କାର ଖାନା ମାଲିକାଣୀ ଦେଲେ ଖୁସି ଖବର । କହିଲେ ରେଷ୍ଟରାଣ୍ଟ ନୁହେଁ ବରଂ ସ୍ଥାନୟୀ ସ୍ଥାନରେ ଲୋକଙ୍କୁ ଖୁଆଇବେ ।

ସେହି କାର ଖାନା ଯାହାର ଦୁଇ ଭାଉଜଙ୍କୁ ନେଇ ଆସିଛି ବର୍ତ୍ତମାନ ଏକ ବଡ଼ ଖବର । କାର ଖାନା ପୁଣିଥରେ ଖୋଲିବାକୁ ଯାଉଛି ଏବଂ ପୁଣିଥରେ ଲୋକେ ୭୦ ଟଙ୍କାରେ ପେଟ ପୁରା ସୁଆଦିଆ ଖାଦ୍ୟ ଖାଇବାକୁ ମଧ୍ୟ ଅନେଇ ବସିଛନ୍ତି । ଯେତେବେଳେ ସେହି ଦୁଇ ଜାଆ କିମ୍ବା ଦୁଇ ଭାଉଜଙ୍କୁ ଅନେକ ଅପାମାନ ସହିବାକୁ ପଡ଼ିଥିଲା ସେତେବେଳେ ସେମାନେ ଏକାଠି ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଆଉ ଥାନାରେ ଅଭିଯୋଗ କରି ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ତାଙ୍କ ନାମରେ ଏଭଳି କିଭି ଉକ୍ତି ଦେଉଛନ୍ତି ସେମାନେ ତାଙ୍କ ନାମରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି । ଏହାରି ଭିତରେ ସେ ଆହୁରି ମଧ୍ୟ କହିଛନ୍ତି ଯେ କାର ଖାନା କେବେବି ବନ୍ଦ ହେବନାହିଁ ।

ବିଏମସି ପ୍ରତିବନ୍ଧକ ଲଗାଇବା ପରେ ବର୍ତ୍ତମାନ ଲାଇସେନ୍ସ ଆବେଦନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି । ଏପଟେ ଖାଦ୍ୟ ବିକ୍ରି କରୁଥିବା ସ୍ଥାନର କାଗଜପତ୍ର ଏବଂ ସେପଟେ ସୋସିଆଲ ମିଡ଼ିଆରେ ତାଙ୍କର ଭାଇରଲ ଭିଡ଼ିଓକୁ ନେଇ ନାନା ପ୍ରକାରର ତର୍ଜମା ଚାଲିଥିଲା । ଆଉ ବର୍ତ୍ତମାନ ସମୟରେ ସୂଚନା ଆସିଛି ଯେ ସେହି କାର ଖାନା ସେହି ରାସ୍ତା କଡ଼ରେ ଖାଦ୍ୟ ସହିତ ପୁଣି ଯାତ୍ରା ଅରମ୍ଭ କରିବାକୁ ଯାଉଛି ।

ଏହା ସେହି ଦୁଇ ଭଉଣୀ ନେହା ପାଣିଗ୍ରାହୀ ଏବାଂ ଅରୋସ୍ମିତା ଦାସ ଘୋଷଣା କରିଛନ୍ତି । ଏହାକୁ ନେଇ ନିଜେ ନେହା ନିଜର ମତ ମିଡ଼ିଆ ସାମ୍ନାରେ କହିଛନ୍ତି । ସେ କହିଛନ୍ତି ଯେ କୌଣସି ରେଷ୍ଟରାଣ୍ଟ ନୁହେଁ ବରଂ ସେହି ରାସ୍ତା କଡ଼ରେ ହିଁ କାମ ଜାରି ରହିବ ।

ସେ କହିଛନ୍ତି ଯେ ସେ ଲୋକଙ୍କୁ ସେହି କମ ଟଙ୍କାରେ ଖୁଆଇବେ ଏବଂ ସେହି କମ ଟଙ୍କାରେ ଲୋକଙ୍କୁ ଖୁଆଇ ଖୁସି ହେବେ । ଅନ୍ୟ ଲୋକଙ୍କର କମେଣ୍ଟରେ ସେ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଷ୍ଟରାଣ୍ଟ ଖୋଲି ସେ ଲୋକଙ୍କ ଠାରୁ ନିରର୍ଥକ ଅତିରିକ୍ତ ଟଙ୍କା ନେବାକୁ ଚାହୁଁ ନାହାଁନ୍ତି ।

ସେହି ଦୁଇ ଭଉଣୀ ଯେତେବେଳେ ବାହାରକୁ ବାହାରୁଛନ୍ତି ସମାନ ରଙ୍ଗର ପୋଷାକ ଅର୍ଥାତ ଶାଢ଼ୀ ପିନ୍ଧି ବାହାରୁଛନ୍ତି । ଏହାବ୍ୟତୀତ ସେମାନଙ୍କର କହିବା କଥା ଯେ ସେମାନେ କୌଣସି ବଡ଼ ହୋଟେଲ କିମ୍ବା ରେଷ୍ଟରାଣ୍ଟ ଖୋଲିବାକୁ ଚାହୁଁ ନାହାଁନ୍ତି । ଏଥର ସେମାନେ ଏକ ସ୍ଥାୟୀ ସ୍ଥାନରେ ଏହି କାମ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *