ପୁଅ ମୁଣ୍ଡରେ ଚନ୍ଦନ ଲଗେଇଲା ମା, ରାଗରେ ବେକ କା-ଟିଦେଲା ପୁଅ

ଦଶ ମାସ ଦଶ ଦିନ କେତେ ଦୁଃ-ଖ କଷ୍ଟ ସହି ନିଜ ଗ-ର୍ଭରେ ଧରି ମାଆ ଆମକୁ ଜନ୍ମ କରେ। ଛୋଟ ରୁ ବଡ଼ ହେବା ପର୍ଯ୍ୟନ୍ତ ସେ ଆମର ଯତ୍ନ ନିଏ। ନିଜେ ଭୋକ ଉପାସରେ ଶୋଇ ଆମକୁ ପେଟ ପୁରା ଖାଇବାକୁ ଦିଏ। ସେଥିପାଇଁ ଲୋକେ କୁହନ୍ତି ମାଆର ଋଣ ଆମେ କେବେ ସୁଜି ପାରିବାନି। ଆଜିର ଯୁବ ପିଢ଼ି ଏବେ ମାଆର ଋଣ ସୁଜିବା ବଦଳରେ ସ୍ତ୍ରୀ କଥାରେ ମାଆକୁ ହତାଧାର କରୁଛନ୍ତି ବୋଲି ଆପଣ ମାନେ ଶୁଣିଥିବେ କିନ୍ତୁ କେବେ ଶୁଣିଛନ୍ତି ପୁଅ ମାଆକୁ ମା-ରି ର-କ୍ତାତ କରିଦେଇଛି। ହଁ ଆଜ୍ଞା ଏମିତି ଏକ ହୃଦୟ ବିଦା-ରକ ଘ-ଟଣା ପାରାଦ୍ଵୀପରେ ଦେଖିବାକୁ ମିଳିଛି।

ପାରାଦ୍ଵୀପ ଉପଖଣ୍ଡ ଉତ୍ତମୁଣ୍ଡାଇ ଗାଆଁର କୈଳାଶ ବେହେରାଙ୍କ ସ୍ତ୍ରୀ ସୁଲୋଚନା ବେହେରା ଗଡ଼ଶ୍ରୀମା ସ୍କୁଲରେ ଶିକ୍ଷୟତ୍ରୀ କାମ କରନ୍ତି। ସ୍ଵାମୀ ଏବଂ ପୁଅ ଅଂଶୁମାନ ସହିତ ସୁଲୋଚନା ସ୍କୁଲର ଖରାଦିନ ଛୁଟି ଘରେ ରହି ଉପଭୋଗ କରୁଥିଲେ। କିନ୍ତୁ କେଜାଣି ତାଙ୍କ ଖୁସିରେ କାହାର ନଜର ଲାଗିଗଲା। ପୁଅର ଝାଳ ପୋଛି ଦେଉଥିବା ପଣତ ଆଜି ର-କ୍ତାତ।

ସୋମବାର ମଇ ୨୨ ତାରିଖ ଦିନ ସକାଳେ ସୁଲୋଚନା ଠାକୁରଙ୍କ ପାଖରେ ପୂଜା ପାଠ ସାରି ପୁଅ ଅଂଶୁମାନ ମୁଣ୍ତରେ ଚନ୍ଦନ ଲଗାଇଲେ ଏବଂ କିଛି ସମୟ ପରେ ରୋଷେଇ କରିବା ପାଇଁ ଶାଗ କା-ଟୁଥିଲେ ଠିକ୍ ସେତିକିବେଳେ ପୁଅ ଅଂଶୁମାନ ରା-ଗରେ ଆସି ସୁଲୋଚନାଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦେଲେ। ଅଂଶୁମାନ ଆକ୍ର-ମଣରେ ଘଟ-ଣା ସ୍ଥଳରେ ସୁଲୋଚନାଙ୍କ ମୃ-ତ୍ୟୁ ହେଇ ଯାଇଥିଲା।

ପାରାଦ୍ଵୀପ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହ ଉ-ଦ୍ଧାର କରି ତ-ଦନ୍ତ ଆରମ୍ଭ କରିଥିଲେ। ପୋଲି-ସଙ୍କ ପଚ-ରା ଉ-ଚୁରା ବେଳେ ଅଂଶୁମାନଙ୍କ ଦାଦା ଏବଂ ଖୁଡି କହିଥିଲେ ପୁଅ ଆମର ଇଞ୍ଜିନିୟର ପଢ଼ିବା ବେଳଠାରୁ ତା ମୁଣ୍ଡ ଖରାପ ହେଇଯାଇଛି। ସେ ସବୁବେଳେ ମେଡ଼ିସିନ ଖାଏ ଆମେ ଜାଣିନୁ ସେ ସେଦିନ ମେଡ଼ିସିନ ଖାଇଥିଲାକି ନାହିଁ କିନ୍ତୁ ଭାଇ ଭାଉଜ ଅଂଶୁମାନଙ୍କୁ ପୁରା ଗେଲବସରରେ ବଡ଼ କରିଥିଲେ।

Leave a Reply

Your email address will not be published. Required fields are marked *