ଡିଜେ ଗୀତରେ ମନ ଖୋଲି ନାଚୁଥିଲେ,ଚୁଟି ଭିଡ଼ି ନେଲା ଜେନେରେଟର ।

ମଣିଷ ଜୀବନରେ କେତେବେଳେ ଯେ କ’ଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଏମିତି ଏକ ଆଶ୍ଚର୍ୟ୍ଯଜନକ ଘ-ଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶ ପ୍ରୟାଗରାଜର ସୌଉଦାବାଦ୍ ଧାର୍ମିକ କାର୍ଯ୍ୟକ୍ରମରେ ନାଚଗୀତ ପାଇଁ ଡିଜେ ସହିତ ଜେନେରେଟର ବି ଆସିଥିଲା। ହାଇସ୍କୁଲର ଛାତ୍ରୀ ଗୁଞ୍ଜା ସୋମବାର ଦିନ ନିଜ ସମ୍ପ-ର୍କୀୟଙ୍କ ଘରକୁ ଯିବା ବାଟରେ ଡିଜେ ବଜୁଥିବାର ଦେଖି ଗାଆଁ ପିଲାଙ୍କ ସହିତ ସେ ମଧ୍ୟ ନଚିବାକୁ ଲାଗିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ଲାଗିଲା ଯେମିତି ତାଙ୍କ ଚୁଟିକୁ ଧରି କିଏ ହଠାତ୍ ପଛ ପଟକୁ ଭିଡ଼ି ଦେଉଛି।

ଏ ବିଷୟରେ ସେ କିଛି ଭାବିବା ପୂର୍ବରୁ ଜେନେରେଟରରେ ତାଙ୍କ ଚୁଟି ସବୁ ଭିଡ଼ି ହେଇ ପଶିଗଲା ତାପରେ କ’ଣ ହେଲା, ତାଙ୍କର କିଛି ମନେ ନାହିଁ। ମଙ୍ଗଳବାର ଦିନ ପ୍ରାୟ ୧୦ଟା ବେଳେ ତାଙ୍କର ଚେତା ଆସିବା ବେଳକୁ ସେ ମେଡିକାଲ ରେ ଥିଲେ ଏବଂ ତାଙ୍କ ମୁଣ୍ତରେ ୭୦୦ରୁ ଅଧିକ ଷ୍ଟିଜ୍ ପଡ଼ିଛି ଏବଂ ତାଙ୍କ ମୁଣ୍ତରେ ଆଉ ଚୁଟି ନାହିଁ। ଏବେ ଗୁଞ୍ଜାଙ୍କ ଦେହ ପୁରା ଭଲ ଅଛି। ସେ ଏବେ ନିଜ ଘର ଲୋକଙ୍କ ସହ ଅଳ୍ପ ଅଳ୍ପ କଥା ହେଉଛନ୍ତି।

Leave a Reply

Your email address will not be published. Required fields are marked *