ରାଜ୍ୟର ଏମିତି ଏକ ଗାଁ , ଯେଉଁଠି ଆଜିବି ନାହିଁ ପିଇବା ପାଣି ସୁବିଧା ଏବଂ ଚିକିତ୍ସାଳୟ । ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ସମୟରେ ଲୋକଙ୍କୁ ଏକାଧିକ ସୁବିଧା ସଯୋଗ ମିଳିବା ସତ୍ତ୍ୱେବି ଲୋକ ସନ୍ତୁଷ୍ଟ ନୁହଁନ୍ତି । ସରକାରଙ୍କର ବିଭିନ୍ନ ସହାୟତା ପରେବି ଲୋକ ଅନେକ ଦାବି ରଖୁଛନ୍ତି । କିନ୍ତୁ ଓଡ଼ିଶାରେବି ଏମିତି ଜିଲ୍ଲା ଅଛି ଯେଉଁଠି କିଛି ଅଞ୍ଚଳରେ କୌଣସି ସୁବିଧା ତ ଦୂରର କଥା ସେଠାରେ ମନୁଷ୍ୟ ରହିବା ପାଇଁ ଅତ୍ୟାବଶ୍ୟକ ଜିନିଷର ସ୍ରୋତ ସୁଦ୍ଧା ନାହିଁ । ଯେଉଁ କାରଣରୁ ଲୋକଙ୍କୁ ନାନା ପ୍ରକାରର ସମସ୍ୟାରେ ଜୀବନ ବିତାଇବାକୁ ପଡ଼ୁଛି ।

ଆଉ ପୁଣି ଏଭଳି ଅଞ୍ଚଳ ଆଜି ପର୍ଯ୍ୟନ୍ତ କିଭଳି ସରକାରଙ୍କ ସ୍କିମ ଏବଂ ସହାୟତା ଠାରୁ ବଞ୍ଚିତ ରହିଛି ତାହା ଏକ ବଡ଼ ପ୍ରଶ୍ନବାଚୀ ଅଟେ । କାରଣ ପ୍ରାୟତଃ ସବୁ ଜିଲ୍ଲାରେ ସରକାରଙ୍କର ଅନେକ ସ୍କିମ ଏବଂ ସହାୟତା କାର୍ଯ୍ୟକାରୀ ହେଉଛି । କିନ୍ତୁ ଏଭଳି ଏକ ଅଞ୍ଚଳ ବର୍ତ୍ତମାନ ସାମ୍ନାକୁ ଆସିଛି ଯାହାର ପରିସ୍ଥିତି ବେଶ ବେଶ ଦୁଃଖଦ ଅଟେ ।

ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଗଜପତି ଜିଲ୍ଲାର ଏକ ଅଞ୍ଚଳରେ ଏଭଳି ଦୁଃଖଦ ପରିସ୍ଥିତି ରହି ଆସିଛି ବୋଲି ଜାଣିବାକୁ ମିଳିଛି । କହି ରଖିବୁ ଯେ ଗଜପତି ଜିଲ୍ଲାର ମୋହନା ବ୍ଲକ ଅରୁମପେଟା ଗ୍ରାମର ପରିସ୍ଥିତି ଖୁବ ଖରାପ । କାରଣ ସେଠାରେ ପ୍ରାୟ ୪୦ ଟି ପରିବାରର ୨୦୦ ରୁ ଏକାଧିକ ଲୋକଙ୍କ ଜୀବନ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ଜିନିଷ ସୁଦ୍ଧାବି ନାହିଁ ।

ପିଇବାକୁ ପାଣି ତ ଦୂରର କଥା ପାଠ ପଢ଼ିବାକୁ ଅଙ୍ଗନବାଡ଼ି , ସ୍କୁଲ କିମ୍ବା ଚିକିତ୍ସା ପାଇଁ ଚିକିତ୍ସାଳୟ ସୁଦ୍ଧା ନାହିଁ । ଏମିତିକି ଲୋକେ ପିଇବା ପାଇଁ ଗାଁ ପାଖରେ ଥିବା ଏକ ଜୁଆକଜ କୁଅଁ ଭଳି ବ୍ୟବହାର କରି ପାଣି ପିଉଛନ୍ତି । ପୁଣି ବର୍ଷା ସମୟରେ ନଦୀ ନାଳରୁ ପାଣି ଆସି ସେହି କୁଅଁ ପାଣିରେ ମିଶି ଜଳକୁ ଦୂଷିତ କରିଥାଏ ।

ସେହି ଦୂଷିତ ପାଣି ପିଇ ବର୍ତ୍ତମାନ ସମୟରେ ଅନେକ ଲୋକ ହାଡ଼ଫୁଟି ରୋଗରେ ପୀଡ଼ିତ । ସାଧାରଣ ଲୋକଙ୍କ କହିବା ଅନୁଯାୟୀ ଲୋକେ ବେଶ କଷ୍ଟରେ ଚଳୁଛନ୍ତି । କାରଣ ଲୋକଙ୍କ ପାଖରେ କୌଣସି ପ୍ରକାରର ସୁବିଧା ସୁଯୋଗ ସୁଦ୍ଧା ନାହିଁ । ୨୦୦ ରୁ ଅଧିକ ଲୋକ ଗୋଟିଏ ଜଳ ସ୍ରୋତ ପୁଣି ତାହା ପିଇବା ଯୋଗ୍ୟ ନୁହେଁ । ପୁଣି ଆଶ୍ଚର୍ଯ୍ୟର କଥା ଏହା ଯେ ଏବେ ସୁଦ୍ଧା ସରକାରଙ୍କର କୌଣସି ସୁବିଧା ସ୍କିମ ସେଠାରେ ପହଞ୍ଚି ପାରୁନାହିଁ ।

ପୁଣି ଦେଶର ଭବିଷ୍ୟତଙ୍କ ପାଇଁ ଅଙ୍ଗନବାଡ଼ି କିମ୍ବା ବିଦ୍ୟାଳୟ ସମସ୍ୟା ଆହୁରି ବଡ଼ ସମସ୍ୟା ଅଟେ । ଏଭଳି ଗାଁକୁ ଦେଖିଲେ ଲାଗୁଛି ବୋଧହୁଏ ସେଠାରେ ନେତା ମନ୍ତ୍ରୀ ପ୍ରଶାସନଙ୍କ ପାଦ ପଡୁନାହିଁ । ଲୋକେ କିନ୍ତୁ ଅନେକ ଥର ସୁବିଧା ପାଇଁ ଅଭିଯୋଗ ଦାବି ମଧ୍ୟ କରିଛନ୍ତି କିନ୍ତୁ କିଛି ଲାଭ ହୋଇନାହିଁ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ କେବେ ସେଠାକାର ଲୋକଙ୍କ ଜୀବନ ବଦଳୁଛି ।

Leave a Reply

Your email address will not be published. Required fields are marked *