କଷ୍ଟ ପରେ ବି ପରିବାର ପାଇଁ ବି ବିକୁଛନ୍ତି ଚକୁଳି ତରକାରୀ , ନିଜ ଦୁଃଖ କହିଲେ ଭୁବନେଶ୍ଵରର ସ୍ଵାମୀ ସ୍ତ୍ରୀ

ଏ ଧରାପୃଷ୍ଠକୁ ଆସିବା ମାନେ ଅନେକ ଦୁଃଖ କଷ୍ଟ ନେଇ ଆସିବା । ମଣିଷ ଜୀବନ ଅଛି ମାନେ ଦୁଃଖ , କଷ୍ଟ ଆଉ ଦାରିଦ୍ର୍ୟତା ଅଛି । କାହା ଜୀବନରେ କେତେ କଷ୍ଟ ଅଛି , କେବଳ ସେ ନିଜେ ହିଁ ଜାଣିଥିବ । ତେବେ ଏହା ପରେ ବି ହସିବା ଆଉ ତାର ସମାଧାନ ପାଇଁ ବାଟ ଖୋଜିବା ହିଁ ମଣିଷ ଜୀବନର ମୂଳ ଲକ୍ଷ୍ୟ ରହିବା ଉଚିତ । ତେବେ ଏପରି ଜଣେ ଦମ୍ପତି ରହୁଛନ୍ତି ଭୁବନେଶ୍ୱରରେ । ଯେଉଁ ମାନେ ନିଜ ପରିବାର ପାଇଁ ରାସ୍ତା କଡ଼ରେ ବିକୁଛନ୍ତି ଚକୁଳି ତରକାରୀ । ଆଉ ସେଥିରୁ ଯାହା ରୋଜଗାର କରୁଛନ୍ତି , ସେଥିରେ ପରିବାର ପୋଷୁଛନ୍ତି ।

ତେବେ ସୂଚନା ଅନୁଯାୟୀ , ମନୋରମା ମହାନ୍ତି ନାମକ ଜଣେ ମହିଳା ଘର ତାଙ୍କର ନୟାଗଡ । ଭଲ ପାଇ ବିବାହ କରିଥିଲେ । ଆଉ ତାଙ୍କ ସ୍ଵାମୀ ଏତେ ବି କିଛି ରୋଜଗାର କରୁ ନଥିଲେ । ତଥାପି ସ୍ଵାମୀ ସାଇକେଲରେ ଚକୁଳି ଆଳୁଦମ ଧରି ବିକ୍ରି କରୁଥିଲେ । ତେବେ ଧିରେ ଧୀରେ ପରିବାର ଆଗକୁ ବଢିଲା ଆଉ ତିନି ପିଲା ଜନ୍ମ ହେଲେ , ସେମାନଙ୍କ ପାଠ ପଢା ଖର୍ଚ୍ଚ ପାଇଁ ଆଉ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ମନୋରମା ତାଙ୍କ ସ୍ବାମୀଙ୍କ ସହିତ ରାସ୍ତା କଡ଼ରେ ଚକୁଳି ତରକାରୀ ବିକ୍ରି କରିବା ପାଇଁ ଆଗେଇ ଆସିଥିଲେ ।

ତେବେ ଏହାପରେ ବଡ ଝିଅକୁ ବାହା ଦେବା ପରେ ଘର ଉପରେ କରଜ ଆହୁରି ମାଡ଼ି ବସିଥିଲା । ଯାହାକୁ ଶୁଝିବା ପାଇଁ ବାପା ମାଆ ପ୍ରୟାସ କରିଥିଲେ । ଆଉ ବାଧ୍ୟ ହୋଇ ନିଜର ଘର ବିକି ଦେଇଥିଲେ । ଏହାପରେ ଗୋଟିଏ ଭଡ଼ା ଘରେ ଆସି ରହିଥିଲେ ଆଉ ଗୋଟିଏ ପୁରୁଣା ଭ୍ୟାନ କିଣିଥିଲେ । ତାହା ସାହାଯ୍ୟରେ ସକାଳ ପାହୁଣୁ ଆଳୁଦମ ନେଇ ଘରୁ ବାହାରି ଆସୁଛନ୍ତି । ଆଉ ମନୋରମା ନିଜ ହାତରେ ଚକୁଳି ତିଆରି କରୁଛନ୍ତି । ଯାହାକୁ ଖାଇବା ପାଇଁ ସେଠାରେ ଲୋକଙ୍କ ଭିଡ ଜମୁଛି । ସକାଳେ ଅନେକ ଗ୍ରାହକ ଅନାଇ ବସିଥାନ୍ତି , ଏହାକୁ ଖାଇବା ପାଇଁ ।

ତେବେ ମନୋରମା କହିଛନ୍ତି କି , ତାଙ୍କ ମେରୁଦଣ୍ଡ ଅପରେସନ ହେବ , ସେଥିପାଇଁ ସେ ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି । ଏତେ କଷ୍ଟ ପରେ ବି ସେ ବହୁତ ସମୟ ଛିଡା ହୋଇ ଚକୁଳି ତିଆରି କରୁଛନ୍ତି । ତାଙ୍କ କହିବା ଅନୁସାରେ , ଯଦି ତାଙ୍କ ବଦଳରେ ଆଉ କିଏ ଆସି ଚକୁଳି ବନାଇବେ ତାହାଲେ କେହି ଖାଇବେ ନାହିଁ ବୋଲି କହୁଛନ୍ତି । ତେଣୁ ଘର ଉପରେ ରହିଥିବା ଋଣ ଶୁଝିବା ପାଇଁ , ପୁଅ ଝିଅଙ୍କ ପାଠ ପଢା ପାଇଁ ଆଉ ନିଜର ଚିକିତ୍ସା ପାଇଁ ନିଜ ସ୍ଵାମୀ ସହିତ ମିଶି ଏହି କାମ କରିବା ପାଇଁ ସେ ଆଗେଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *