ଅନୁଭବଙ୍କ ବାପାଙ୍କ ଏକାଦଶାହରେ ଦିଲ୍ଲୀରୁ ଆସି ପହଞ୍ଚିଲେ ଜାଗୃତି ଶୁକ୍ଳା । ଅନୁଭବଙ୍କୁ କଥାଦେଇ କହିଲେ ……..

ଗତ କିଛିଦିନ ତଳେ ଅଲିଉଡ଼ ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ଅନୁଭବ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ସେହି ସମୟରେ ଅନୁଭବ ମହାନ୍ତିଙ୍କ ଖାସ ବନ୍ଧୁ ଜାଗୃତି ଶୁକ୍ଳା କେବେ ଆସିବେ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ । କିନ୍ତୁ ସେ ଆସି ନଥିଲେ । ଜାଗୃତି ଏବଂ ଅନୁଭବଙ୍କ ମଧ୍ୟରେ କେତେ ନିବିଡ଼ ସମ୍ପର୍କ ରହିଛି ତାହା ସମସ୍ତେ ଜାଣିଛନ୍ତି ।

କିନ୍ତୁ ଆଜି ହଠାତ ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଜାଗୃତିଙ୍କୁ ଦେଖିବାକୁ ମିଳିଛି । ଦିଲ୍ଲୀରୁ ଆସି ଅନୁଭବଙ୍କ ଏକାଦଶାହରେ ଜାଗୃତି ପହଞ୍ଚିଛନ୍ତି । ଆଉ ଏହାକୁ ଦେଖିଲେ ଜଣା ପଡ଼ୁଛି ଯେମିତି ଅନୁଭବଙ୍କର ସୁଖ ଦୁଃଖ ଏବଂ ସବୁ ସମୟରେ ଜାଗୃତି ଯେମିତି ସବୁବେଳେ ସାଥିରେ ଅଛନ୍ତି ।

ଯେତେବେଳେ ଯେଉଁ ବିପଦ ଆସିଛି ସେତେବେଳେ ଜାଗୃତି ଶୁକ୍ଳା ମୁହଁ ଖୋଲିଛନ୍ତି । ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଅନେକ କଥା ଚର୍ଚ୍ଚା ହୋଇଛି । ଏହାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି । ତଥାପି ଏହି ସମ୍ପର୍କରେ ମଧୁରତା ଆପଣ ମାନେ ଏହିଠାରୁ ଅନୁଭବ କରି ପାରୁଥିବେ ।

କିଭଳି ତାଙ୍କର ଏଭଳି ପରିସ୍ଥିତି ସମୟରେ ଜାଗୃତି ତାଙ୍କ ପାଖରେ ଅଛନ୍ତି ତାହା ଆପଣ ମାନେ ମଧ୍ୟ ଦେଖିପାରୁଥିବେ । ଦିଲ୍ଲୀରୁ ଜାଗୃତି ଆସି ସିଧା ଅନୁଭବଙ୍କ ପାଖରେ ଆସି ପହଞ୍ଚିଛନ୍ତି । ଅନୁଭବ ମହାନ୍ତିଙ୍କର ଯେତେବେଳେ ଛାଡ଼ପତ୍ର ମାମଲା ଚାଲିଥିଲା ସେତେବେଳେ ଅନୁଭବ ଖୁବ ଚିନ୍ତିତ ରହୁଥିଲେ ।

ଆଉ ସେ ଚିନ୍ତିତ ଥିବା ସମୟରେ ଜାଗୃତି ମଧ୍ୟ ମୁହଁ ଖୋଲିଥିଲେ । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନୁଭବଙ୍କୁ ଟ୍ୟାଗ କରି ସେ ଏମିତି କିଛି ଲେଖି ଅନୁଭବଙ୍କୁ ଧୌର୍ଯ୍ୟ ଏବଂ ସାହସ ଦେଉଥିଲେ । କୁହାଯାଉଥିଲା ଯେ ଜାଗୃତି ଅନୁଭବଙ୍କ ପରିବାରକୁ ବେଶ ଭଲ ଭାବରେ ଜାଣିଥିଲେ ବୋଲି । ଅନୁଭବଙ୍କ ପରିବାରର ସମସ୍ତେ ମଧ୍ୟ ଜାଗୃତିଙ୍କୁ ବେଶ ଭଲ ପାଆନ୍ତି । ଜାଗୃତି ଲେଖିଥିଲେ ଯେ ” ଅନୁଭବ ଏହି ସମୟରେ ତୁମେ ଧୌର୍ଯ୍ୟ ହାରିବ ନାହିଁ ।

ତୁମେ ସକାରାତ୍ମକ ଚିନ୍ତାରେ ରହୁଛ , ତେଣୁ ତୁମେ ନିଶ୍ଚୟ ସଫଳ ହେବ । ସୋସିଆଲ ମିଡିଆରେ ଏମିତି କିଛି ଲେଖି ଅନୁଭବ ମହାନ୍ତିଙ୍କୁ ସେ ସାହସ ଦେଉଥିଲେ । ଆଉ ଆଜି ବା କେମିତି ଏଭଳି ପରିସ୍ଥିତିରେ ସେ ତାଙ୍କ ପାଖକୁ ନଆସି ରହି ଯାଇଥାନ୍ତେ । ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ଏକାଦଶାହରେ ଜାଗୃତି ତାଙ୍କ ପାଖରେ ଆସି ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *