ମହାନଦୀରୁ ବାହାରିଲା ଆଠଟି ନାଗ । ଗାଁ ଲୋକେ ଉ-ଦ୍ଧାର କରି ରଖିଲେ ମନ୍ଦିରରେ ।

ନଦୀରେ ଗାଧୋଉଥିବା ସମୟରେ ହଠାତ ନାଗ ସାପ ମିଳିବା ଘଟ-ଣାକୁ ନେଇ ଆପଣ କଣ ଚିନ୍ତା କରିବେ ? ନିଶ୍ଚିତ ଭାବରେ ଆପଣ ଭ-ୟଭୀ-ତ ହେବେ କିମ୍ବା ଆଶ୍ଚର୍ଯ୍ୟ ହେବେ ।କିନ୍ତୁ ଏହିଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଆଜ୍ଞା ହଁ , ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗାଁ ନିକଟରେ ଆଠଟି ନାଗ ଦେଖିବାକୁ ମିଳିଛି ।

ବୁଡ଼ି ରହିଥିବା ଗୋପୀନାଥ ମନ୍ଦିରର ଦୁଇ କିଲୋମିଟର ପୂର୍ବରୁ ଆଠଟି ନାଗ ମିଳିଛି । ଯାହାକୁ ବର୍ତ୍ତମାନ ଉ-ଦ୍ଧାର କରାଯାଇଛି । ମହାନଦୀର ଅତଳ ଜଳ ଭିତରେ ବୁଡ଼ି ରହିଥିବା ୫୦୦ ବର୍ଷର ଗୋପୀନାଥ ମନ୍ଦିରର ୨ କିଲୋମିଟର ପୂର୍ବରୁ ଏହି ଆଠଟି ନାଗ ମୂର୍ତ୍ତିକୁ ଉ-ଦ୍ଧାର କରାଯାଇଛି ।

ସକାଳ ୦୮.୦୦ ସମୟରେ ପଦ୍ମାବତୀ ଗ୍ରାମର ତ୍ରିନାଥ ରଣା ମାଙ୍କଡ଼ ଖିଆ ପାହାଡ଼ ନିକଟ ମହାନଦୀର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ଏକ ବିରାଟ କାୟ ନାଗମୁର୍ତ୍ତି ଦେଖି ଲୋକଙ୍କୁ ଡାକ ପକାଇଥିଲେ ଏବଂ ଗ୍ରାମର ସରପଞ୍ଚଙ୍କୁ ମଧ୍ୟ କହିଥିଲେ । ଗ୍ରାମର ରଘୁନାଥ ବେହେରା , ଶ୍ରୀଧର ରଣା , ପ୍ରଦୀପ୍ତ କୁମାର ସାହୁ , ପ୍ରକାଶ ଦଳେଇ ପ୍ରମୁଖ ମହାନଦୀର ଗଭୀର ଜଳ ମଧ୍ୟରେ ବୁଡ଼ି ୮ଟି ନାଗ ମୂର୍ତ୍ତିକୁ ଉ-ଦ୍ଧାର କରିଥିଲେ । ନାଗ ମୂର୍ତ୍ତି ମିଳିଥିବା ସ୍ଥାନରେ ୧୦ ରୁ ୧୫ ଫୁଟ ଉଚ୍ଚର ପାଣି ରହିଛି । ଆହୁରି ବିଭିନ୍ନ ମୂର୍ତ୍ତି ଥାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ଏମିତିକି ଏହା ମଧ୍ୟ କୁହାଯାଉଛି ଯେ ସେହି ପାଣି ଭିତରେ କୁଆଡ଼େ ଏକ ବଡ଼ ଘୋଡ଼ା ମଧ୍ୟ ଅଛି । ତାହା ମାଟି କିମ୍ବା ପିତ୍ତଳ ତାହା ଜଣା ପଡୁନାହିଁ । ଅପରାହ୍ଣରେ ପଦ୍ମାବତୀ ଗ୍ରାମବାସୀ ମାନେ ନାମକୀର୍ତ୍ତନ କରି ଉଦ୍ଧାର ହୋଇଥିବା ନାଗ ସାପ ଗୁଡ଼ିକୁ ପଦ୍ମାବତୀ ବଉଳାକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରଖି ପୂଜା ମଧ୍ୟ କରିଥିଲେ । ଏହାପରେ ନଦୀ ପାଖରେ ଥିବା ଶ୍ରୀବାଲୁକେସ୍ୱର ନଦୀ ପାଖରେ ରଖା ଯାଇଛି । ସେପଟେ ଥା-ନା ଅଧିକାରୀଙ୍କ କହିବା କଥା ଯେ କୌଣସି ମନ୍ଦିରରୁ କୌଣସି ଚୋରୀର ଖବର ଆସିନାହିଁ । ଆଉ ଯଦି ଆସେ ତେବେ ପ୍ରକୃତ ସତ୍ୟାସତ୍ୟ ଜଣା ପଡ଼ିବ । ଏପଟେ ଗାଁ ଲୋକଙ୍କ କହିବା କଥା ଯେ ନଦୀ ଭିତରେ ଆହୁରି ୧୬ ମନ୍ଦିର ବୁଡ଼ି ରହିଥିବା ପ୍ରମାଣ ଅଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *