ଆସିଲା ସୀମା ସଚୀନଙ୍କ ନେପାଳ ସତ । କାଠମାଣ୍ଡୁର ହୋଟେଲରୁ ଆଉ ଏକ ରହସ୍ୟର ଉନ୍ମୋଚନ ।

ଗତ କିଛି ଦିନ ହେବ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଏକ ଘ-ଟଣା । ଯାହା ହେଉଛି ସୀମା ହାଇଦର ନାମକ ଜଣେ ପାକିସ୍ତାନୀ ମହିଳା ନିଜର ଚାରି ପିଲାଙ୍କୁ ଧରି ଭାରତ ଆସିଛନ୍ତି , ତାହା ପୁଣି ନିଜ ପ୍ରେମିକ ସଚୀନ ପାଇଁ । ଉଭୟେ PUBG ରୁ ପ୍ରେମ କରୁଥିବା କହିବା ପରେ ବର୍ତ୍ତମାନ ସୀମା ହାଇଦର ଆସିବା ପଛରେ ଅନେକ ସ-ନ୍ଦେହ ରଖି ତନାଘନା ଜାରି ରହିଛି ।

ତେବେ ସୀମା ହାଇଦର କହିଛନ୍ତି ଯେ ସେ ନେପାଳରୁ ସୀମା ଦେଇ ଭାରତକୁ ଆସିଛନ୍ତି । ଯାହାକି ସବୁଠାରୁ ବଡ଼ ସନ୍ଦେ-ହର କଥା ଅଟେ । ଆଉ ଏହା କିଭଳି ସମ୍ଭବ ହେଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ସମୟରେ ସୀମା ଏବଂ ସଚୀନଙ୍କର କାଠମାଣ୍ଡୁରେ ରହଣି ସମ୍ବ-ନ୍ଧରେ ଏକ ସୂଚନା ଆସିଛି ନ୍ୟୁବିନାୟକ ନାମକ ଏକ ହୋଟେଲରେ ଦୁହେଁ ରହିବା ସମୟରେ ବାସ୍ତବ ନାମକୁ ଲୁ-ଚାଇ ଭିନ୍ନ ନାମ ବ୍ୟବହାର କରିଥିଲେ ।

ରୁମ ବୁକ କରିବାର ଦିନକ ଆଗରୁ ସଚିନ ସେଠାରେ ପହଞ୍ଚି ରୁମ ବୁକ କରିଥିଲା ଏବଂ ତାର ସ୍ତ୍ରୀ ଆସିଲେ ମଧ୍ୟ ସେଠାରେ ରହିବ ବୋଲି କହିଥିଲା । ରୁମ ୨୦୪ , ଯାହାର ଭଡ଼ା ଦିନକୁ ୫୦୦ ଥିଲା ସେହି ରୁମରେ ଉଭୟ ସାତ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଭାବରେ ରହିଥିଲେ । ତାହା ଏକ ସିଙ୍ଗଲ ବେଡ଼ ରୁମ ଥିଲା ଏବଂ ଦୁହେଁ ଅଧିକାଂଶ ସମୟ ସେହି ହୋଟେଲ ରୁମରେ ହିଁ ବିତାଉଥିଲେ । ହୋଟେଲ କର୍ମଚାରୀଙ୍କ ସହିତ ସେମାନେ ପୁରା ମିଶି ଯାଇଥିଲେ ।

ରୁମ ଭିତରେ ଉଭୟ ରିଲସ ଏବଂ ବାହାଘରର ଭିଡ଼ିଓମଧ୍ୟ ବନାଇ ଥିଲେ । କିନ୍ତୁ ସେଠାରେ ସୀମା କାହାକୁ ଜାଣିବାକୁ ଦେଇନଥିଲା ଯେ ସେ କାଠମାଣ୍ଡୁରୁ ଆସିଛି ବୋଲି । ନ୍ୟୁବିନାୟକର ରିସେପ୍ସନିସ୍ଟ ଗଣେଶ ରୁକାମକର ଗଣମାଧ୍ୟମକୁ କହିଛି ଯେ ସେହି ଅଞ୍ଚଳରେ ଏଭଳି ଅନେକ ହୋଟେଲ ରହିଛି ଯିଏକି କୌଣସି ପରିଚୟ ପତ୍ର ମାଗନ୍ତି ନାହିଁ ।

ରହିବାକୁ ଆସିଥିବା ବ୍ୟକ୍ତିର କେବଳ ନାମ ଏବଂ ଅନ୍ୟ ବିବରଣୀ ରେଜିଷ୍ଟରରେ ଲେଖି ରଖାଯାଏ । ତେବେ ଯେତେବେଳେ ରେଜିଷ୍ଟର ଚେକ କରାଯାଇଥିଲା ସେତେବେଳେ ସୀମା ଏବଂ ସଚିନଙ୍କ ନାମ ମିଳି ନଥିଲା । କିନ୍ତୁ ପରେ ରିସେପସନିଷ୍ଟ କହିଥିଲେ ସୀମା ଏବଂ ସଚୀନଙ୍କ କଥା ଯେ ଉଭୟେ ଅଧିକାଂଶ ସମୟ ରୁମରେ ରହୁଥିବା ବେଳେ ସମୟ ସମୟରେ ବାହାରକୁ ବୁଲିବାକୁ ଯାଉଥିଲେ ।

ଏମିତିକି ଥରେ ସୀମା ନାଇଟ କ୍ଲବ ଯିବାକୁ ଚାହୁଁଥିବାରୁ ତାଙ୍କୁ ବୁଝାଇ ଦିଆଯାଇଥିଲା ଯେ ନେପାଳରେ ଭାରତୀୟ ମାନଙ୍କୁ ଠ-କାଇ ଦିଆଯାଏ । ତେଣୁ ସେ ଆଉ ନାଇଟ କ୍ଲବ ଯାଇ ନଥିଲେ । ପ୍ରଥମେ ସୀମା ଏକୁଟିଆ ଆସିଥିଲା ଏବଂ ସଚୀନଙ୍କୁ ଦେଖା କରି ପୁଣି ପାକିସ୍ତାନକୁ ଯାଇ ନିଜର ଚାରି ପିଲାଙ୍କୁ ଧରି କାଠମାଣ୍ଡୁକୁ ଆସିଥିଲା ।

କାଠମାଣ୍ଡୁରୁ ପୋଖରା ଯିବା ରାସ୍ତା ଖୁବ କଠିନ । ଯେଉଁଠି ନେପାଳ ସରକାର ରାସ୍ତା ଓସାରିଆ କରବାକୁ ଅନେକ ଦିନ ହେବ କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତାର ଉଭୟ ପଟେ ପାହାଡ଼ ଘେରି ରହିଛି । ସେଠାରେ ଭୁସ୍ଖଳନର ବି-ପଦ ମଧ୍ୟ ରହିଛି । ତେବେ ଏତେ ସବୁ ଅସୁବିଧା ସତ୍ତ୍ୱେବି ସୀମା ଏକ ଗାଡ଼ି ଭଡ଼ା କରି ପୋଖରାରେ ପହଞ୍ଚିଥିଲା । ତେବେ ସୀମା ବର୍ତ୍ତମାନ ନୋଏଡ଼ା ରଘୁପୁରା ସ୍ଥିତ ସଚୀନଙ୍କ ଘରେ ରହୁଥିବା ସହିତ ଉତ୍ତରପ୍ରଦେଶ ଏଟିଏସ ପକ୍ଷରୁ ତାଙ୍କୁ ଗତ ୧୭ ଏବଂ ୧୮ ଲଗାତାର ଅଠର ଘଣ୍ଟା ଧରି ଜେ-ରା କରାଯାଇଥିଲା । ଯାହାପରେ ଏଟିଏସ ମଧ୍ୟ କହିଛି ଯେ ସୀମା ଯାହା କହୁଛି ତାହା ସତ ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *