ଦୁଇଟି କିଡନୀ ଖରାପ ହେଲେ ବି ୧୭ ବର୍ଷ ହେଲାଣି ବଞ୍ଚିଛନ୍ତି ।

୧୭ ବର୍ଷ ହେଲାଣି ଦୁଇଟି ଯାକ କିଡିନୀ ତାଙ୍କର ଖରାପ ହେଲେ ବି ନିଜେ ବଞ୍ଚିବା ସହ ସେ ଅନ୍ୟକୁ ଦିଅନ୍ତୁ ବଞ୍ଚିବାର ରାହା । ନୀୟମିତ ଡାଇଲିଶିସ୍ ହୁଅନ୍ତି ହେଲେ ବି ତାଙ୍କ ଭିତରେ ଅଛି ବଞ୍ଚିବାର ଆଗ୍ରହ । ପାଟିରେ ରାଧା ନାମ ଧରି ବର୍ଷ ପରେ ବର୍ଷ ବିତାଇ ଚାଲିଛନ୍ତି । ତାଙ୍କ ତୁଣ୍ଡ ଖୋଲିଲେ ବାହାରେ ରାଧାଙ୍କ ନାମ । ଲକ୍ଷ ଲକ୍ଷ ଲୋକଙ୍କୁ ସେ ଅବଟରୁ ବାଟକୁ ଆଣିଛନ୍ତି । ଜୀବନରେ ବଞ୍ଚିବାର ସେ ରାହା ପାଇଛନ୍ତି । ଅନ୍ୟ ପାଇଁ ବଞ୍ଚନ୍ତି ଓ ଅନ୍ୟକୁ ସତ ପଥରେ ଚାଲିବାକୁ ନିର୍ଦ୍ଦେଶ ଦିଅନ୍ତି । ତାଙ୍କ ପାଇଁ ଜୀବନ ଏକ ଆଧ୍ୟାତ୍ମିକତାର ଆଧାର ପାଲଟିଛି ।

ଆମେ କହୁଛୁ ସନ୍ଥ ଶ୍ରୀ ପ୍ରେମାନନ୍ଦ ମହାରାଜଙ୍କ କଥା । ଆପଣ ମାନେ ତାଙ୍କୁ ସବୁବେଳେ ପ୍ରବଚନ ଦେବାର ଦେଖିବାକୁ ପାଆନ୍ତି । ଅନେକଙ୍କ ପାଇଁ ସେ ମାର୍ଗ ଦର୍ଶକ ସାଜିଛନ୍ତି । ମଥାରେ ତିଲକ, ଦେହରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ସତସଙ୍ଗରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ସତମାର୍ଗରେ ଯିବାକୁ ଶିକ୍ଷା ଦିଅନ୍ତି । ତାଙ୍କ ତୁଣ୍ଡରୁ ଲୋକେ କଥା ଶୁଣିବା ପାଇଁ ଚାତକ ଭଳି ଚାହି ରହିଥାନ୍ତି । ତାଙ୍କ ତୁଣ୍ଡରୁ ବାହାରୁ ଥିବା ସେହି କଥା ଶୁଣି ହଜାର ହଜାର ଲୋକେ ନିଜ ଜୀବନର ମାର୍ଗ ବଦଳାଇ ଦେଇଥାନ୍ତି । ସେ ରାଧା ରାଣୀଙ୍କର ପରମ ଭକ୍ତ ।

କୁହାଯାଏ କି ଯିଏ ପ୍ରେମାନନ୍ଦ ମହାରାଜ ଜୀଙ୍କର ସତସଙ୍ଗ ଶୁଣନ୍ତି ସେ ରାଧାଙ୍କ ଦର୍ଶନ ମଧ୍ୟ ପାଇଯାଆନ୍ତି । ତେଣୁ ସେଥିପାଇଁ ତ୍ କେବଳ ଭାରତ ନୁହେଁ ଭାରତ ବାହାରୁ ମଧ୍ୟ ଲୋକେ ଆସନ୍ତି ତାଙ୍କ ଦର୍ଶନ ଟିକିଏ ପାଇବା ପାଇଁ । ହେଲେ କଣ ଆପଣ ଜାଣନ୍ତି କି, 10 ରୁ 15 ବର୍ଷ ହେଲାଣି ତାଙ୍କର ଦୁଇଟି କିଡନୀ ଖରାପ । ସେ ପିଲିସାଇଟିକ୍ କିଡନୀ ରୋଗରେ ପୀଡିତ ଅଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କର ଦୁଇଟି କିଡନୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସନ୍ଥ ଶ୍ରୀ ପ୍ରେମାନନ୍ଦ ମହାରାଜ ଜୀ କେବଳ କିଛି ଘଣ୍ଟା ଶୋଇଥାନ୍ତି । ସକାଳ 2 ଟାରେ ଉଠି ମା ବୃନ୍ଦାବତୀଙ୍କର ପରିକ୍ରମା କରିଥାନ୍ତି । ଏହାପରେ ପାହାନ୍ତିଆ 4.20 ରୁ ସକାଳ 5.20 ପର୍ଯ୍ୟନ୍ତ ଭକ୍ତଙ୍କ ସହ ସତସଙ୍ଗ କରିଥାନ୍ତି । ଆଉ ଲକ୍ଷ ଲକ୍ଷ ଭକ୍ତଙ୍କୁ ଶାନ୍ତି ମଧ୍ୟ ପ୍ରଦାନ କରିଥାନ୍ତି ।

ଏମିତି ନୁହେଁ କି ତାଙ୍କୁ ଆଜି ପର୍ଯ୍ୟନ୍ତ କେହି କିଡନୀ ଦେଇ ନାହାନ୍ତି । ତାଙ୍କର ଯେତେ ଜଣ ଭକ୍ତ ସେମାନଙ୍କ ମଧ୍ୟରୁ ଅନେକ ଜଣ କିଡିନି ଦେବାକୁ କହିଛନ୍ତି ହେଲେ ସେ ସବୁବେଳେ ମନା କରିଥାନ୍ତି । କୁହନ୍ତି ଶରୀର ଯେତେ ଦିନ ପର୍ଯ୍ୟନ୍ତ ଯେଣେ ତେନେ ପ୍ରକାରେ ଚାଲୁଛି । ତେଣୁ ସେ ଅନ୍ୟର କିଡ଼ିନିରେ ବଞ୍ଚିବାକୁ ଚାହାଁନ୍ତି ନାହିଁ । ସମାଜର କଲ୍ୟାଣରେ ଜୀବନ ଅତିବାହିତ କରିବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ । ମୋର ଖୁସି ପାଇଁ ମୁଁ କାହାକୁ ଯନ୍ତ୍ରଣା ଦେଇପାରିବିନି । ଏହାଠୁ ମୁଁ ମରିଯିବା ଢେର ଗୁଣେ ଭଲ ବୋଲି ଥାଆନ୍ତି ସେ

Leave a Reply

Your email address will not be published. Required fields are marked *