କୁନି ପୁଅ ଏବଂ ସ୍ତ୍ରୀକୁ ଝୁରି ଝୁରି ମେଡ଼ିକାଲରେ ମୃ-ତ୍ୟୁବ-ରଣ କଲେ ସ୍ବାମୀ।

ବାହାନଗା ଦୁର୍ଘ-ଟଣା ପରେ ଓଡ଼ିଶା ବାସୀଙ୍କୁ ପୁଣି ଥରେ ଗୋଟେ ବଡ଼ ଦୁର୍ଘ-ଟଣାର ସାମ୍ନା କରିବାକୁ ପଡ଼ିଥିଲା। ଗତ ୨୫ ତାରିଖ ସୋମବାର ଦିନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପାଖରେ ଗୋଟେ ଓଏସଆରଟିସି ବସ୍ ଏକ ଘରୋଇ ବସ୍ ସହିତ ମୁହାଁମୁହିଁ ଧ-କ୍କା ହେଇଥିଲା। ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧ-କ୍କା ହେବା ଦ୍ଵାରା ଘଟଣା ସ୍ଥଳରେ ପ୍ରାୟ ୧୧ ଜଣଙ୍କର ମୃ-ତ୍ୟୁ ହେଇ ଯାଇଥିଲା।

ଦୁର୍ଘ-ଟଣା ପରେ ଆ-ହତ ଯାତ୍ରୀମାନଙ୍କୁ ବରମପୁରର ଏମ୍.କେ.ସି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବଂ ଗୁରୁତର ଭାବରେ ଆ-ହତ ହେଇଥିବା ଯାତ୍ରୀମାନଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା। କଟକ ସ୍ତାନାତରିତ କରାଯାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଚାଗଡର ଶୁଭେନ୍ଦୁ ପ୍ରଧାନ ମଧ୍ୟ ଥିଲେ।

ଶୁଭେନ୍ଦୁ କଣ୍ଟାଦେଉଳିରେ ନିଜ ଝିଅକୁ ଛାଡ଼ି କୁନି ପୁଅ ଏବଂ ସ୍ତ୍ରୀ ସହ ଘରୋଇ ବସରେ ଘରକୁ ଫେରୁଥିଲେ। କିନ୍ତୁ ସେ ନିଜ ସ୍ବପ୍ନରେ ମଧ୍ୟ ଭାବି ନଥିବେ ଏମିତି କିଛି ଘଟିଯିବ। ବସ୍ କିଛି ଯିବାପରେ ଓଏସଆରଟିସି ବସ୍ ସହ ଧ-କ୍କା ହେଇ ଗଲା ଯେଉଁ ଦୁର୍ଘ-ଟଣାରେ ନିଜର ସବୁକିଛି ହରେଇ ଦେଲେ। କୁନି ପୁଅ ଏବଂ ସ୍ତ୍ରୀଙ୍କର ଘଟ-ଣା ସ୍ଥଳରେ ମୃ-ତ୍ୟୁ ହେବାପରେ ଶୁଭେନ୍ଦୁଙ୍କୁ ଏମ୍.କେ.ସି ମେଡିକାଲକୁ ନିଆ ଯାଇଥିଲା । ତାଙ୍କ ମୁଣ୍ଡରେ ଜୋରେ ଆ-ଘାତ ଲାଗିଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲ ସ୍ତାନାତରିତ କରାଗଲା। କିଛି ଦିନ ମେଡ଼ିକାଲରେ ରହି ଟ୍ରିଟମେଣ୍ଟ ହେବାପରେ ଗତ କଲି ନିଜ ପୁଅ ଏବଂ ସ୍ତ୍ରୀଙ୍କୁ ଝୁରି ଝୁରି ସେ ମୃ-ତ୍ୟୁବ-ରଣ କରିଛନ୍ତି।

Leave a Reply

Your email address will not be published. Required fields are marked *