ଆସିଲା ଖୁସି ଖବର , ମାଗଣା ହେଲା ତିନି ବର୍ଷ ପାଇଁ ଶସ୍ୟ ବୀମା

ଥରେ ଥରେ ରାଜ୍ୟ ସରକାର ଏମିତି କିଛି ପଦକ୍ଷେପ ନେଇଥାନ୍ତି , ଯାହା ସମସ୍ତଙ୍କୁ ଖୁସି କରାଇ ଦେଇଥାଏ । ଆଉ ଏଗୁଡ଼ିକ ଲୋକ ମାନଙ୍କ ହିତ ସାଧନ ପାଇଁ ହୋଇଥାଏ । ବିଶେଷ କରି ଆମ ରାଜ୍ୟର ଚାଷୀ ମାନଙ୍କ ଭଲ ପାଇଁ ଆଉ ସେମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି , ଯାହା ଚାଷୀ ମାନଙ୍କୁ ଟିକିଏ ଆଶ୍ୱସ୍ତି ପ୍ରଦାନ କରିଥାଏ । ତେବେ ପୁଣି ଥରେ ଏହା ମଧ୍ୟରେ ଏପରି କିଛି ଖବର ଆସି ପହଞ୍ଚି ଯାଇଛି , ଯାହା ସମସ୍ତଙ୍କୁ ଖୁସି କରାଇ ଦେଇଛି । ଆଉ ଲୋକ ମାନଙ୍କ ଖୁସିର ସୀମା ନାହିଁ ।।

ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଚାଷୀ ମାନଙ୍କ ହିତ ସାଧନ ତଥା ସେମାନଙ୍କ ସୁବିଧା ପାଇଁ ଏପରି କିଛି ଯୋଜନା ପ୍ରଣୟନ କରିଛନ୍ତି , ଯାହା ସେମାନଙ୍କୁ ଖୁସି କରାଇ ଦେଇଛି । ସୂଚନା ଅନୁଯାୟୀ , ଫସଲ ବୀମା ବାବଦରେ ଆଉ ଚାଷୀ ମାନଙ୍କୁ ଆଉ ପ୍ରିମିୟମ ଦେବାକୁ ପଡ଼ିବ ନାହିଁ । ତେବେ ଏହା କେବଳ ତିନି ବର୍ଷ ପାଇଁ କରାଯାଇଛି । ଏଥର ଚାଷୀଙ୍କ ଭାଗର ପ୍ରିମିୟମ ରାଜ୍ୟ ସରକାର ବହନ କରିବେ । ଏହାକୁ ୨୦୨୩ ଖରିଫରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

କିନ୍ତୁ ଏହା ପାଇଁ କିଛି ନିୟମ ରଖାଯାଇଛି , ଏଥିପାଇଁ ସର୍ବପ୍ରଥମେ ଚାଷୀଙ୍କୁ ଯାଇ ଫସଲ ବୀମା ପୋର୍ଟାଲ ରେ ନାମ ପଞ୍ଜିକରଣ କରିବା ପାଇଁ ପଡ଼ିବ ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ତେବେ ସୂଚନା ଅନୁଯାୟୀ , ଭିଡିଓ କନଫରେନ୍ସ ମାଧ୍ୟମରେ ନବୀନ ପଟ୍ଟନାୟକ ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ଲକ୍ଷରୁ ଅଧିକ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ମୋଟ୍ ୧୬୬୮୩.୫୭କୋଟି ଟଙ୍କାର କୃଷି ଋଣ ପ୍ରଦାନ ସହିତ ୨୯୫ଟି ପାକ୍‌ସର କୋର୍‌ ବ୍ୟାଙ୍କିଂ ସଲ୍ୟୁସନ୍ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ ପାଇଁ ସୂଚନା ଦେଇଛନ୍ତି ।

ଯାହାକି ସାରା ଦେଶରେ ପ୍ରଥମ । କୃଷିଜାତ ଦ୍ରବ୍ୟର କ୍ରୟବିକ୍ରୟ ଅନଲାଇନ୍ ମାଧ୍ୟମକୁ ଉନ୍ନତ ପାଇଁ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମ ସ୍ଥାନାନ୍ତରଣ ଏବଂ ଏଫ୍‌ପିଓ ପଞ୍ଜୀକରଣ କରାଯାଇଛି । ଆନ୍ତଃମଣ୍ଡି ବାଣିଜ୍ୟ କାରବାରରେ ବୃଦ୍ଧି ଘଟିଛି ଓ ଓଡ଼ିଶା ଏ କ୍ଷେତ୍ରରେ ଦେଶରେ ଚତୁର୍ଥ । ସେହିପରି ଗତ ୪ବର୍ଷରେ ୫ଲକ୍ଷ ନୂଆ ଚାଷୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ୍ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *