ଲୋନ ବକେୟା ଥିବାରୁ ଘରୁ ବାହାର କରିଦେଲା ବ୍ୟାଙ୍କ , ଦୀର୍ଘ ଦିନ ଧରି ବାରଣ୍ଡାରେ ପୁରା ପରିବାର

ଲୋକେ ଘର କରିବାକୁ କିମ୍ବା ପାଠ ପଢ଼ିବାକୁ ବ୍ୟାଙ୍କ ଲୋନ ଉପରେ ନିର୍ଭର କରିଥାନ୍ତି । ଯେଉଁଥିରେ କି ଅନେକ ନିୟମ ରହିଥାଏ ଏବଂ ନିୟମ ଅନୁଯାୟୀ ବ୍ୟାଙ୍କ ସୁଧ ଆଦାୟ କରିଥାଏ । ଆଉ ଯଦି ବ୍ୟାଙ୍କ ସୁଧ ଦେବାକୁ ବିଳମ୍ବ ହୁଏ ତେବେ ବ୍ୟାଙ୍କ ଉକ୍ତ ଋଣଧାରୀଙ୍କ ଉପରେ ଜରି-ମାନା ଲଗାଇ ଥାଏ । ଅନେକ ସାଧାରଣ ପରିବାର ବ୍ୟାଙ୍କ ଋଣ ଏବଂ ଋଣ ଆଧାରିତ ନିୟମରେ ପୀ-ଡ଼ିତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକ ଋଣ ସୁଝି ନପାରି ଭୁଲ ନିଷ୍ପତ୍ତି ନେଇ ଯାଆନ୍ତି । ବର୍ତ୍ତମାନ ସମୟରେ ରାଜଧାନୀରୁ ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ବ୍ୟାଙ୍କରୁ ଋଣ ନେବା ତାଙ୍କ ଉପରେ ଏପରି ମହଙ୍ଗା ପଡ଼ିଛି ଯେ ତାଙ୍କ ହାତରୁ ତାଙ୍କ ଘର ମଧ୍ୟ ଚାଲି ଯାଇଛି ।

କହି ରଖିବୁ ଯେ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଅଞ୍ଚଳର ରାଧା ମାଧବ ମହାପାତ୍ରଙ୍କ ଘର ତାଙ୍କ ଠାରୁ ବ୍ୟାଙ୍କ ଛଡ଼ାଇ ନେଇଛି । ସୂଚନା ଅନୁଯାୟୀ ରାଧାମଧବ ବ୍ୟାଙ୍କ ଅଫ ବରୋଦାରୁ ଘର ତିଆରି ପାଇଁ ଲୋନ ଆଣିଥିଲେ । ବ୍ୟାଙ୍କର ସୁଧ ମଧ୍ୟ ଦେଉଥିଲେ । କିନ୍ତୁ କିଛିଦିନ ତଳେ ବ୍ୟାଙ୍କ ଅଧିକାରୀ ଲୋବ ବକେୟା ଥିବା କହି ତାଙ୍କର ପୁରା ପରିବାର ସମେତ ସବୁ ଜିନିଷପତ୍ରକୁ ବାହାର କରି ଦେଇଛନ୍ତି ।

ରାଧାମାଧବ ସ୍ତ୍ରୀ ଛୁଆ ପିଲାଙ୍କ ସହିତ ଦାଣ୍ଡରେ ବସିଛନ୍ତି । ତେବେ ପୁରା ଘ-ଟଣା ଏହା ଯେ ରାଧାମାଧବ ବ୍ୟାଙ୍କ ଅଫ ବରୋଦାରୁ ଏକ କୋଟି ୨୫ ଲକ୍ଷ ଟଙ୍କା ଋଣ ନେଇଥିଲେ ଏବଂ ସେହି ଅନୁଯାୟୀ ସୁଧ ମଧ୍ୟ ଦେଉଥିଲେ । ଏହାବ୍ୟତୀତ ରାଧାମାଧବ ମଧ୍ୟ ଏହା କହିଛନ୍ତି ଯେ ସେ ବ୍ୟାଙ୍କ ଋଣର ମୋଟ ୨ କୋଟି ୬୫ ଲକ୍ଷ ଟଙ୍କା ସୁଝି ସାରିଛନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ବ୍ୟାଙ୍କ ଲୋକେ ହଠାତ ଆସି ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଏବଂ ଝିଅକୁ ମା-ଡ଼ ମା-ରିବା ସହିତ ତାଙ୍କ ଘରର ଜିନିଷ ପତ୍ର ବାହାର କରି ଦେଇଥିଲେ । ସେ କହିଛନ୍ତି ଯେ ଏଭଳି କଥା କହି ଏକାଧିକ ଗୁ-ଣ୍ଡା ତାଙ୍କ ଘର ଭିତରକୁ ପଶି ଯାଇଥିଲେ । ପାଖାପାଖି ୪୦ ରୁ ୫୦ ଜଣ ଲୋକ ଏଭଳି କା-ଣ୍ଡ ଘଟାଇ ଥିବା ରାଧାମାଧବ କହିଛନ୍ତି । ଗତ ଏପ୍ରିଲ ୧୨ ତାରିଖରୁ ତାଙ୍କ ଘରେ ତାଲା ପଡ଼ି ଥିବାରୁ ପୁରା ପରିବାର ଦାଣ୍ଡରେ ବସିବା ସହିତ ମନ୍ଦିର ବାରଣ୍ଡାରେ ଶୋଉଥିବା କହିଛନ୍ତି ଏବଂ ସ୍ତ୍ରୀ ଝିଅକୁ ମା-ଡ଼ ମା-ରିଥିବା ଅଭି-ଯୋଗ ମଧ୍ୟ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *