ହୋଇଯିବ ସର୍ବନାଶ , ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ନବରାତ୍ରି ବର୍ଷକରେ ଥରେ ଆସିଥାଏ ଆଉ ସବୁ ବର୍ଷ ଖୁସି ନେଇ ଆସିଥାଏ । ତେବେ ନବରାତ୍ରିର ଏହି ନଅଟି ରାତିରେ ନଅଟି ଦେବୀଙ୍କୁ ପୂଜା କରା ଯାଇଥାଏ । କୁହାଯାଏ ମାଆ ଦୁର୍ଗା ଶିବଙ୍କୁ ସ୍ଵାମୀ ରୂପରେ ପାଇବା ପାଇଁ ଯେଉଁ ପ୍ରକାରର କଷ୍ଟ କରିଥିଲେ , ସେହି ପ୍ରକାରେ ଯେଉଁ ମହିଳା ମାନେ ମାଆଙ୍କୁ ପୂଜା କରିଥାନ୍ତି , ମାଆ ସେମାନଙ୍କୁ ବିଶେଷ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

ତେବେ ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ , ଯଦି ଏହି ପୂଜା ସମୟରେ କିଛି ଭୁଲ ହୋଇଯାଏ ତେବେ ମାଆ ଦୁର୍ଗା ଅସନ୍ତୁଷ୍ଟ ହୋଇ ଯାଆନ୍ତି । ଆଜି ଆମେ ସେଗୁଡିକ ବିଷୟରେ ଜାଣି ନେବା , ଯେଉଁ ଭୁଲ ମହିଳା ଏବଂ ପୁରୁଷ ମାନେ କରିଥାନ୍ତି । ପ୍ରଥମରେ ମାଆ ଆପଣଙ୍କୁ ପୂଜା କରିବା ପାଇଁ ବାଧ୍ୟ କରନ୍ତି ନାହିଁ । ଯଦି ଆପଣ ମାଆଙ୍କୁ ଆରାଧନା କରୁଛନ୍ତି , ତେବେ ପୁରା ଶ୍ରଦ୍ଧାର ସହ କରନ୍ତୁ ନଚେତ୍ କରନ୍ତୁ ନାହିଁ ।

ଦ୍ଵିତୀୟରେ ନବରାତ୍ରିରେ ମୁଁହରେ କୌଣସି ଖରାପ ଶବ୍ଦର ବ୍ୟବହାର କରନ୍ତୁ ନାହିଁ । କାହିଁକି ନା ଏପରି କରିବା ପାପ ହୋଇଥାଏ । କାରଣ ନବରାତ୍ରିରେ ଆପଣ ମାଆଙ୍କ ନାମ ପାଟିରେ ନେଇଥାନ୍ତି । ତୃତୀୟରେ ନବରାତ୍ରିରେ କୌଣସି ନିଶା ଦ୍ରବ୍ୟ ମଧ୍ୟ ସେବନ କରିବା ଉଚିତ୍ ନୁହେଁ । ଆହୁରିମଧ୍ୟ କିଛି ବି ଆମିଷ ସେବନ କରିବା ଉଚିତ୍ ନୁହେଁ ।

ଚତୁର୍ଥରେ କୌଣସି ଅସହାୟ ଲୋକଙ୍କୁ ଖାଲି ହାତରେ ଘରୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଅତ୍ୟନ୍ତ ଖରାପ ହୋଇଥାଏ । ପଞ୍ଚମରେ ନବରାତ୍ରିରେ କେହି ବି ବାଳ କାଟିବା କିମ୍ବା ନଖ କାଟିବା ଉଚିତ୍ ନୁହେଁ । ଏପରି କରିବା ଆଦୌ ଭଲ ହୋଇନଥାଏ । ତେଣୁ ନବରାତ୍ରିରେ ଏହି ସବୁ କାମ ଠାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *