ଶୁକ୍ରବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ , ଘରକୁ ଆସିବ ସଙ୍କଟ , ହୋଇଯିବେ ଦରିଦ୍ର

ଧର୍ମଶାସ୍ତ୍ର ଅନୁଯାୟୀ , ଶୁକ୍ରବାର ଦିନକୁ ଅତ୍ୟନ୍ତ ଶୁଭ ଦିନ ଭାବରେ ବିବେଚନା କରାଯାଇଛି । ଏହି ଦିନ ମାଆ ଲକ୍ଷ୍ମୀଙ୍କର ଦିନ ହୋଇଥାଏ । ସେଥିପାଇଁ ଏହି ଦିନ ମାଆଙ୍କୁ ପୂଜା କରାଯାଏ ଆଉ ତାଙ୍କ ପାଇଁ ବ୍ରତ ମଧ୍ୟ ରଖା ଯାଇଥାଏ । ତେଣୁ ଏହି ଦିନ ବିଶେଷ ଧ୍ୟାନ ଦେବା ଉଚିତ୍ । ଭୁଲରେ ମଧ୍ୟ ଏହି କାମ କେବେ କରିବା ଉଚିତ୍ ନୁହେଁ । ନଚେତ୍ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଗ୍ରାସ କରିବ ଆଉ ଆପଣ ହୋଇଯିବେ କାଙ୍ଗାଳ । ତେବେ ଆସନ୍ତୁ ସେ ସବୁ ବିଷୟରେ ଜାଣି ନେବା।

ତେବେ ବିଶେଷ କରି ବିବାହିତା ମହିଳା ମାନଙ୍କୁ ଏହି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଶୁକ୍ରବାର ଦିନ ମାଆ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ମାଆ ଖୁସି ହୋଇଥାନ୍ତି । ଏହାବ୍ୟତୀତ ପକ୍ଷୀ ମାନଙ୍କୁ ଖାଇବାକୁ ଦେଲେ ମଧ୍ୟ ମାଆ ଖୁସି ହୋଇଥାନ୍ତି । ପୂଜା ସମୟରେ ଯଦି ଝିଟିପିଟି ଦେଖା ଯାଉଛି , ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଶୁକ୍ରବାର କାହାକୁ ଚିନି ଦେବା ଉଚିତ୍ ନୁହେଁ , ଏପରି କରିବା ଦ୍ବାରା ଧନ ଚାଲି ଯାଇଥାଏ । ଏହାବ୍ୟତୀତ ଏହି ଦିନ କାହାକୁ ଧନ ଉଧାର ଦେବା ମଧ୍ୟ ଅନୁଚିତ୍ ହୋଇଥାଏ ।

ଏହି ଦିନ କାହାର ଅପମାନ କରିବା ଉଚିତ୍ ନୁହେଁ , ଏହାଦ୍ବାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ଘରେ ହଠାତ୍ କଳା ପିମ୍ପୁଡ଼ି ଦେଖା ଯାଉଛନ୍ତି , ତାହା ଅତ୍ୟନ୍ତ ଶୁଭ ହୋଇଥାଏ , ଏହାଦ୍ବାରା ମାଆ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ଏହିଦିନ ଖଟା ମଧ୍ୟ ଖାଇବା ଉଚିତ୍ ନୁହେଁ । ଏହି ଦିନ ଶୁକ୍ର ଗ୍ରହକୁ ମଜବୁତ୍ କରିବା ପାଇଁ ଖାଇବା ଅଇଁଠା କରିବା ପୂର୍ବରୁ ଗାଈକୁ ଖାଇବାକୁ ଦିଅନ୍ତୁ । ଧଳା ପୋଷାକ ପରିଧାନ କରନ୍ତୁ । ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ। ଘରେ ତୁଳସୀ ଗଛ ଲଗାନ୍ତୁ । ଏହିଦିନ ଗାଈକୁ ଅଟା ଖାଇବାକୁ ଦିଅନ୍ତୁ ।

ଶାସ୍ତ୍ରରେ କୁହାଯାଏ , ମାସିକ ଋତୁସ୍ରାବ ସମୟରେ ଝାଡୁ ଛୁଇଁବା ଅତ୍ୟନ୍ତ ପାପ ହୋଇଥାଏ । ତେଣୁ ଏପରି କାମ କରନ୍ତୁ ନାହିଁ । ସୂର୍ଯ୍ୟ ଉଦୟ ପୂର୍ବରୁ ଘରେ ଝାଡୁ ମାରିବା ଉଚିତ୍ ଏବଂ ସୂର୍ଯ୍ୟ ଅସ୍ତ ପରେ ଆଉ ଝାଡୁ ଲଗାଇବା ଅନୁଚିତ୍ । ଏପରି କରିବା ଅଶୁଭ ହୋଇଥାଏ । ରାତିରେ ଘରେ ଝାଡୁ ଲଗାନ୍ତୁ ନାହିଁ । ଏହି ସମୟରେ ମାଆ ଲକ୍ଷ୍ମୀ ଶୋଇଥାନ୍ତି ଏବଂ ଏହାଦ୍ବାରା ତାଙ୍କ ଅପମାନ ହୋଇଥାଏ । ଘରକୁ ଅତିଥି ଆସିଲେ , ସାଙ୍ଗେ ସାଙ୍ଗେ ଝାଡୁ ଲଗାନ୍ତି ନାହିଁ କିମ୍ବା ଘରୁ କେହି ଯିବାର ଗୋଟିଏ ଘଣ୍ଟା ପରେ ଝାଡୁ କରନ୍ତୁ।

ଘରେ କେହି କାନ୍ଦୁଥିଲେ କିମ୍ବା କେହି ପାଟି କରୁଥିଲେ ଝାଡୁ କରନ୍ତୁ ନାହିଁ । ସର୍ବପ୍ରଥମ ଉତ୍ତର ପୂର୍ବ ଦିଗରୁ ଝାଡୁ ଲଗାଇବା ଉଚିତ୍ । ଘରର ପୂଜା ଘରକୁ ସବୁବେଳେ ପୋଛିବା ଉଚିତ୍ , ଝାଡୁ ଲଗାଇବା ନୁହେଁ । ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ଏହାକୁ ଇଶାନ କୋଣରେ ରଖନ୍ତୁ ନାହିଁ । ଏହାକୁ ଦେବାଦେବୀଙ୍କ ସ୍ଥାନ ଭାବରେ ବିବେଚନା କରାଯାଇଛି । ଝାଡୁକୁ ନିଜ ଶୋଇବା ଘରେ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ । ଏହାକୁ ସବୁବେଳେ କବାଟ କୋଣରେ ରଖନ୍ତୁ । ଝାଡୁ ପୁରୁଣା ହୋଇଗଲେ , ତାକୁ ଘରେ ରଖନ୍ତୁ ନାହିଁ

Leave a Reply

Your email address will not be published. Required fields are marked *