ରାତି ଅଧରେ ଘରେ ପଶି ବ-ନ୍ଧୁକ ଦେଖାଇଲେ ଏବଂ ଚା ପିଇବା ପରେ ଲୁ-ଟିନେଲେ ସବୁ ସୁନା ଗହଣା ଏବଂ ଟଙ୍କା ।

ଏମିତିବି ଚୋ-ର ଥାଆନ୍ତି ? ଯିଏକି ଚୋ-ରି କରିବାକୁ ଆସି ଚା’ ପିଇବାକୁ ମାଗେ । ତେବେ ହଠାତ ଗେଟ ପାଖରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ପରିବାର ଲୋକେ । କେହି କିଛି ବୁଝିବା ଆଗରୁ ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶି ଆସିଥିଲେ ଛଅ ଜଣ ଦୁ-ର୍ବୁତ୍ତ । ରାତି ପ୍ରାୟ ୧.୦୦ ସମୟରେ ଘର ଲୋକେ ସମସ୍ତେ ଶୋଇଥିବା ବେଳେ ସେମାନଙ୍କୁ ଉଠାଇ ମୁଣ୍ଡରେ ବ-ନ୍ଧୁକ ଦେଖାଇ ଚା’ ବନାଇ ସେମାନଙ୍କୁ ପିଇବାକୁ ଦେବାକୁ ବାଧ୍ୟ କରିଥିଲେ । କ୍ଷୀର ଚା’ ବନାଇ ଟିକିଏ ଫୁର୍ତ୍ତି କରିବାକୁ ପରିବାର ଲୋକଙ୍କୁ ବାଧ୍ୟ କରିଥିଲେ । ଏହାବ୍ୟତୀତ ସେମାନେ ଫ୍ରିଜରୁ ମିଠା ବାହାର କରି ମଧ୍ୟ ଖାଇଥିଲେ । ତାପରେ ପୁରା ଘରେ କଳାକନା ବୁଲାଇ ଦେଇଥିଲେ ।

କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ବାସ୍ତବ ଘ-ଟଣା ଅଟେ । ଗତକାଲି ରାତିରେ ଏଭଳି ଏକ ଘଟ-ଣା ଘଟି ଯାଇଛି । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥା-ନା ଟୁକୁଣା ଗାଁରେ ଏଭଳି ଏକ ଘ-ଟଣା ଘଟି ଯାଇଛି । ଛଅ ଜଣ ଦୁ-ର୍ବୁତ୍ତ ଘର ମାଲିକଙ୍କ ମୁଣ୍ଡରେ ବ-ନ୍ଧୁକ ଦେଖାଇ ପନ୍ଦର ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଏବଂ ଗହଣା ଲୁ-ଟି ନେଇଛନ୍ତି ।

ପରିବାରରେ ତିନି ଜଣ ଅର୍ଥାତ ସ୍ୱାମୀ ସ୍ତ୍ରୀ ଏବଂ ପୁଅ ଥିଲେ । ଗତକାଲି ରାତିରେ ଯେତେବେଳେ ସମସ୍ତେ ଶୋଇଥିଲେ ସେତେବେଳେ ସୁଯୋଗ ନେଇ ଗ୍ରୀଲ କାଟି ଘରେ ପଶିଥିଲେ ଏବଂ ବ-ନ୍ଧୁକ ଏବଂ ଭୁ-ଜାଲି ଦେଖାଇ ସୁନା ଟଙ୍କା ସହିତ ୭-୮ କିଲୋଗ୍ରାମ ରୁପା ମଧ୍ୟ ନେଇ ଯାଇଥିବା କହିଛନ୍ତି ପରିବାର ଲୋକେ ।

ଗାଁର ପବିତ୍ର ଦାସ ଜଣେ ସୁନା ଦୋକାନୀ ହୋଇଥିବା ବେଳେ ଛେନାପଦି ଛକରେ ତାଙ୍କର ଏକ ଗହଣା ଦୋକାନ ରହିଛି । ଆଉ ଗତକାଲି ଦୁ-ର୍ବୁତ୍ତ ମାନେ ତାଙ୍କ ଘରେ ପଶି ଏଭଳି କା-ଣ୍ଡ ଘଟାଇଛନ୍ତି ଏବଂ ଘରୁ ସବୁ ଲୁ-ଟି ନେଇ ଯାଇଛନ୍ତି । ଏହାବ୍ୟତୀତ ଘରୁ ଗୋଟିଏ ଏଲିଡି ନେବା ସହିତ ଫ୍ରିଜ ଖୋଲି ମିଠା ଖାଇବା ସହିତ ପବିତ୍ର ଦାସଙ୍କ ସ୍ତ୍ରୀକୁ ଚା’ ବନାଇବାକୁ ମଧ୍ୟ ବାଧ୍ୟ କରିଥିଲେ । ଗତ ଦେଢ଼ ବର୍ଷ ତଳେ ମଧ୍ୟ ପବିତ୍ର ଦାସ ଦୋକାନରୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କ ଉପରେ ମର-ଣାତ୍ମକ ଆକ୍ର-ମଣ କରି ୧୭ ଲକ୍ଷ ଟଙ୍କାର ଗହଣା ଲୁ-ଟି ନେଇଥିଲେ ଦୁ-ର୍ବୁତ୍ତ ମାନେ । ଆଉ ଗତକାଲି ମଧ୍ୟ ଏହିଭଳି କିଛି ଘ-ଟି ଯାଇଛି ।

Leave a Reply

Your email address will not be published. Required fields are marked *