ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇବି ଭଙ୍ଗା କୁଡ଼ିଆରେ କାଟିଦେଲେ ସାରା ଜୀବନ । ନେଉଥିଲେ କେବଳ ଭତ୍ତା ।

ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ନେତା ମନ୍ତ୍ରୀ ଦୁର୍ନୀତିରେ ବୁଡ଼ି ରହିବା ସହିତ ନିଜକୁ ମିଳୁଥିବା ସୁବିଧା ସୁଯୋଗର ଭୁଲ ଫାଇଦା ଉଠାଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଦିବଙ୍ଗତ ନେତାଙ୍କ ବିଷୟରେ କହିବୁ ଯିଏକି ସଚୋଟତା ଏବଂ ସରଳତାର ଉଦାହରଣ ଅଟନ୍ତି । ଆଜ୍ଞା ହଁ !!

ସେ ହେଉଛନ୍ତି ଜନ ନାୟକ କର୍ପୂରୀ ଠାକୁର ଯିଏକି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେବି ନିଜର ଭଙ୍ଗା ଚାଳ ଛପର କୁଡ଼ିଆରେ ଜୀବନ ବିତାଇ ଦେଲେ । ଆଉ ଏହି କାରଣରୁ ସେ ଅନନ୍ୟ ପରିଚୟର ଅଧିକାରୀ ହୋଇ ଯାଇଛନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ , ଜଣେ ଭଲ ଶିକ୍ଷକ ଏବଂ ଜଣେ ଭଲ ରାଜନେତା ମଧ୍ୟ ଅଟନ୍ତି । ତେବେ ଦୁଇ ଦୁଇ ଥର ବିହାରର ହୋଇଥିବା କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ।

ଏଥିପାଇଁ ସାରା ବିହାରରେ ଖୁସିର ଲହରୀ ଖେଳି ଯାଇଛି । ଲୋକଙ୍କ ବାଧ୍ୟ କାରଣରୁ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେବି ସୁଦ୍ଧା କୌଣସି ଆଡମ୍ବରକୁ ସେ ଗ୍ରହଣ କରି ନଥିଲେ । ନିଜ ପାଇଁ କୌଣସି ସରକାରୀ ସୁବିଧା ନେଉ ନଥିଲେ ଏବଂ ଘରର ଖଣ୍ଡେ ମଧ୍ୟ କରି ନଥିଲେ । ନିଜର ଶେଷ ଜୀବନ ପର୍ଯ୍ୟନ୍ତ ହିଁ ସେ ସେହି କୁଡ଼ିଆରେ ରହୁଥିଲେ । ତାକୁ ସାରା ଓଡ଼ିଶାର ଲୋକେ ଜାଣିଛନ୍ତି । ଲୋକେ ବାଧ୍ୟ କରିବା ପରେ ସେ ରାଜନୀତିକୁ ଆସିଥିଲେ

ଏଭଳି ଜଣେ ବ୍ୟକ୍ତିତ୍ୱଙ୍କର ସଚୋଟତାର କାହାଣୀ ଅନୁଯାୟୀ , ସେ ଜାନୁୟାରୀ ୨୪ ୧୯୨୪ ମସିହାରେ ବିହାରର ସମତିପୁର ଜିଲ୍ଲା ପିତ୍ତଉଝିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୨ ପ୍ରଥମଥର ପାଇଁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୮୮ ପର୍ଯ୍ୟନ୍ତ ଦୀର୍ଘ ୩୬ ବର୍ଷ କାଳବିଧାନସଭା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ଏହାରି ମଧ୍ୟରେ ସେ ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

ନିଜ ଗାଁରେ ଥିବା ଏକ କୁଡ଼ିଆରେ ସେ ଶେଷ ସମୟ ପର୍ଯ୍ୟନ୍ତ ହିଁ ରହିଥିଲେ । ପରେ ତାଙ୍କ ସମ୍ମାନରେ ତାଙ୍କ ଗାଁର ନାମ କର୍ପୂରି ଗ୍ରାମ ରଖାଯାଇଛି । ତାଙ୍କ ବିଷୟରେ ଏହା ମଧ୍ୟ ଚର୍ଚ୍ଚା ହୁଏ ଯେ ସେ ଥରେ କୌଣସି କାମ ପାଇଁ ଜଗଦୀଶପୁର ଯିବାବେଳେ କାରଟି ଖରାପ ହୋଇ ଯାଇଥିଲା । ନିଜ ସୁରକ୍ଷା କର୍ମୀଙ୍କୁ କୌଣସି ଏକ ଟ୍ରକରେ ଲିଫ୍ଟ ନେଇ ପାଟଣା ଯିବାକୁ କହିଥିଲେ । ତାଙ୍କ ସୁରକ୍ଷାକର୍ମୀ ବହୁତ ବୁଝାଇ ଥିଲେ ଏବଂ ଶେଷରେ ପାଟନା ପୋଲିସ ଗାଡ଼ିରେ ସେ ଯାଇଥିଲେ ।

କର୍ପୂରି ଠାକୁରଙ୍କ ସଚୋଟତାର ଚର୍ଚ୍ଚା ଆହୁରି ଅନେକ ରହିଛି । ତାଙ୍କର ରାଜନୀତି କ୍ୟାରିଅରରେ ସେ କେବେ ଘର ବନାଇ ନଥିଲେ କିମ୍ବା କାର ମଧ୍ୟ କିଣି ନଥିଲେ । ଏମିତିକି ଘର ତିଆରି ପାଇଁ ଆସିଥିବା ଇଟାରେ ଗାଁରେ ଗୋଟିଏ ସ୍କୁଲ ବନାଇ ଦେଇଥିଲେ । ନିଜର ଏଭଳି କାମ ପାଇଁ କର୍ପୂରି ସାରା ଦେଶରେ ଜନନାୟକ ଭାବରେ ପରିଚିତ ହୋଇଥିଲେ । ମାତ୍ର ବିଧାୟକ ଭାବରେ କାର୍ଯ୍ୟକାଳ ପୁରା କରିବା ପୂର୍ବରୁ ଫେବୃଆରୀ ୧୭ , ୧୯୮୮ ରେ ତାଙ୍କର ପରଲୋକ ହୋଇଥିଲା ।

Leave a Reply

Your email address will not be published. Required fields are marked *