ବାହାଘରକୁ ପୁରିନି ବର୍ଷେ । କିନ୍ତୁ ସୀମାରେ ଆତ-ଙ୍କି ଗୁ-ଳିରେ ସହୀଦ ହୋଇଗଲେ ସ୍ୱାମୀ । ଆଉ ସ୍ତ୍ରୀର ଅବସ୍ଥା ଦେଖିଲେ……..

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ -ଜୁଇରେ ଜ-ଳିଗଲେ ସହୀଦ ଚନ୍ଦନ । ଆଉ ତାଙ୍କ ସହିତ ଜଳିଗଲା ନୂଆକରି ବିବାହ କରି ଘରକୁ ଆସିଥିବା ନୂଆ ବୋହୂର ସବୁ ସ୍ୱପ୍ନ ଏବଂ ଆଶା । ଆଉ ଏହାରି ମଧ୍ୟରେ ପୁଅର ବିଚ୍ଛେଦରେ ମଥା ପି-ଟୁଥିବା ବାପା ମା’ ପୁଅର ଶୋକ ପାଳନ କରିବେ ନା ନୂଆ ବୋହୂକୁ ସାନ୍ତ୍ୱନା ଦେବେ ।

ତେବେ ଖାଲି ପରିବାର ନୁହେଁ , ବୀର ଯବାନଙ୍କୁ ହରାଇ ଆଜି ପୁରା ଦେଶ କାନ୍ଦୁଛି । କହିରଖିବୁ ଯେ ଗତ ୨୦୨୨ ମସିହାରେ ବେଶ ଧୂମଧାମରେ ଚନ୍ଦନଙ୍କର ବିବାହ ହୋଇଥିଲା । ସେ ବି ଦିନେ ଭାବିଥିଲେ ଯେ ସ୍ତ୍ରୀ ଏବଂ ଛୁଆ ପିଲା ସଂସାରରେ ଦିନେ ତାଙ୍କ ପରିବାର ମଧ୍ୟ ହସି ଉଠିବ । ଖାଲି ସେତିକି ନୁହେଁ ସେ ନିଜ ସ୍ତ୍ରୀକୁ ସବୁବେଳେ ଖୁସିରେ ରଖିବେ ବୋଲି ପ୍ରତିଜ୍ଞା ମଧ୍ୟ କରିଥିଲେ ।

କିନ୍ତୁ ଆଜି ସେ ନିଜର ଅତି ପ୍ରିୟର ବାପା , ମା’ , ବଡ଼ ଭାଇ ଏବଂ ସ୍ତ୍ରୀକୁ ଦୁଃଖର ସଗାରରେ ଭସାଇ ଦେଇ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି । ସହୀଦ ଚନ୍ଦନଙ୍କ ପୁରା ପରିବାରରେ ଏହି ଦୁଃଖର ଲହରୀ ଖେଳି ଯାଇଛି । ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୧ ଗୁରୁବାର ଦିନ କାଶ୍ମୀରେ ନିଯୁକ୍ତ ଯବାନ ମାନଙ୍କ ଉପରେ ହଠାତ ଆତଙ୍କବାଦୀ ଆକ୍ରମଣ କାରଣରୁ ଚାରି ଜଣ ଯବାନ ସହୀଦ ହୋଇ ଯାଇଥିଲେ । ଆଉ ସେହି ସହୀଦଙ୍କ ମଧ୍ୟରେ ଅଛନ୍ତି ନୋଏଡ଼ାର ନିବାସୀ ଚନ୍ଦନ କୁମାର । ପୁଅର ସହୀଦ ଖବର ଶୁଣି ପୁରା ପରିବାର ସମେତ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି । ୨୬ ବର୍ଷୀୟ ଚନ୍ଦନ ୨୦୨୨ ରେ ବିବାହ କରିଥିଲେ ଏବଂ ସେ ନୋଏଡ଼ାର ଗ୍ବାରି ସାଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ନୋରେମୁର ଗାଁର ବାସିନ୍ଦା ଅଟନ୍ତି ।

ନୋରେମୁର ଗ୍ରାମ ନିବାସୀ ମାଲେଶ୍ୱର ସିଂହଙ୍କ ପୁଅ ଚନ୍ଦନ କୁମାର ୨୦୧୭ ରେ ସେନାରେ ଯୋଗ ଦେଇଥିଲେ । ପୁଅ ସେନାରେ ଯୋଗ ଦେବା ପରେ ପରିବାର ଲୋକେ ବହୁତ ଖୁସି ହୋଇ ଯାଇଥିଲେ । ୨୦୨୨ ରେ ଚନ୍ଦନ ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ ଧୂମଧାମରେ ବିବାହ କରିଥିଲେ । କିନ୍ତୁ ସେହି ହସଖୁସି ଆଜି ଆଉ ନାହିଁ । ସ୍ୱାମୀକୁ ଝୁରି ଝୁରି ସ୍ତ୍ରୀ ଯେମିତି ଜିଅନ୍ତା ଶବ ପାଲଟି ଯାଇଛି । ଗତ କିଛିଦିନ ତଳେ ହିଁ ଚନ୍ଦନ ଛୋଟ ପୂଜା ପାଇଁ ଘରକୁ ଆସିଥିଲେ । ଫେବୃୟାରୀ ମାସରେ ଘରକୁ ପୁଣି ଆସିବେ କହି ଯାଇଥିଲେ । କିନ୍ତୁ ସେ ଆଉ ଜିଅନ୍ତା ଫେରି ନାହାଁନ୍ତି । ଏମିତିକି ତାଙ୍କ ମର ଶରୀର ମଧ୍ୟ ଘରକୁ ଫେରିନାହିଁ । ମିଳିଥିବା ସୂଚନା ଅନୁଯାୟୀ ସହୀଦ ଯବାନ ମାନଙ୍କୁ ତାଙ୍କର ସହୀଦ ସ୍ଥାନରେ ହିଁ ଅନ୍ତିମ ସଂସ୍କାର କରାଯାଇଛି । ଯାହାକି ଇତିହାସରେ ପ୍ରଥମ ଘଟଣା ଅଟେ ।

Leave a Reply

Your email address will not be published. Required fields are marked *