ହୀମେଶ ରେଶମୀୟାଙ୍କ ଅଜବ କାମ, ନିଜ ଠାରୁ କମ ଉଚ୍ଚ ପତ୍ନୀଙ୍କ ସହ ପୋଜ ଦେବାପାଇଁ ଏଭଳି କାମ କଲେ : ଦେଖନ୍ତୁ ଭିଡିଓ

ବଲିଉଡ ଜଗତରୁ ସବୁବେଳେ କିଛି ନା କିଛି ମଜାଦାର ଖବର ଆସିଥାଏ । ପ୍ରତିଦିନ କୌଣସି ନା କୌଣସି ଭିଡ଼ିଓ ଭାଇରାଲ ହୋଇଥାଏ , ଯାହା ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ କରିଦିଏ । ତେବେ ଆଉ କେବେ କେବେ ଏଭଳି ଭିଡ଼ିଓ ଆସିଥାଏ , ଯାହା ସମସ୍ତଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ କରିଦିଏ । ନିଜର ଛୋଟ ଛୋଟ କାମ ପାଇଁ ମଧ୍ୟ ବଲିଉଡର କଳାକାର ମାନେ ଭାଇରାଲ ହୋଇ ଯାଇଥାନ୍ତି ଏବଂ ଟ୍ରୋଲ ର ଶିକାର ହୋଇଥାନ୍ତି । ତେବେ ନିକଟରେ ମଧ୍ୟ ବଲିଉଡର ପ୍ରସିଦ୍ଧ ଗାୟକ ହୀମେଶ ରେଶମୀୟାଙ୍କର ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ସମସ୍ତେ ଦେଖି ହସି ହସି ଗଡ଼ି ଯାଉଛନ୍ତି ।

ଆପଣ ସମସ୍ତେ ଜାଣିଥିବେ କି , ହୀମେଶ ରେଶମୀୟା ସବୁବେଳେ ନିଜ ଗୀତ ପାଇଁ ବହୁଳ ମାତ୍ରାରେ ଭାଇରାଲ ହୋଇଥାନ୍ତି । ନିଜ ଗୀତ ପାଇଁ ସେ ଅନେକ ଲୋକପ୍ରିୟତା ହାସଲ କରିଥାନ୍ତି । କିନ୍ତୁ ସେ ଏଥର ନିଜ ଗୀତ ପାଇଁ ନୁହେଁ ବରଂ ନିଜର ଏଭଳି କାର୍ଯ୍ୟ ପାଇଁ ଭାଇରାଲ ହୋଇଛନ୍ତି , ଯାହାକୁ ଆପଣ ମାନେ ଦେଖିଲେ ହସି ହସି ଗଡିଯିବେ ।

ତେବେ ନିକଟରେ ତାଙ୍କୁ ତାଙ୍କ ପତ୍ନୀ ସୋନିଆ କପୁରଙ୍କ ସହ ବିମାନବନ୍ଦରରେ ଦେଖା ଯାଇଥିଲା । ଆଉ ଏହି ସମୟରେ କ୍ୟାମେରା ଆଗରେ ପୋଜ ଦେବା ପାଇଁ ହୀମେଶ ଯେଉଁ କାମ କରିଥିଲେ , ତାହା କ୍ୟାମେରାରେ କଏଦ ହୋଇ ଯାଇଥିଲା । ତେବେ ନିଜର ଏଭଳି କାମ ପାଇଁ ସେ ସୋସିଆଲ ମିଡିଆରେ ଅନେକ ଟ୍ରୋଲ ର ଶିକାର ହେଉଛନ୍ତି।

ତେବେ ବିମାନବନ୍ଦରକୁ ପ୍ରବେଶ କରିବା ମାତ୍ରେ ହୀମେଶ ଏବଂ ତାଙ୍କ ପତ୍ନୀ ସୋନିଆଙ୍କୁ ମିଡିଆର କର୍ମଚାରୀ ମାନେ ଘେରି ଯାଇଥିଲେ ଏବଂ ଫୋଟ ପାଇଁ ପୋଜ ଦେବାକୁ କହିଥିଲେ । ତେବେ ଏହି ସମୟରେ ହୀମେଶ ଏଭଳି କାମ କରିଥିଲେ , ଯାହା ଅତ୍ୟନ୍ତ ମଜାଦାର ଥିଲା । ହୀମେଶ ନିଜ ପତ୍ନୀଙ୍କ ଠାରୁ ଉଚ୍ଚତାରେ ଛୋଟ ହୋଇଥିବାରୁ ଉଚ୍ଚ ଦେଖାଯିବା ପାଇଁ ନିଜ ଆଙ୍ଗୁଠି ଟିପରେ ଛିଡା ହୋଇଥିଲେ । ଆଉ ପତ୍ନୀଙ୍କ ଠାରୁ ଉଚ୍ଚ ଦେଖା ଯାଇଥିଲେ । ତେବେ ହୀମେଶଙ୍କର ଏହି କାମକୁ ଲୋକେ ଭାରି ଟ୍ରୋଲ କରୁଛନ୍ତି । ଆଉ ଅତ୍ୟନ୍ତ ମଜା ଉଡାଇବାରେ ଲାଗୁଛନ୍ତି ।

https://twitter.com/Dhuandhaar/status/1502269264400691208?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1502269264400691208%7Ctwgr%5E%7Ctwcon%5Es1_&ref_url=https%3A%2F%2Fknewsodisha.com%2Fentertainment%2Fhimesh-reshammiya-was-spotted-at-the-airport-with-wife-426556

ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି , ହୀମେଶଙ୍କର ପତ୍ନୀ ସୋନିଆ କପୁର ଧଳା ରଙ୍ଗର ପୋଷାକ ସହିତ କଳା ରଙ୍ଗର ଚଷମା ପିନ୍ଧିଛନ୍ତି । ଅନ୍ୟପକ୍ଷରେ ହୀମେଶ ମଧ୍ୟ କଳା ରଙ୍ଗର ଚଷମା ସହିତ ଶାର୍ଟ , ଜିନ୍ସ ଆଉ ଧଳା ରଙ୍ଗର ଜୋତା ପିନ୍ଧିଛନ୍ତି । ତେବେ ଉଭୟଙ୍କର ଷ୍ଟାଇଲକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଆଉ ଉଭୟ ଦମ୍ପତିଙ୍କୁ ସମସ୍ତେ ଅନେକ ଭଲପାଇବା ଦେଉଛନ୍ତି । ତେବେ ଏହି ଭିଡିଓକୁ ଟ୍ୱିଟର ବ୍ୟବହାରକାରୀ ରମନ ସେୟାର କରିଛନ୍ତି ।

ତେବେ ଆପଣ ସମସ୍ତେ ଜାଣିରଖନ୍ତୁ କି, ୨୦୧୭ ମସିହାରେ ହୀମେଶ ନିଜର ୨୨ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ ଏବଂ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଆଉ ଏହାପରେ ୨୦୧୮ ମସିହାରେ ଦ୍ଵିତୀୟ ବିବାହ କରିଥିଲେ । ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ଅତ୍ୟନ୍ତ ଉପଭୋଗ କରିବେ ।

Leave a Reply

Your email address will not be published. Required fields are marked *