ହାଇକୋର୍ଟର ବଡ଼ ନିଷ୍ପତ୍ତି , ଏଣିକି ଆଉ ସ୍ତ୍ରୀ ମାନେ ଆଦୋୖ କରିବେନି ଘର କାମ ।

ସମାଜରେ ପ୍ରଣୟନ ହୋଇଥିବା ନିୟମ ଅନୁଯାୟୀ ଘର କାମ କେବଳ ସ୍ତ୍ରୀ ମାନେ କରନ୍ତି । କିନ୍ତୁ ବାସ୍ତବରେ କଥା ଏହା ଯେ ଯେହେତୁ ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳାଙ୍କର ସମାନ ଅଧିକାର ଅଛି ତେବେ ଘରର କାମ କେବଳ ସ୍ତ୍ରୀ କରିବାକୁ ବାଧ୍ୟ ନୁହଁନ୍ତି ।

ଦୁନିଆରେ ଏହିଭଳି ଚିନ୍ତାଧାରା ରହି ଆସିଛି ଯେ ମହିଳା ମାନେ ଦୁର୍ବଳ ଏବଂ ସେମାନେ ଘର କାମ କରିବାକୁ ଯୋଗ୍ୟ ଏବଂ ବାହାର କାମ କରିବାକୁ ଉଦିଷ୍ଟ ନୁହଁନ୍ତି । କିନ୍ତୁ ଏହା ନିଶ୍ଚିତ ଭାବରେ ଭୁଲ । ମାନସିକତା ଦୃଷ୍ଟିରୁ ଏବଂ ନିୟମ ଦୃଷ୍ଟିରୁ ମଧ୍ୟ ଏହା ଯଥାର୍ଥ ନୁହେଁ ।

କହିରଖିବୁ ଯେ ବର୍ତ୍ତମାନ ସମୟରେ ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏକ ନିର୍ଦେଶ ଦେଇଛି ଯେ ଏଣିକି ଘର କାମ କେବଳ ସ୍ତ୍ରୀ କରିବେନି । ତେବେ ଏକ ହତ୍ୟାକାଣ୍ଡକୁ ନେଇ ବମ୍ବେ ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି ।

ଘଟଣା ଅନୁଯାୟୀ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିଲା । ଆଉ କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀ ନିଜ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାର ସ୍ୱାମୀକୁ ସକାଳୁ ଚା’ ଦେଇ ପାରି ନଥିଲା । ଯେଉଁ କାରଣରୁ ସ୍ୱାମୀ ରାଗିଯାଇ ନିଜର ୬ ବର୍ଷର ଝିଅ ସାମ୍ନାରେ ନିଜ ସ୍ତ୍ରୀକୁ ଜୀବନରୁ ମାରି ଦେଇଥିଲା ।

ଏହି ହତ୍ୟାକାଣ୍ଡ ବିଷୟରେ ସ୍ତ୍ରୀ ଗୋଟି ଗୋଟି ଥାନାରେ କହିଥିଲା । ତେବେ ଏହି ଘଟଣା ବିଷୟରେ ଅରୋପୀ ସ୍ୱାମୀ ନିଜେ ମୁହଁ ଖୋଲିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ସ୍ୱାମୀକୁ ଦଣ୍ଡିତ କରି ଏହା ନିର୍ଦେଶ ଦେଇଛନ୍ତି ଯେ ଏଣିକି କେବଳ ନାରୀ ଘର କାମ କରିବେ ନାହିଁ ।

ଅତ୍ୟନ୍ତ ଭାବି ଚିନ୍ତି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ଯେ ସ୍ତ୍ରୀଙ୍କୁ ଏଭଳି ଭାବିବା କିମ୍ବା କେବଳ ଘର କାମ ପାଇଁ ବ୍ୟବହାର କରିବା ଏକ ପ୍ରକାରର ଦଣ୍ଡନୀୟ ଅପରାଧ ଅଟେ । କାରଣ କୌଣସି ପ୍ରକାରର କେବଳ ସ୍ତ୍ରୀ ମାନେ ଘର କାମ କରିବାକୁ ବିବାହ କରନ୍ତି ନାହିଁ ।

ବିବାହ ପରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଘର କାମକୁ ଦାୟିତ୍ୱର ସହିତ ସମ୍ଭାଳିବା ଠାରୁ ଆରମ୍ଭ କରି ଘରର ସବୁ କାର୍ଯ୍ୟ ମିଳିମିଶି କରିବା ଆବଶ୍ୟକ । କାରଣ ସବୁ କ୍ଷେତ୍ରରେ ଉଭୟଙ୍କର ସମାନ ଭାବରେ ଅଧିକାର ଅଛି । ଏହାବ୍ୟତୀତ ବାହାରେ ଚାକିରୀ କିମ୍ବା କାମ ବିଷୟରେ କହିବାକୁ ଗଲେ ସ୍ତ୍ରୀ ମାନେ ତାହା ମଧ୍ୟ ନିଜ ଇଚ୍ଛାରେ କାମ କରି ପାରିବେ ।

ସ୍ତ୍ରୀ ମାନେ ଘର କାମ କରିଲେ ସ୍ୱାମୀ ମାନେ କାମରେ ସାହାଯ୍ୟ କରିବାକୁ ବାଧ୍ୟ ଏବଂ ସବୁଥିରେ ସ୍ତ୍ରୀଙ୍କୁ ସମ୍ମାନ ଦେବାକୁ ବାଧ୍ୟ । ଯଦି ଏହି ନିୟମକୁ କୌଣସି ସ୍ୱାମୀ ଅମାନ୍ୟ କରନ୍ତି ତେବେ ଆଇନ ଅନୁଯାୟୀ ସେ ଦଣ୍ଡିତ ହେବେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *