ଗୁଣ୍ଡ ହେଲା ପିକନିକ ବସ, ଦେଇ ପାରିଲେନି ମ୍ୟାଟ୍ରିକ ପରୀକ୍ଷା ଚାଲିଗଲା ୩ ଛାତ୍ରୀଙ୍କ ଜୀବନ।

ଏଇ ଏବେ ଦିନ କେଇଟା ପରେ ମ୍ୟାଟ୍ରିକ ପରୀକ୍ଷା ଦେଇଥାନ୍ତା ଝିଅ। ଯାହାକୁ ନେଇ ବାପା ମା’ ଖୁସି ଥିବା ବେଳେ ଝିଅର ପାଠ ପଢା କେମିତି ହେବ ଏହାକୁ ନେଇ ଝିଅକୁ ନେଇ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ ହେଲେ ସେ ସ୍ୱପ୍ନ ପୂରଣ ହେବା ଆଗରୁ ପିକନିକ ଯେମିତି ଦଶମ ଶ୍ରେଣୀର ଛାତ୍ରୀଙ୍କ ପାଇଁ କାଳ ସାଜିଛି ଆଉ ଏକା ସାଙ୍ଗରେ ନେଇ ଯାଇଛି ତିନି ତିନି ଜଣ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ।

ଆଜ୍ଞା ହଁ ବନ୍ଧୁଗଣ ଗତ କାଲି ନୟାଗଡ଼ ଜିଲ୍ଲା ପାଣିଗଛା ଶାଳଭଙ୍ଗା ଜଙ୍ଗଲ ନିକଟରେ ଘଟି ଥିବା ସେଇ ମର୍ମନ୍ତୁତ ଦୁର୍ଘ-ଟଣା ତିନି ତିନି ଜଣ ଛାତ୍ରୀଙ୍କର ଜୀବନ ନେଇଯାଇଛି। ଯାହା ଫଳରେ କା-ନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଘର। ଝିଅକୁ ବାହାରେ ରଖି ବାପା ମା’ ପାଠ ପଢ଼ାଉଥିଲେ ଭାବିଥିଲେ ଆମ ଝିଅ ପାଠ ପଢି ବଡ଼ ଚାକିରୀ କରିବ। ହେଲେ ସେ ବେପରୁଆ ଟ୍ରକ ଡ୍ରାଇଭର ପାଇଁ ଆଜି ତିନି ତିନି ଜଣ ନିରୀହ ଜୀବନ। କାହାର ସାମାନ୍ୟ ଅସାବଧାନତା ଯୋଗୁ ଆଜି ବାପା ମା’ଙ୍କ କୋଳ ଶୂନ୍ୟ ହୋଇଯାଇଛି। ଅତି ବିଭତ୍ସ ଭାବରେ ୩ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଏବେବି ଅନେକ ପିଲା ଗୁରୁ-ତ୍ୱର ଆ-ହତ ହୋଇଛନ୍ତି।

ରାତି ପ୍ରାୟ ୧୦ ଟା କିମ୍ବା ସାଢ଼େ ୧୦ ଟା ହେବ ୭୦ ଜଣ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ମନରେ ବାହାରି ଯାଇଥିଲେ ପିକନିକ। ମନରେ ଥିଲା କେତେ ଆଶା କେତେ ସ୍ୱପ୍ନ। ସକାଳୁ ସକାଳୁ ସମ୍ବଲପୁରରେ ପହଞ୍ଚି ଦର୍ଶନ କରିଥାନ୍ତେ ମା’ ସମ୍ବଲେଇଙ୍କୁ। କାହିଁକିନା ଆଜି ହେଉଛି ମା’ ସମ୍ବଲେଇଙ୍କର ପ୍ରକଳ୍ପର ଲୋକାର୍ପଣ। ନୂଆ ବୋହୂଟେ ପରି ସଜେଇ ହୋଇଛି ସମ୍ବଲେଇ ପୀଠ। ଆଉ ମା’ ସମ୍ବଲେଇଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ସମସ୍ତେ ଆଗ୍ରହ ହୋଇ ବେଶ ମଜା ମସ୍ତିରେ ମସଗୁଲ ଥିଲେ। ହେଲେ କିଏ ଜାଣିଥିଲା ଯେ ମା’ଙ୍କ ଦର୍ଶନ କରିବା ଅଧା ଅଧୁରା ରହିଯିବ ବୋଲି। ସବୁ ହସ ଖୁସି କିଛି ସମୟ ଭିତରେ କା-ନ୍ଦ ବୋବାଳିରେ ଫାଟି ପଡିବ।

ରାତି ଠିକ ୧୧ ଟା ସ୍ଥାନ ନୟାଗଡ଼ ଜିଲ୍ଲା ବାଣିଗଛା ଥା-ନା ଶାଳଭଙ୍ଗା ଜଙ୍ଗଲ ନିକଟ। ବସ ଭିତରେ କିଛି ଛାତ୍ରଛାତ୍ରୀ ଶୋଇ ଯାଇଥିବା ବେଳେ ଆଉ କିଛି ନାଚ ଗୀତରେ ମସଗୁଲ ଥିଲେ। ହଠାତ ଏହି ସମୟରେ ହୋଇଥିଲା ଏକ ଭ-ୟଙ୍କର ଶବ୍ଦ। ଶବ୍ଦ ଶୁଣି ସମସ୍ତେ ଉଠି ପଡିଲା ବେଳକୁ ପିକନିକ ବସକୁ ସାମ୍ନା ପଟରୁ ଏକ ଟ୍ରକ ଧ-କା ଦେଇସାରିଥିଲା। ହଠାତ କେହି କିଛି ବୁଝିବା ଆଗରୁ ଜଣକ ପରେ ଜଣଙ୍କୁ ପିକନିକ ବସରୁ ଛାତ୍ରଛାତ୍ରୀ ମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ।

ଆଉ ସେପଟେ ଟ୍ରକ ଡ୍ରାଇଭର ଜଣକ ବେପରୁଆ ଭାବେ ଗାଡି ଚଳାଉଥିବା ବେଳେ ଏକ ଗଛ ଦେହରେ ନେଇ ଗାଡିଟିକୁ ପିଟି ଦେଇଥିଲେ। ଆଉ ଏପଟେ ପିକନିକ ବସର ଅବସ୍ଥା ଅତି ଭ-ୟଙ୍କର ହୋଇଥିବା ବେଳେ ରାସ୍ତା ଉପରେ ପଡିଥିଲା ଜଣଙ୍କ ପରେ ଜଣଙ୍କ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର କ୍ଷତ ବିକ୍ଷତ ଦେହ। କଷ୍ଟ ଯନ୍ତ୍ର-ଣାରେ ସମସ୍ତେ ଚି-ତ୍କାର କରୁଥିଲେ। କାହାର ହାତ ଭାଙ୍ଗିଯାଇଥିଲା ତ କାହାର ଗୋଡ଼ ଭାଙ୍ଗିଯାଇଥିଲା ପୁଣି କାହାର ଦେହରୁ ହାତ ଅଲଗା ହୋଇଯାଇଥିଲା।

ସେପଟେ ଟ୍ରକ ଚକା ତଳେ ଚାପି ହୋଇ ଘ-ଟଣା ସ୍ଥଳରେ ଦୁଇ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣଙ୍କୁ ଟ୍ରକ ଚକା ତଳୁ ବାହାର କରି ମେଡିକାଲକୁ ନେବା ରାସ୍ତାରେ ରାସ୍ତାରେ ହିଁ ଜୀବନ ଚାଲିଗଲା। ଆଉ ସବୁଠାରୁ ବଡ଼ କଥା ହେଉଛି ସମସ୍ତେ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ରୀ।

ଘ-ଟଣା ଘଟିବା ପରେ ଚି-ତ୍କାର ଶୁଣି ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ଦେଖିଲା ବେଳକୁ ପରିସ୍ଥିତି ପୁରା ଅସମ୍ଭାଳ ହୋଇ ପଡ଼ିଛି। ପୁରା ରାସ୍ତା ର-କ୍ତରେ ଭିଜି ଯାଇଛି। କାହାକୁ ନେବେ କାହାକୁ ରଖିବେ କିଛି ବୁଝି ପାରୁନଥିଲେ। ଦୁର୍ଘ-ଟଣାଟି ଅତି ବିଭତ୍ସ ଭାବରେ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଅନେକଙ୍କୁ ଉ-ଦ୍ଧାର କରିଥିବା ବେଳେ ଶୀତୁଆ ରାତିକୁ ଚାରିଆଡେ କୀଟମିଟ ଅନ୍ଧାର ରାତି ହୋଇଥିବା ବେଳେ ଆହୁରି ବି ଅନେକ ଛାତ୍ରଛାତ୍ରୀ ଚାପି ହୋଇରହିଥିଲେ। ଯାହାକୁ ଉ-ଦ୍ଧାର କରିବା ସ୍ଥାନୀୟ ଲୋକମାନଙ୍କ ପକ୍ଷେ ଯେମିତି କାଠିକର ପାଠ ହୋଇଯାଇଥିଲା। ଏଭଳିକି ସ୍ଥାନୀୟ ଅଞ୍ଚଳରେ ଆମ୍ବୁଲାନ୍ସ ବି ଅ-ଭାବ ପଡିଗଲା। ଅନେକ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଛାତ୍ରୀଙ୍କର ମୃ-ତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Leave a Reply

Your email address will not be published. Required fields are marked *