ଭୁଲରେବି ଏପରି ତୁଳସୀ ଗଛ ଆଦୋୖ ଲଗାନ୍ତୁ ନାହିଁ , ନଚେତ କ୍ରୋଧିତ ହେବେ ମାତା ଲକ୍ଷ୍ମୀ ଏବଂ ପୁରା ଘର ହୋଇଯିବ ନଷ୍ଟ :-

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ବିଶେଷ ମହତ୍ତ୍ୱ ରହିଛି ଏବଂ ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛକୁ ଦେବୀ ରୂପରେ ପୂଜା କରାଯାଏ । ଅଧିକାଂଶ ପୂଜାରେ ତୁଳସୀ ନିଶ୍ଚୟ ଅର୍ପିତ କରାଯାଏ । ତୁଳସୀ ପତ୍ର ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ସମ୍ପନ୍ନ ହୁଏନାହିଁ । ହନୁମାନଙ୍କୁ ମଧ୍ୟ ତୁଳସୀ ପ୍ରିୟ ହୋଇଥାଏ । ଏପରି ମାନ୍ୟତା ରହିଛି ଯେ ଯଦି ଆପଣ ତୁଳସୀ ଗଛର ଭଲ ଭାବରେ ଯତ୍ନ ନିଅନ୍ତି ତେବେ ଜୀବନର ସବୁ ପାପ ନଷ୍ଟ ହୋଇଯାଏ ।

ଯେଉଁ ଘରେ ତୁଳସୀ ଗଛ ରହେ ସେହି ଘରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମିଳିତ ଭାବରେ ବାସ କରନ୍ତି । ଯେଉଁ ଘରେ ପ୍ରତ୍ୟେକ ଦିନ ସକାଳୁ ତୁଳସୀ ମୂଳରେ ଜଳ ଦିଆଯାଏ ଏବଂ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ପ୍ରଜ୍ଜ୍ୱଳନ କରାଯାଏ ସେହି ଘରେ କେବେବି ଆର୍ଥିକ ସମସ୍ୟା ଦେଖା ଦିଏନାହିଁ କିମ୍ବା ସେହି ଘରକୁ କେବେବି ନକରାତ୍ମକତା ପ୍ରବେଶ କରି ନଥାଏ ।

ତୁଳସୀ ଗଛରେ ପାଣି ଦେଇ ମାତା ତୁଳସୀଙ୍କୁ ନିଜର ମନସ୍କାମନା କହିଲେ ତାହା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ । ଏହାବ୍ୟତୀତ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । କାରଣ ମାତା ତୁଳସୀଙ୍କ ପାଖରେ କରାଯାଉଥିବା ପ୍ରାର୍ଥନା ସିଧାସଳଖ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଥାଏ । କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପ୍ରିୟ ଅଟେ । ତୁଳସୀ ପୂଜା କରିବା ଦ୍ୱାରା ଘରକୁ ସୁଖ , ସମୃଦ୍ଧି , ଧନ , ବୈଭବ ଏବଂ ପାରିବାରିକ ସୁଖ ମିଳିଥାଏ । ବଂଶବୃଦ୍ଧିରେ ସମସ୍ୟା ଥିଲେ ମଧ୍ୟ ତାହାର ସମାଧାନ ହୋଇଯାଏ । ମାତ୍ର ତୁଳସୀ ପୂଜା କରିବା ନିତାନ୍ତ ଜରୁରୀ ଅଟେ ଯାହାକି ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ ହେବା ଉଚିତ । ଆଜି ଆମେ ଆପଣଙ୍କୁ ତୁଳସୀ ପୂଜାର ସମ୍ପୂର୍ଣ୍ଣ ବିଧି ବିଷୟରେ ଜଣାଇବୁ । ଏହାବ୍ୟତୀତ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ତାହା ବିଷୟରେ ମଧ୍ୟ କହିବୁ ।

୧ . ତୁଳସୀରେ ପୂଜନ :-

ପ୍ରତ୍ୟେକ ଦିନ ପ୍ରାତଃ କାଳରେ ଜଲଦି ଉଠି ସ୍ନାନ କରି ତୁଳସୀ ଚଉରା ନିକଟକୁ ସମସ୍ତ ପୂଜା ସାମଗ୍ରୀ ସହିତ ଯାଆନ୍ତୁ । ଏହାପରେ ଏକ ଆସନ ବିଛାନ୍ତୁ । ଏହାପରେ ଏକ ଶୁଦ୍ଧ ପାଣି ପୁର୍ଣ୍ଣ ଲୋଟାରେ ଜଳ ଅର୍ପଣ କରନ୍ତୁ । ପ୍ରଥମେ ତୁଳସୀ ମୂଳରେ ତିନି ଥର ଜଳ ଅର୍ପଣ କରି ତିନି ଥର ତୁଳସୀର ପରିକ୍ରମା କରନ୍ତୁ । ଏହାପରେ ତୁଳସୀ ଉପରୁ ଜଳ ଅର୍ପଣ କରନ୍ତୁ ।

୨ . ଦୀପ ପ୍ରଜ୍ଜ୍ୱଳନ :-

ସନ୍ଧ୍ୟା ସମୟରେ ପ୍ରତ୍ୟେକ ଦିନ ତୁଳସୀ ମୂଳରେ ଦୀପ ପ୍ରଜ୍ଜ୍ୱଳନ କରିବା ଉଚିତ । ତାହା ପୁଣି ଶୁଦ୍ଧ ଘିଅ ଦୀପ । ତେବେ ଯଦି ଆପଣ ମାଟି ଦୀପ ପ୍ରଜ୍ଜ୍ୱଳନ କରୁଛନ୍ତି ତେବେ ପ୍ରତ୍ୟେକ ଦିନ ନୂଆ ଦୀପ ବ୍ୟବହାର କରନ୍ତୁ । କାରଣ ମାଟି ଦୀପ କେବଳ ଥରେ ହିଁ ବ୍ୟବହୃତ ହୋଇଥାଏ । ନଚେତ ଆପଣ ଅନ୍ୟ କୌଣସି ଧାତୁ ନିର୍ମିତ ଦୀପକୁ ପ୍ରତିଦିନ ପରିଷ୍କାର କରି ବ୍ୟବହାର କରି ପାରିବେ । ଦୀପ ତଳେ ପ୍ରଥମେ ଚାଉଳର ଏକ ଆସନ ବିଛାଇ ଦିଅନ୍ତୁ ମାତ୍ର ଚାଉଳ ଯେପରି ଖଣ୍ଡିତ ନରହେ । ଏପରି ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ଦୀପ ଜାଳିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ ।

୩ . ଭୋଗ :-

ଆପଣ କୌଣସିବି ମିଠା ବସ୍ତୁକୁ ତୁଳସୀରେ ଭୋଗ ଆକାରରେ ଅର୍ପଣ କରି ପାରିବେ । ଆପଣ ଚାହଁଲେ ମିଶ୍ରୀ , ମିଠା ଫଳ କିମ୍ବା କିସମିସ ମଧ୍ୟ ଭୋଗ ଆକାରରେ ଲଗାଇ ପାରିବେ । ମାତ୍ର ଭୋଗକୁ ତୁଳସୀ ମୂଳରେ ନରଖି ଏକ ପାତ୍ରରେ ଦିଅନ୍ତୁ ।

୪ . ତୁଳସୀ ପତ୍ର ଛିଡ଼ାଇବାର ଉପଯୁକ୍ତ ସମୟ :-

ତୁଳସୀ ପତ୍ର ସାଧରଣତଃ ଏକାଦଶୀ , ଦ୍ଵାଦଶୀ , ପୂର୍ଣ୍ଣିମା , ଅମାବାସ୍ୟା , ସଂକ୍ରାନ୍ତି , ରବିବାର , ସନ୍ଧ୍ୟା ସମୟ , ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ଦିନ ଛିଡ଼ାଇବା ଉଚିତ ନୁହେଁ । ମାତ୍ର ଯଦି ଆପଣ ଶଲିଗ୍ରାମ ଭଗବାନଙ୍କୁ ଅର୍ପଣ କରିବା ଉଦ୍ଦେଶ୍ୟରେ ତୁଳସୀ ପତ୍ର ଛିଡ଼ାଉଛନ୍ତି ତେବେ ଆପଣ ଏହିସବୁ ସମୟରେ ଛିଡ଼ାଇ ପାରିବେ । ନଚେତ ପୂର୍ବରୁ ପୂଜା ନିମିତ୍ତ ଛିଡ଼ାଇ ରଖିଲେ ଉତ୍ତମ । କାରଣ ତୁଳସୀ ପତ୍ର କେବେବି ବାସୀ ହୋଇ ନଥାଏ ।

୫ . ତୁଳସୀ ଗଛ ମୂଳରେ ଶଲିଗ୍ରାମ ନା ଶିବଲିଙ୍ଗ ରଖିବା ଉଚିତ :-

ତୁଳସୀ ଗଛ ମୂଳରେ କେବେ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ମହାଦେବଙ୍କ ପୂଜାରେ କେବେବି ତୁଳସୀ ପତ୍ରର ବ୍ୟବହାର ହୋଇ ନଥାଏ । ନଚେତ ମହାଦେବ କ୍ରୋଧିତ ହୁଅନ୍ତି । ମାତ୍ର ତୁଳସୀ ଗଛ ମୂଳରେ ଶଲିଗ୍ରାମ ଭଗବାନଙ୍କୁ ପ୍ରତିଷ୍ଠା କରିବା ଉଚିତ । ଭଗବାନ ଗଣେଶଙ୍କ ପୂଜାରେ ମଧ୍ୟ ତୁଳସୀ ପତ୍ର ଲାଗି ନଥାଏ । ମାତ୍ର ଶଲିଗ୍ରାମ ରଖିଲେ ଅନେକ ଫଳ ପ୍ରାପ୍ତି ହୋଇଥାଏ ।

୬ . ତୁଳସୀ ଶୁଖିଗଲେ କଣ କରିବା ଉଚିତ :-

ତୁଳସୀ ଗଛ ଶୁଖିଗଲେ ତାହାକୁ ତୁରନ୍ତ ମାଟି ତଳେ କିମ୍ବା କୌଣସି ନଦୀ ପୁଷ୍କରିଣୀରେ ବିସର୍ଜନ କରିଦେବା ଉଚିତ । ଏହାପରେ ନୂଆ ତୁଳସୀ ଗଛ ଲଗାଇବା ଉଚିତ ।

Leave a Reply

Your email address will not be published. Required fields are marked *