ଆସନ୍ତା ୨୮ ରୁ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର , ସକାଳ ୭.୩୦ ରୁ ୯.୩୦ ହେବ ପାଠ ପଢ଼ା :-

ଦୀର୍ଘ ଦୁଇ ବର୍ଷ ହେବ କୋଭିଡ଼ – 19 କାରଣରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏମିତି ପ୍ରଥମ ଲହର କମିବା ପରେ କିଛି ମାତ୍ରାରେ ଶିକ୍ଷାନୁଷ୍ଠାନ ଖୋଲା ଯାଇଥିଲେ ହେଁ ପୁଣିଥରେ ଦ୍ୱିତୀୟ ଲହର କାରଣରୁ ପୁଣିଥରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଦ୍ୱିତୀୟ ଲହର ଆସିବା ପରଠାରୁ ହିଁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଥିଲା । କିନ୍ତୁ ଦୀର୍ଘ ଏକ ବର୍ଷ ପରେ ଅଙ୍ଗନୱାଡ଼ି ଖିଲିବାକୁ ନେଇ ଖବର ଶୁଣିବାକୁ ମିଳୁଛି । ତେଣୁ ଏହି ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଦୀର୍ଘ ୧ ବର୍ଷ ପରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବାକୁ ଯାଉଛି ଯାହାକି କରୋନା ସଂକ୍ରମଣ କାରଣରୁ ବନ୍ଦ ଥିଲା । ତେଣୁ ଏଥି ନିମନ୍ତେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଏହା ସମ୍ବନ୍ଧରେ ନିର୍ଦେଶ ଦେଇଛନ୍ତି । କିନ୍ତୁ ଏଥିରେ କିଛି ଗାଇଡ଼ଲାଇନ ମଧ୍ୟ ଜାରି କରିବାକୁ କୁହାଯାଇଛି ।

ତେବେ ମାର୍ଚ୍ଚ ୨୮ ଠାରୁ ଅଙ୍ଗନୱାଡ଼ି ସକାଳ ୭.୩୦ ରୁ ଆରମ୍ଭ ହୋଇ ୯.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ ବୋଲି ନିର୍ଦେଶ ଦିଆଯାଇଛି । ପୁଣି ୩ ରୁ ୬ ବର୍ଷର ପିଲାଙ୍କୁ ଖାଦ୍ୟ ଦେବା ମଧ୍ୟ ପୂର୍ବ ପରି ରହିବ । କିନ୍ତୁ ଏହିସବୁ କାମ ବେଳେ କୋଭିଡ଼ – 19 ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଗତ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲ ୧୯ ରୁ କୋଭିଡ଼ – 19 ର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ବଢ଼ିବା କାରଣରୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ହୋଇଥିଲା ଏବଂ ବର୍ତ୍ତମାନ ସଂକ୍ରମଣ କମିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏଥି ନିମନ୍ତେ ସମସ୍ତ ଜିଲ୍ଳାପାଳ ଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ।

Leave a Reply

Your email address will not be published. Required fields are marked *