ଶିବଙ୍କ ମୁଣ୍ତରେ ପାଣି ଢ଼ାଳିବା ପାଇଁ ସ୍ବାମୀ ଯାଇଥିଲା ବୋଲବମ୍, ରାତି ଅଧରେ ସ୍ତ୍ରୀକୁ ଚୋ-ଟ ମା-ରିଲା ସାପ।

ଝିଅ ବାହା ହେଇ ଶାଶୂ ଘରକୁ ଯିବା ବେଳେ ମନରେ ଅସୁମାରୀ ସ୍ବପ୍ନ ନେଇ ଶାଶୂ ଘରକୁ ଯାଏ। ଶାଶୂ ଘରେ ବାପା ମାଆଙ୍କ ପରି ଶାଶୂ ଶଶୁରଙ୍କୁ ପାଇଁ ସ୍ବାମୀ ଏବଂ ପାରିବାର ଲୋକଙ୍କ ସହ ମିଶି ଖୁସିରେ ସଂସାର କରିବ। କିନ୍ତୁ ସେ ଜାଣି ନଥାଏ ତା ସ୍ବପ୍ନ ଏମିତି ସ୍ବପ୍ନରେ ରହିଯିବ।

ଖାଲି ସ୍ତ୍ରୀ ନୁହେଁ ସ୍ବାମୀ ମଧ୍ୟ ନିଜ ସାଂସାରିକ ଜୀବନକୁ ନେଇ ବହୁତ୍ କିଛି ସ୍ବପ୍ନ ଦେଖି ଠାକୁରଙ୍କ ପାଖରେ ମାନସିକ କରିଥାଏ। କିନ୍ତୁ ସେ କେବେ ଭାବି ନଥାଏ ସେ ମାନସିକ ପୂରଣ କରି ଆସିଲା ବେଳକୁ ତା ସଂସାର ଉଜୁଡି ଯାଉଥିବ।
ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବଡ଼କୁଲା ପଞ୍ଚାୟତ ଅନ୍ତର୍ଗତ ଆଇତ୍ ପୁର ଗାଆଁ ର ସୁଜିତ୍ ମଲିକ୍ ଦୁଇ ମାସ ପୂର୍ବେ ସୀମା ମଲିକଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ସେ ଶ୍ରାବଣୀ ପାଣି ନେଇ ମହାଦେବଙ୍କ ଉପରେ ଢାଳିବେ ବୋଲି ମାନସିକ କରିଥିଲେ। ସେଥିପାଇଁ ସେ ନଈରୁ ପାଣି ଉଠେଇ ମାନସିକ ପୂରଣ ପାଇଁ ଚାଲିଗଲେ। ମାନସିକ ପୂରଣ ହେବା ପରେ ହଠାତ୍ ତାଙ୍କ ଘର ଲୋକ ଫୋନ୍ କରି କହିଲେ ତୋ ସ୍ତ୍ରୀ କୁ ସାପ କା-ମୁଡି ଦେଇଛି।

ଘର ଲୋକଙ୍କ କଥା ଶୁଣି ସେ ଆସି ଘରେ ପହଞ୍ଚିବା ବେଳକୁ ସୀମା ଦୁନିଆଁ ଛାଡ଼ି ଚାଲି ଯାଇଥିଲେ। ଘର ଲୋକଙ୍କ କଥା କହିବା ଅନୁସାରେ ବିଳମ୍ବିତ ରାତ୍ରୀରେ ଗୋଟେ ବି-ଷାକ୍ତ ସାପ ଆସି ସୀମାଙ୍କୁ କା-ମୁଡି ଦେଇଥିଲା। ସୀମା ଘରକୁ କହିବା ମାତ୍ରେ ଘର ଲୋକ ତାଙ୍କୁ ମେଡ଼ିକାଲ ନେଇ ଯାଇଥିଲେ । କିନ୍ତୁ ମେଡିକାଲ ରେ ପହଞ୍ଚିବା ପୂର୍ବରୁ ସେ ମୃ-ତୁ ବରଣ କରିଥିଲେ। ପୋ-ଷ୍ଟମ-ଟମ ପରେ ଏବେ ଗାଆଁ ମଶାଣିରେ ସୁଜିତ୍ ନିଜ ନବ ବିବାହିତା ସ୍ତ୍ରୀ ମୁହଁରେ ମୁ-ଖାଗ୍ନି ଦେଇଛନ୍ତି।

Leave a Reply

Your email address will not be published. Required fields are marked *