ଏବେ ଝିଅର ପଢ଼ା ଏବଂ ବିବାହ ଚିନ୍ତା ଶେଷ- PNB ବ୍ୟାଙ୍କ ଦେବ ପୁରା 15 ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠେଇବେ ଫାଇଦା:-

ଦେଶରେ ଏବେବି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଘରେ ଝିଅ ଜନ୍ମ ହେଲେ ସେମାନେ ସଙ୍କୋଚ ମନେ କରନ୍ତି ଏବଂ ଭଲ ଶିକ୍ଷା ମଧ୍ୟ ଦେଇ ପାରନ୍ତି ନାହିଁ । ବୟସ ହେବା ପୂର୍ବରୁ ବିବାହ କରି ସେମାନଙ୍କ ଜୀବନକୁ ନଷ୍ଟ କରିଦିଅନ୍ତି । ଏହାର ସବୁଠାରୁ ବଡ କାରଣ ହେଉଛି ଟଙ୍କା । କାରଣ ଠିକ୍ ସମୟରେ ଟଙ୍କା ନ ରଖିବା ଦ୍ଵାରା ପିତାମାତା ଝିଅକୁ ଭଲ ଘରେ ବିବାହ କରିବାକୁ ସକ୍ଷମ ହୁଅନ୍ତି ନାହିଁ ।

ତେଣୁ ବର୍ତ୍ତମାନ ଆପଣମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଦେଶର ଆଗ ଧାଡ଼ିର ବ୍ୟାଙ୍କମାନଙ୍କ ମଧ୍ୟରୁ ଅନ୍ୟତମ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଆପଣଙ୍କ ପାଇଁ ଏକ ସୁନ୍ଦର ଅଫର ନେଇଆସିଛି । ଯାହା ଦ୍ଵାରା ଆପଣ ନିଜ ଝିଅ ପାଇଁ 15 ଲକ୍ଷ ଟଙ୍କା ଫଣ୍ଡ ତିଆରି କରିପାରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଆପଣଙ୍କୁ “ସୁକନ୍ୟା ସମୃଦ୍ଧି ଖାତା” ଖୋଲିବା ପାଇଁ ସୁବିଧା ଦେଇ କହିଛି ଯେ ଆପଣଙ୍କ ଛୋଟ ଝିଅ ପାଇଁ ବଡ ସଞ୍ଚୟ କର ।

ଆପଣ ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ମାସକୁ ସର୍ବନିମ୍ନ 250 ଟଙ୍କା ଜମା କରି ଆପଣ ଏକ ବଡ଼ ଫଣ୍ଡ ତିଆରି କରିପାରିବେ । ବର୍ତ୍ତମାନ, ଏହି ଯୋଜନାର ଆକାଉଣ୍ଟଧାରୀମାନଙ୍କୁ 7.6% ଚକ୍ରବର୍ତ୍ତୀ ସୁଧ ହାରରେ ଲାଭ ଦିଆଯାଉଛି । ସରକାର ଏହି ଯୋଜନାର ସୁଧ ହାରକୁ 3 ମାସ ପରେ ସଂଶୋଧନ କରନ୍ତି । ଆମେ ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କୁ ସର୍ବନିମ୍ନ 250 ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ଆପଣ ସର୍ବାଧିକ 150,000 ଟଙ୍କା ବିନିଯୋଗ କରିପାରିବେ । ଯାହା ଦ୍ଵାରା ଆପଣ ଆପଣଙ୍କ ଝିଅ ପାଇଁ 15 ଲକ୍ଷ ଟଙ୍କାର ଫଣ୍ଡ ତିଆରି କରିପାରିବେ ।

ଏହି ଯୋଜନାରେ ଆପଣଙ୍କୁ 21 ବର୍ଷ ପାଇଁ ଟଙ୍କା ଜମା କରିବାକୁ ପଡିବ ନାହିଁ, ଖାତା ଖୋଲିବାର 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କାରାଯାଇପାରିବ, ଯେତେବେଳେ କି ଝିଅକୁ 21 ବର୍ଷ ହେବା ପର୍ଯ୍ୟନ୍ତ ସେହି ଟଙ୍କା ଉପରେ ସୁଧ ମିଳୁଥିବ । ଏହି ଯୋଜନାରେ ଯଦି ଆପଣ ପ୍ରତି ମାସରେ 3 ହଜାର ଟଙ୍କା ଅର୍ଥାତ୍ ପ୍ରତିବର୍ଷ 36 ହଜାର ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ 7.6 ପ୍ରତିଶତ ଚକ୍ରବର୍ତ୍ତୀ ସୁଧ ହାରରେ ଲାଭ ପାଇବେ । ଏବଂ ଏହା 21 ବର୍ଷ ବେଳକୁ ପ୍ରାୟ 15,22,221 ଟଙ୍କା ହେବ । ଏହି ଖାତା ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଅଫିସିଆଲ୍ ଲିଙ୍କ୍ https://tinyurl.com/2euz3378 ଭିଜିଟ କରିପାରିବେ ।

Leave a Reply

Your email address will not be published. Required fields are marked *