ନିଜ ବନ୍ଧୁ ଜାଗୃତିଙ୍କୁ ନେଇ ଏମିତି କହିଲେ ସାଂସଦ ଅନୁଭବ ମହାନ୍ତି । କହିଲେ ବିବାହର ସାଢ଼େ ୬ ବର୍ଷ ଭିତରେ ନଥିଲେ ଜାଗୃତି ତେବେ …….

ବର୍ତ୍ତମାନ ସମୟରେ ଗୋଟିଏ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି , ତାହା ହେଉଛି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶୀନିଙ୍କ ଛାଡ଼ପତ୍ର । ଯାହାକୁ ନେଇ ଅନୁଭବ ବର୍ତ୍ତମାନ ନିଜର ମତ ରଖିଛନ୍ତି ଏବଂ ନିଜ ବନ୍ଧୁ ଜାଗୃତି ଶୁକ୍ଳାଙ୍କୁ ନେଇ କିଛି ଏଭଳି କହିଛନ୍ତି । ଅନୁଭବ ମୋହନ୍ତି ପୂର୍ବରୁ ଏବଂ ଏବେ ମଧ୍ୟ ଜାଗୃତି ଶୁକ୍ଳାଙ୍କୁ ନେଇ ପୋଜିଟିଭ ମତ ରଖିଥାନ୍ତି । ଅନୁଭବ ବର୍ଷା ପାରିବାରିକ ବିବାଦ ସମୟରେ ଜାଗୃତିଙ୍କ ନାମ ଅନେକ ସମୟରେ ଉଠିଥିଲା । ଯାହାକୁ ନେଇ ଅନେକ ଲୋକ ଅନେକ କିଛି କହି ଜାଗୃତିଙ୍କୁ ବଦନାମ କରିଥିଲେ । କିନ୍ତୁ ଅନୁଭବ କେବେବି ତାଙ୍କୁ ଅପମାନିତ କରି ନାହାଁନ୍ତି । ସେ ସବୁବେଳେ ଜାଗୃତିଙ୍କୁ ଜଣେ ଭଲ ବନ୍ଧୁ ଭାବରେ ଦେଖନ୍ତି । ଆଉ ବର୍ତ୍ତମାନ ମଧ୍ୟ ସେ ଏହିଭଳି କିଛି କହିଛନ୍ତି ।

ସେ କହିଛନ୍ତି ଯେ ଜାଗୃତି ଶୁକ୍ଳା ଜଣେ ଭଲ ସାମ୍ବାଦିକା , ଲେଖିକା ଏବଂ ଜଣେ ଭଲ ବ୍ୟକ୍ତିତ୍ୱ ମଧ୍ୟ ଅଟନ୍ତି । ଏମିତିକି ସେ ଦୀର୍ଘ ବର୍ଷ ହେବ ଇକ୍ୱାଲ ରାଇଟ୍ସ ପାଇଁ କାମ କରି ଆସୁଛନ୍ତି । ଯାହା ବିଷୟରେ ପ୍ରାୟ ଅନେକ ଲୋକ ଜାଣିଛନ୍ତି । ଯେହେତୁ ଅନୁଭବ ବର୍ଷାଙ୍କ ବିବାହ ୨୦୧୪ ରେ ହୋଇଥିଲା ଏବଂ ବିବାହର ସାଢ଼େ ଛଅ ବର୍ଷ ପରେ ଅର୍ଥାତ ୨୦୨୦ ରେ ଅନୁଭବ ଛାଡ଼ପତ୍ର ପାଇଁ ପିଟିସନ ଫାଇଲ ଦାଖଲ କରିଥିଲେ । ତେଣୁ ତାଙ୍କ ବିବାହ ସମ୍ପର୍କ ଥିବା ସମୟରେ ଜାଗୃତିଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ତେଣୁ ଏହା ନିଶ୍ଚିତ ଯେ କେବେବି ଜାଗୃତିଙ୍କ ପାଇଁ ଯେ ତାଙ୍କର ବିବାହ ବିଚ୍ଛେଦ ହୋଇଛି ତାହା କହିବା ଭୁଲ ହେବ ।

ପାରିବାରିକ ବିବାଦ ମାମଲା ଜୋର ଚାଲିଥିବା ସମୟରେ ଜାଗୃତିଙ୍କୁ କିଭଳି ଭାବରେ ଲୋକେ ବଦନାମ କରଥିଲେ ସେ ବିଷୟରେ ମଧ୍ୟ ଅନୁଭବ କହିଛନ୍ତି ଯେ ଲୋକେ ଜଣେ ମହିଳାଙ୍କୁ ଉଚ୍ଚକୁ ଉଠାଇବା ପାଇଁ ଅନ୍ୟ ଜଣେ ମହିଳାଙ୍କୁ ଖୁବ ବଦନାମ କଲେ । ଯାହା ହେବା ବାସ୍ତବରେ ଉଚିତ ନଥିଲା । ଏପଟେ ଅନୁଭବ କହିଛନ୍ତି ଯେ ତାଙ୍କୁ ବର୍ଷାଙ୍କ ଠାରୁ ଆଦୋୖ ଭଲ ପାଇବା ତ ଦୂରର କଥା ସମ୍ମାନ ଟିକିଏବି ମିଳିନାହିଁ । ପୂର୍ବରୁ ପାର୍ଲିଆମେଣ୍ଟକୁ ଯିବା ବେଳେ ଅନୁଭବ ସବୁବେଳେ ତାଙ୍କ ତାଙ୍କ ହାତ ଧରି ନେଇ ଯାଉଥିଲେ । ଆଉ ସେହି ଫୋଟ ସବୁକୁ ନଜର ଦେଲେ ଏହା ଆପଣ ମାନେ ଦେଖି ପାରିବେ ଯେ କେଉଁଥିରେବି ବର୍ଷା ନିଜ ହାତରେ ଶଙ୍ଖା କିମ୍ବା ମଥାରେ ସିନ୍ଦୁର ଲଗାଇ ନଥିଲେ ।

ଆଉ ଯେବେଠୁ ବିବାହ ବିବାଦ ମାମଲା ଉଠୁଛି ସେବେଠାରୁ ସେ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୁର ଲଗାଉଛନ୍ତି । ଅନୁଭବ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ବର୍ଷାଙ୍କ ସହିତ ଥିବା ସମୟରେ ତାଙ୍କ ପାଖରୁ ଟିକିଏବି ସମ୍ମାନ ପାଇଥାନ୍ତେ ତେବେ ତାଙ୍କ ସମ୍ପର୍କ ଏଭଳି ବିଚ୍ଛେଦ ହୋଇ ନଥାନ୍ତା ଏବଂ ସେ ଜୀବନସାରା ବର୍ଷାଙ୍କୁ ଛାଡ଼ି ନଥାନ୍ତେ । ତେବେ ସେ ଯାହାବି ହେଉ । ଅନୁଭବ ବର୍ତ୍ତମାନ ନିଜର ବିବାହ ବିଚ୍ଛେଦ ପରେ ବେଶ ଖୁସି ଥିବା ଦର୍ଶାଇଛନ୍ତି ଏବଂ ନିଜ ଫ୍ୟାନ ମାନଙ୍କ ପାଇଁ ସବୁବେଳେ ରହିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *