ବନ୍ଦ ହେବ ଧଉଳି ଗଣନାଟ୍ୟ । ଅନେକ ଛୋଟ ପିଲା କରୁଛନ୍ତି କାମ । କାହାଠୁ ନେଇଛନ୍ତି ଅନୁମତି ?

ସାରା ଓଡ଼ିଶାରେ ଜଣାଶୁଣା ପେଟି5ଧଉଳି ଗଣନାଟ୍ୟ , ଯାହାକୁ ନେଇ ଗତ କିଛିଦିନ ହେ ବେଶ ଚର୍ଚ୍ଚା ହେଉଛି । କାରଣ ଗତ କିଛିଦିନ ତଳେ ଧଉଳି ଗଣନାଟ୍ୟର ଏକ ଟ୍ରକ ଯେଉଁଥିରେ ସବୁ ସଯସଜି ଜିନିଷ ଏବଂ ଲାଇଟ ଯାଉଥିଲା ସେହି ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଦୁର୍ଘଟଣା ମାମଲା ଏବେବି ଲୋକଙ୍କ ମନରୁ ଲିଭି ନାହିଁ ।

କାରଣ ମନରେ ଲୋକଙ୍କର ଅଭିଯୋଗ ଯେ ସେମାନେ କାମ କଲେ ବୋଲି କଣ ସେମାନେ ଜିନିଷପତ୍ର ବୋଝେଇ ହେଉଥିବା ଟ୍ରକରେ ଯିବେ ? ବର୍ତ୍ତମାନ ସମୟରେ ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି ଯେ କେତେ ରୋଜଗାର କଲେ ଆଉ ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ମାଲିକ ଏବଂ ମ୍ୟାନେଜର ବାଉଁଶ ପୋତୁଥିବା ଲୋକଙ୍କୁ ବସରେ ନେବେ ।

ଏପଟେ ପାଖରେ ଛୋଟ ପିଲା କାମ କରୁଛନ୍ତି କିନ୍ତୁ ଛୋଟ ପିଲାକୁ କାମରେ ରଖିବାକୁ ସେ କାହାଠାରୁ ନିଷ୍ପତ୍ତି ନେଇଥିଲେ ? ଏମିତି ଅନେକ କଥା ଦାବି କରି ମାଲିକ ଏବଂ ମ୍ୟାନେଜରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି ଲୋକେ । ୧୪ ବର୍ଷର ପିଲାକୁ କାମ କରାଇବା ପାଇଁ ତାଙ୍କୁ କିଏ ଅନୁମତି ଦେଇଥିଲା ?

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଟିଏ ଗାଁରୁ ଦୁଇ ଦୁଇଟି ମୃତଦେହ ଉଠିଛି । ଝାଡେଶ୍ବର ମୁର୍ମୁ ଏବଂ ୧୪ ବର୍ଷର ପିଲାଟିଏ ସୁରୁ ମୁର୍ମୁ ଯାହାଙ୍କର ମୃତଦେହ ଉଠିଛି । ଯାହାପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଉ ଏହାକୁ ନେଇ ଲୋକେ ଯାତ୍ରା ମାଳିକକୁ ପ୍ରଶ୍ନ କରିଛନ୍ତି ଯେ ସେମାନେ କେତେ ନିୟମକୁ ଉଲଂଘନ କରିଛନ୍ତି ।

କହିରଖିବୁ ଯେ ସେହି ମାମଲାରେ ୧୩ ଜଣ ଲୋକଙ୍କୁ ମଧ୍ୟରୁ ୮ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ ଛଅ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା । ତାହାରି ଭିତରେ ୧୪ ବର୍ଷର ପୁଅ ମଧ୍ୟ ରହିଛି । ଯାହାକି ଅଧିକ ଦୁଃଖ ଦେଇଛି । କାରଣ ଏବେ ଏବେ ହିଁ ପିଲାଟି ଦୁନିଆ ବିଷୟରେ ଜାଣିବା ଆରମ୍ଭ କରିଥିଲା ।

କିନ୍ତୁ ବର୍ତ୍ତମାନ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ କାହିଁକି ଧଉଳି ଗଣନାଟ୍ୟ କାମ କରୁଥିବା ଲୋକଙ୍କ ପାଇଁ ବସ ସୁବିଧା କରିନାହିଁ । କାରଣ ସେମାନଙ୍କ ଭୁଲ ପାଇଁ ୬ ଟି ଗରିବ ନିରୀହ ଜୀବନ ଯାଇଛି ଏବଂ ତାହାରି ମଧ୍ୟରେ ୧୪ ବର୍ଷର କୁନି ପୁଅର ଜୀବନ ମଧ୍ୟ ଚାଲି ଯାଇଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଏହି ମାମଲା ପରେ ଯାତ୍ରା ମାଲିକ କିମ୍ବା ମ୍ୟାନେଜର କେହିବି ଦେଖିବାକୁ ସୁଦ୍ଧା ଆସି ନାହାଁନ୍ତି ।

Leave a Reply

Your email address will not be published. Required fields are marked *