PUBG ରୁ ପ୍ରେମ ଚାରି ଛୁଆଙ୍କୁ ଧରି ସୀମା ପାର କଲେ ସୀମା ।

ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ପ୍ରେମରେ ମଣିଷ ସାତ ଦରିଆ ପାରି ହୋଇ ପାରେ । ନିଜ ପ୍ରେମକୁ ପାଇବା ପାଇଁ ମଣିଷ ଯେ କୌଣସି ପଦକ୍ଷେପ ନେବାର ଆପଣ ନିହାତି ଭାବେ ସୁଣିଥିବେ । ସେଥିପାଇଁ କୁହାଯାଏ ପ୍ରେମ ପବିତ୍ର ପ୍ରେମ ଶାଶ୍ଵତ,ପ୍ରେମ ହିଁ ଚିରନ୍ତନ । ସତ ଭଲ ପାଇବା କେବେ ସରେନି କି କେବେ ମରେନି । ସତ ଭଲ ପାଇବାରେ ନା ଥାଏ ଛଳନା ନା ହିଁ ଥାଏ ପ୍ରତା-ରଣା । କେବଳ ପ୍ରେମକୁ ବାସ୍ତବତାର ରୂପ ଦେବା ପାଇଁ ଚାହିଥାନ୍ତି ପ୍ରେମିକ ପ୍ରେମିକା । ହଁ ଆଜ୍ଞା ଏପରି ଏକ ପ୍ରେମ କାହାଣୀ ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ଚକିତ ହୋଇଯିବେ ।

ଜଣେ ପାକିସ୍ତାନି ମହିଳା ଜଣଙ୍କ PUBG ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଏହା ପରେ ବନ୍ଧୁତାକୁ ପ୍ରେମରେ ବଦଳାଇ ଦେବା ପାଇଁ ଦୁହେଁ ନେଇଥିଲେ ନିଷ୍ପତ୍ତି । ଶେଷରେ ବନ୍ଧୂତାରୁ ପ୍ରେମର ରୂପ ନେଇଥିଲା ଦୁହିଁଙ୍କ ସ-ମ୍ପର୍କ । ତିନି ବର୍ଷର ଭଲ ପାଇବାକୁ । ନିଃସ୍ୱାର୍ଥ ନିସର୍ତ ସମ୍ପ-ର୍କକୁ ବାସ୍ତବତାରେ ରୂପ ଦେବା ପାଇଁ ଚାହିଥିଲେ ପାକିସ୍ତାନୀ ମହିଳା ଓ ନୋଇଡାର ଯୁବକ । ଆଉ ଶେଷରେ ଦୁହେଁ ନିଷ୍ପତ୍ତି ନେଇଥିଲେ ଏକାଠି ରହିବା ପାଇଁ । ତେଣୁ ମହିଳା ଜଣଙ୍କ ପରେ ଚାଲି ଆସିଥିଲେ ପାକିସ୍ତାନରୁ ଭାରତକୁ ।

ହଁ ଆଜ୍ଞା ମହିଳା ଜଣଙ୍କ ଚାରି ଛୁଆଙ୍କୁ ସାଥିରେ ଧରି କରିଥିଲେ ସୀମା ପାର । ପାକିସ୍ତାନର ଏହି ମହିଳାଙ୍କ ନାମ ହେଉଛି ସୀମା । ଏକ ବର୍ଷ ପୂର୍ବରୁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଛା-ଡ଼ପ-ତ୍ର ଦେଇଥିବା ବେଳେ ଚାରି ଛୁଆଙ୍କୁ ଧରି ନିଜ ପ୍ରେମିକଙ୍କ ପାଖକୁ ଚାଲି ଆସିଥିଲେ । ଆଉ ଶେଷରେ ପ୍ରେମିକ ସଚିନ ଓ ପାକିସ୍ତାନୀ ମହିଳା ସୀମା ବେଆ-ଇନ ଭାବେ ଭାରତରେ ଏକ ଭଡ଼ା ଘରେ ରହୁଥିଲେ । ହେଲେ କୌଣସି ସୂତ୍ରରୁ ପୋ-ଲିସ ଏହି ସୂଚନା ପାଇବା ପରେ ଉଭୟଙ୍କୁ ଗି-ରଫ କରିଥିଲା ।

ତେବେ ଦୁହିଁଙ୍କ କହିବା କଥା ହେଲା ସେମାନେ କୌଣସି ପା-ପ କରି ନାହାନ୍ତି । ସେମାନେ କେବଳ ଦୁହେଁ ଦୁହିଁଙ୍କ ଭଲ ପାଇବାକୁ ସାର୍ଥକ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ଭଲ ପାଇବାକୁ ବିବାହରେ ପରିଣତ କରିବାକୁ ଚାହିଁଛନ୍ତି । ତେଣୁ ତାଙ୍କୁ ଗି-ରଫ କରିବା ପରିବର୍ତ୍ତେ ସରକାର ତାଙ୍କ ବିବାହ ପାଇଁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ସୀମା କହିଛନ୍ତି କି ମୁଁ ଭାରତରେ ମ-ରିବାକୁ ଚାହେଁ ହେଲେ ଆଉ ପାକିସ୍ତାନ ଫେରିବି ନାହିଁ । ତେବେ ଏହି ପ୍ରେମୀ ଯୁଗଳଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା ହେଉଥିବା ବେଳେ ଆଗକୁ ଦୁହେଁ ବିବାହ କରୁଛନ୍ତି ନା ଅଲଗା ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *