ବହୁ ପରିଶ୍ରମ ପରେ ଟନେଲ ଭିତରୁ ଉଦ୍ଧାର ହେଲେ ଶ୍ରମିକ , କେମିଛି ଅଛି ସେମାନଙ୍କ ଦେହ ???

ଗତ ଦୀର୍ଘ ଦିନ ହେବ ଉତ୍ତରକାଶୀରେ ଥିବା ଏକ ଟନେଲ ମାମଲା ସବୁଠି ଚର୍ଚ୍ଚାର ବିଷୟ ହୋଇ ରହିଥିଲା । ଯେଉଁ ମାମ-ଲାର ପରିଣତି ଏହା ଯେ ଟନେଲ ଭିତରେ ଫସି ଯାଇଥିବା ଶ୍ରମିକଙ୍କୁ ଉ-ଦ୍ଧାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧୦ – ୧୧ ଜଣ ଶ୍ରମିକଙ୍କୁ ଉ-ଦ୍ଧାର କରାଯାଇ ସାରିଛି ଏବଂ ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠା ଯାଇଛି । ତେବେ କହିରଖିବୁ ଯେ ଉତ୍ତରକାଶୀର ଏହି ଟନେଲରେ ଗତ ଦୀର୍ଘ ୧୭ ଦିନ ହେବ ୪୧ ଜଣ ଶ୍ରମିକ ଫସି ରହିଥିଲେ । ୧୭ ଦିନ ହେବ ସେମାନେ ଏମିତି ଫସି ରହିଥିଲେ ଯେ ଆଉ ବାହାରିବା ସମ୍ଭବ ହୋଇ ନଥିଲା ।

ତେବେ ପ୍ରଶାସନ ଏବଂ ଭାରତୀୟ ସେନାଙ୍କ ସହଯୋଗ ସହିତ ଅନେକ ଉନ୍ନତମାନର ଯନ୍ତ୍ର ମଧ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହାର କରାଯାଇଥିଲା । କିନ୍ତୁ ସବୁକିଛି ଫେଲ ମାରିଥିଲା । ଆଉ ଶେଷରେ ମୂଷା ଗାତ ଭଳି ଖୋଳା ଯାଇଥିଲା ଏବଂ ଏହି ଶେଷ ପଦ୍ଧତି କାମ ମଧ୍ୟ କରିଥିଲା । ଆଉ ବର୍ତ୍ତମାନ ୪୧ ଜଣ ଶ୍ରମିକଙ୍କୁ ଧୀରେ ଧୀରେ ବାହାର କରାଯାଉଛି ।

ଯାହାଦ୍ୱାରା ପ୍ରଥମ ଥର ୫ ଜଣ ଏବଂ ତାପରେ ଆଉ ୫ ଜଣଙ୍କୁ ବାହାର କରାଯାଇଛି । ଏମିତି କରି ୪୧ ଜଣ ଶ୍ରମିକଙ୍କୁ ଉ-ଦ୍ଧାର କରାଯାଇ ପାରିବ ବୋଲି ସୂଚନା ରହିଛି । ତେବେ ଶ୍ରମିକଙ୍କୁ ଉ-ଦ୍ଧାର ପରେ ସିଧାସଳଖ ଡାକ୍ତରଖାନା ନିଆଯାଇ ସେଠାରେ ଡାକ୍ତରୀ ପରୀକ୍ଷଣ ପରେ ଯାଇ ସେମାନଙ୍କୁ ପରିବାର ସହିତ ମିଶିବାକୁ ସୁଯୋଗ ଦିଆଯିବ ।

କାରଣ ଯେହେତୁ ଶ୍ରମିକ ମାନେ ଦୀର୍ଘ ୧୭ ଦିନ କାଳ ଟନେଲ ଭିତରେ ଥିଲେ , ତେଣୁ ନିଶ୍ଚିତ ଭାବରେ ଅକ୍ସୀଜେନ ଅଭାବ କିମ୍ବା ଅନ୍ୟ କୌଣସି ଶାରୀରିକ ସମସ୍ୟା ଥାଇପାରେ ବୋଲି ଅନୁମାନ କରାଯାଉଛି । ଆଉ ସେମାନେ ସୁସ୍ଥ ହେବା ପରେ ଯାଇ ପରିବାର ଲୋକଙ୍କ ସହିତ ମିଶି ପାରିବେ ବୋଲି ସୂଚନା ରହିଛି ।

କହିରରଖିବୁ ଯେ ୧୭ ଦିନ ପୂର୍ବେ ଅର୍ଥାତ ଦୀପବଳୀ ପୂର୍ବରୁ ଉତ୍ତରକାଶୀରେ ଏକ ନିର୍ମାଣାଧୀନ ଟନେଲ ଭିତରେ ୪୧ ଜଣ ଶ୍ରମିକ ଫସି ରହିଥିଲେ । ଆଉ ବର୍ତ୍ତମାନ ସେମାନଙ୍କୁ ଧୀରେ ଧୀରେ ଉ-ଦ୍ଧାର କରାଯାଉଛି । ବାହାରେ ମେଡ଼ିକାଲ ଟିମ ଏବଂ ଆମ୍ବୁଲାନ୍ସ ଜଗି ରହିଥିବାର ମଧ୍ୟ ଦେଖା ଯାଇଛି । ଆଉ ଶ୍ରମିକ ମାନଙ୍କୁ ଉ-ଦ୍ଧାର କରାଯିବା ନେଇ ଲୋକେ ଖୁବ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *