଟଙ୍କା ଆସିଥାଏ । ତେବେ ସରପଞ୍ଚ ସେହି ଟଙ୍କାକୁ କେଉଁ ପ୍ରଜେକ୍ଟ ପାଇଁ ଖର୍ଚ୍ଚ କରୁଛନ୍ତି ଏବଂ କେଉଁ ପ୍ରଜେକ୍ଟ ପାଇଁ କେତେ ଟଙ୍କା ଆସୁଛି ସେହି ସମ୍ବନ୍ଧରେ ଆପଣ ମଧ୍ୟ ନିଜ ଫୋନ ଦ୍ୱାରା ଜାଣି ପାରିବେ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଡିଟେଲ କହିବୁ । ତେବେ ପ୍ରଥମେ ଆପଣ ପ୍ଲେଷ୍ଟୋରକୁ ନେଇ ଇଗ୍ରାମ ସ୍ୱରାଜ ସର୍ଚ୍ଚ କରନ୍ତୁ । ତାପରେ ଏପକୁ ଖୋଲନ୍ତୁ । ଏପକୁ ଖୋଲିବା ପରେ ସର୍ଚ୍ଚ ଲୋକାଲ ବଡ଼ିରେ କ୍ଲିକ କରି ନିଜର ରାଜ୍ୟ ଚୟନ କରନ୍ତୁ ।

ଏହାପରେ ଆପଣ ନିଜର ଜିଲ୍ଲା ଏବଂ ତାପରେ ପଞ୍ଚାୟତ ସମିତି ସିଲେକ୍ଟ କରନ୍ତୁ ଏବଂ ପଞ୍ଚାୟତ ଡିଟେଲସ ଦିଅନ୍ତୁ । ଏସବୁକୁ ସିଲେକ୍ଟ କରିବା ପରେ ସବମିଟ ବଟନ ଉପରେ କ୍ଲିକ କରନ୍ତୁ । ଏହାପରେ ଯେଉଁ ଇଣ୍ଟରଫେସ ଆପଣଙ୍କ ସାମ୍ନାରେ ଖୋଲିବ ସେହି ଅନୁଯାୟୀ ଆପଣ ପୁରୁଣା ବର୍ଷ ସହିତ ନୂଆ ବର୍ଷର ଡାଟା ମଧ୍ୟ ଦେଖି ପାରିବେ ।

ତେଣୁ ଆପଣ ସର୍ବପ୍ରଥମେ କୌଣସି ବର୍ଷ ଚୟନ କରି ଫାଇନାନ୍ସିଆଲ ପ୍ରୋଗ୍ରେସ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ସାମ୍ନାକୁ ପୁରା ଡିଟେଲସ ଆସିଯିବ ଯେ ସେହି ବର୍ଷ କେତେ ଫଣ୍ଡ ଆସିଛି ଏବଂ କେତେ ଖର୍ଚ୍ଚ ହୋଇଛି । ଏହାସହିତ ଟଙ୍କା କେଉଁ କେଉଁ ସ୍କିମ ଅନୁଯାୟୀ ଆସିଛି ତାହା ମଧ୍ୟ ସେଥିରୁ ଜାଣି ପାରିବେ । ଏହା ସହିତ କେଉଁଥିରେ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ଆପଣ ଭଲ ଭାବରେ ଜାଣି ପାରିବେ । ତେଣୁ ଏହି ଜରିଆରେ ଆପଣ ନିଜର ପଞ୍ଚାୟତକୁ କେତେ ଫଣ୍ଡ ଆସୁଛି ଏବଂ କିପରି ଖର୍ଚ୍ଚ ହେଉଛି ସବୁକିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *