ସୀମା ହାଇଦରଙ୍କ ପରି ଆଉ ଜଣେ ପାକିସ୍ତାନୀ ଯୁବତୀ ମଧ୍ୟ ପ୍ରେମ ପାଇଁ ଆସିଥିଲେ ଭାରତ । କିନ୍ତୁ ଧରା ପଡ଼ିବା ପରେ ……..

ବର୍ତ୍ତମାନ ପର୍ଯ୍ୟନ୍ତ ସମୟରେ ପୁରା ଭାରତରେ ଗୋଟିଏ ମାମ-ଲା ଅଧିକ ଚର୍ଚ୍ଚାରେ ରହିଛି । ଘଟ-ଣା ଅନୁଯାୟୀ ସୀମା ହାଇଦର ନାମକ ଜଣେ ପାକିସ୍ତାନର ମହିଳା ପବଜି ଖେଳରୁ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି , ବିବାହିତା ହୋଇଥିବା ସତ୍ତ୍ୱେବି ନିଜର ଚାରି ପିଲାଙ୍କୁ ନେଇ ଭାରତ ଆସିଛନ୍ତି । ଆଉ ଏହି ଘଟଣା ପରେ ଆଉ ଏକ ଘଟ-ଣା ସାମ୍ନାକୁ ଆସୁଛି ଯାହାକୁ ଖୁବ ପୁରୁଣା । ଘ-ଟଣା ଏହା ଯେ ସୀମା ହାଇଦରଙ୍କ ପୂର୍ବରୁ ଅନ୍ୟ ଜଣେ ପାକିସ୍ଥାନୀ ମହିଳା ଲୁଡ଼ ଖେଳରେ ଜଣେ ଭାରତୀୟ ହିନ୍ଦୁ ଯୁବକଙ୍କ ପ୍ରେମରେ ପଡ଼ି ଭାରତ ଆସିଥିଲେ । ତେବେ ସୀମା ହାଇଦର ପ୍ରଥମ ନୁହଁନ୍ତି ଯିଏକି ପ୍ରେମ ପାଇଁ ପାକିସ୍ତାନରୁ ପଳାଇ ଆସିଛନ୍ତି ।

ଅନ୍ୟ ଯୁବତୀ ଜଣକ ମଧ୍ୟ ଭାରତ ଆସି ହିନ୍ଦୁ ଯୁବକଙ୍କ ହାତରୁ ସିନ୍ଦୁର ପିନ୍ଧିଥିଲେ । କିନ୍ତୁ ତାପରେ ଯାହା ପରିସ୍ଥିତି ହୋଇଥିବା ସେହି ଅନୁଯାୟୀ ସେମାନଙ୍କୁ ଅଲଗା ହେବାକୁ ପଡ଼ିଥିଲା । ନଏଡ଼ାର ହିନ୍ଦୁ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଚାଲି ଆସିଥିବା ସୀମା ବର୍ତ୍ତମାନ ସଚିନଙ୍କ ନାମରେ ସିନ୍ଦୁର ପିନ୍ଧିଛନ୍ତି । ଆଉ ହିନ୍ଦୁ ରୀତି ନୀତି ଆପଣେଇ ସଚିନଙ୍କ ସ୍ତ୍ରୀ ଭାବରେ ତାଙ୍କ ଘରେ ମଧ୍ୟ ରହୁଛନ୍ତି । ନିଜ ନାମ ବଦଳାଇ ସୀମା ହାଇଦରରୁ ସୀମା ସଚିନ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଏହିଭଳି ଆଉ ଏକ ପ୍ରେମକାହାଣୀ ରହିଛି ଯାହାକି ଠିକ ଏହିଭଳି ଘଟିଥିଲା । ସେହି ପ୍ରେମୀ ଯୁଗଳ ହେଉଛି ଇକ୍ରା ଏବଂ ମୁଲାୟମ । ତେବେ ସେମାନଙ୍କ ପ୍ରେମ ମଧ୍ୟ ଅନଲାଇନ ଗେମ ଜରିଆରେ ହୋଇଥିଲା ।

ଲୁଡ଼ ଖେଳରୁ ହିଁ ସେମାନଙ୍କ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । ଉତ୍ତରପ୍ରଦେଶର ବାସିନ୍ଦା ମୁଲାୟମ ସିଂହ ଯାଦବ ବେଙ୍ଗାଳୁରୁର ଏକ କମ୍ପାନୀରେ ଗାର୍ଡ ଭାବରେ କାମ କରୁଥିଲେ । ତେବେ ଲୁଡ଼ ଜରିଆରେ ଉଭୟେ ଉଭୟଙ୍କ ସହିତ ବନ୍ଧୁତ୍ୱ ଏବଂ ତାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ମାତ୍ର ସେମାନଙ୍କ ମଧ୍ୟରେ ଏତେ ଦୁରତ୍ୱ ଥିଲା ଯେ ସେମାନେ ପରସ୍ପର ସହିତ ରହିବାକୁ ଚାହୁଁଥିଲେ ବି ରହିପାରୁ ନଥିଲେ । ଆଉ ଉଭୟେ ପ୍ରଥମ ଥର ପାଇଁ ନେପାଳରେ ପରସ୍ପରକୁ ଭେଟିଥିଲେ । ସୀମା ଯେମିତି ନିଜ ଗହଣା ଏବଂ ସମ୍ପତ୍ତି ବିକି ଦେଶ ଛାଡ଼ି ଭାରତ ଆସିଥିଲା ସେହିଭଳି ଇକ୍ରା ମଧ୍ୟ ନିଜ ଗହଣା ଏବଂ ନିଜ ସାଙ୍ଗ ସାଥୀଙ୍କ ଠାରୁ ଟଙ୍କା ଧାର କରି ନିଜ ଘର ଛାଡ଼ି ଚାଲି ଆସିଥିଲା ।

ନେପାଳରେ ଉଭୟେ ଦେଖା କରି ସେଠାରେ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ । କିନ୍ତୁ ଇକ୍ରା ବିବାହ ପରେ ଆଉ ପାକିସ୍ତାନ ନଫେରି କାଠମାଣ୍ଡୁରୁ ବିହାର ଏବଂ ପରେ ଗତ ସେପ୍ଟେମ୍ବର ୨୮ ରେ ବେଙ୍ଗାଲୁରୁକୁ ଆସିଥିଲେ । ବିବାହ ପରେ ଇକ୍ରା ନିଜ ନାମ ବଦଳାଇ ରୱା ଯାଦବ ରଖି ଦେଇଥିଲେ । ମୁଲାୟମ ତାଙ୍କ ପାଇଁ ବେଙ୍ଗାଲୁରୁରେ ଆଧାର କାର୍ଡ ମଧ୍ୟ କରି ଦେଇଥିଲେ । ଉଭୟେ ଏକ ଭଡ଼ା ଘରେ ରହୁଥିଲେ । ହିନ୍ଦୁ ନାରୀ ଭାବରେ ରହୁଥିଲେ ହେଁ ସେ ନମାଜ ପଢୁଥିବାରୁ ପଡ଼ୋଶୀଙ୍କୁ ସ-ନ୍ଦେହ ହୋଇଥିଲା । ସେମାନେ ଏ ସମ୍ପ-ର୍କରେ ପୋଲି-ସକୁ ଖବର ଦେଇଥିଲେ । ଏହାପରେ ପୋ-ଲିସ ଇକ୍ରାଙ୍କୁ ଥା-ନାକୁ ନେବା ସହିତ ପଚରା ଉଚୁରା କରିଥିଲା ।

ଏହି ସମୟରେ ଇକ୍ରାଙ୍କ ପାଖରୁ ପାକିସ୍ତାନ ପାସପୋର୍ଟ ମଧ୍ୟ ଜବତ ହୋଇଥିଲା । ଏପଟେ ହ୍ଵାଟସଆପ କଲ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା କିଛି କଲ ବିଷୟରେ ବେଙ୍ଗାଲୁରୁ ପୋ-ଲିସ ସୂଚନା ପାଇଥିଲା । ସେଥିରୁ ଜଣା ପଡ଼ିଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଇକ୍ରା ପାକିସ୍ତାନରେ ରହୁଥିବା ତାଙ୍କ ବାପା ମା’ ଙ୍କ ସହିତ ମଝିରେ ମଝିରେ କଥା ହେଉଥିଲେ । ପରିଚୟ ଲୁ-ଚାଇ ବେଆ-ଇନ ଭାବରେ ଭାରତରେ ରହୁଥିବାରୁ ଗତ ଜାନୁଆରୀ ୨୧ ରେ ବେଙ୍ଗାଲୁରୁ ପୋ-ଲିସ ଇକ୍ରାଙ୍କୁ ଗି-ରଫ କରିଥିଲା । ଏହାସହିତ ମୁଲାୟମ ସିଂହ ଯାଦବଙ୍କୁ ମଧ୍ୟ ଗି-ରଫ କରାଯାଇଥିଲା । ଏହାପରେ ଗତ ଫେବୃଆରୀ ୯ ତାରିଖରେ ଇକ୍ରାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *