ଦୀପ ବେପାରକୁ ଗ୍ରାସିବ ରାହୁ ! ବ୍ୟବସାୟୀ ହେଲେ ଚିନ୍ତିତ :-

ଗତ କିଛି ବର୍ଷ ହେବ କରୋନା କଟକଣା କାରଣରୁ ଦୀପାବଳି ତ ଦୂରର କଥା କୌଣସି ପର୍ବପର୍ବାଣିକୁ ପାଳନ କରିବା ଉପରେ କଟକଣା ଲଗା ଯାଇଥିଲା । ଯେଉଁ କାରଣରୁ ଲୋକେ ଅନିଚ୍ଛା ସତ୍ତ୍ୱେବି ଦେଶର ମଙ୍ଗଳ ପାଇଁ କରୋନା କଟକଣାକୁ ମାନି ଘରେ ରହିଥିଲେ । ଯାହାଦ୍ୱାରା ସାମୁହିକ ଦୂରତ୍ୱ ତିଷ୍ଠି ରହିଥିଲା । ମାତ୍ର ଗତ ୩ ବର୍ଷ କୌଣସି ପର୍ବପର୍ବାଣିକୁ ଲୋକେ ଭଲ ଭାବରେ ମନାଇ ପାରି ନଥିବାରୁ ଚଳିତ ବର୍ଷ ସବୁ ପର୍ବପର୍ବାଣିକୁ ବେଶ ଉଲ୍ଲାସର ସହିତ ମାନିଛନ୍ତି । ଦଶହରା ଶେଷ ହୋଇଥିବା ସହିତ ଆଗକୁ ଆସୁଛି ଦୀପାବଳି ।

ତେଣୁ ଲୋକେ ଖୁବ ଉତ୍କଣ୍ଠାର ସହିତ ଦୀପାବଳିକୁ ଅପେକ୍ଷା କରି ରହିଛନ୍ତି । ମାତ୍ର ଏହାରି ମଧ୍ୟରେ ଆଉ ଏକ ବିଡ଼ମ୍ବନା ଦେଖା ଦେଇଛି । କାରଣ ଚଳିତ ବର୍ଷ ଦୀପାବଳି ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏପଟେ ଏହି କାରଣରୁ ଦୀପ ବେପାରୀ ମାନଙ୍କ ଭେକାଳ ବୁଡ଼ିଛି । କାରଣ ଗତ କିଛି ବର୍ଷ ହେବ ବ୍ୟବସାୟ ଉପରେ ଯେମିତି ରାହୁ ଗ୍ରାସିଥିଲା , ଠିକ ସେମିତି କରୋନା ତ ଦୂରର ଥାଉ ସୂର୍ଯ୍ୟ ପରାଗ ବ୍ୟବସାୟ ବୁଡ଼ାଇବ ମନେ ହେଉଛି । କାରଣ ଏମିତିରେ ୨୪ ତାରିଖ ଦିନ ଦୀପ ଜାଳିବା ସମ୍ପୂର୍ଣ୍ଣ ମନା ହୋଇଛି ।

ସାରା ଦେଶରେ ଏଣିକି ୨୪ ତାରିଖ ସନ୍ଧ୍ୟାରେ ଦୀପ ଜାଳି ପାରିବେ ନାହିଁ । ସୂଚନା ଅନୁଯାୟୀ ଚଳିତ ବର୍ଷ ଦୀପାବଳି ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବ ଯାହାକି ୨୪ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିବ । ତେବେ କେବଳ ଗୋଟିଏ ବିକଳ୍ପ ଯେ ୨୫ ତାରିଖ ଦିନ ସନ୍ଧ୍ୟାରେ ଲୋକେ ଦୀପ ଜାଳି ପାରିବେ । ସୂର୍ଯ୍ୟ ପରାଗ ସମୟ ଅର୍ଥାତ ପରାଗ ସ୍ପର୍ଶ ୨୪ ତାରିଖ ରାତି ୨.୨୮ ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬.୩୨ ପର୍ଯ୍ୟନ୍ତ ରହିବ ।

ତେଣୁ ୨୪ ତାରିଖ ସକାଳ ୬.୩୦ରୁ ପାକ ନିଷେଧ ଏବଂ ପୂଜା ଅର୍ଚ୍ଚନା ବନ୍ଦ ରହିବ । ଏମିତିକି ଏହିଦିନ ଦୀପାବଳି ଅବସରରେ ଅନୁଷ୍ଠିତ ହେଉଥିବା ପୟା ଶ୍ରାଦ୍ଧ , ବଡ଼ବଡ଼ିଆଙ୍କୁ ପ୍ରାର୍ଥନା , କଠିନ ଖାଦ୍ୟ ପଦାର୍ଥ ଭୋଗ ସବୁକିଛିକୁ ବାରଣ କରାଯାଇଛି । ତେବେ ଏହା କେବଳ ଯେ ରାଜ୍ୟରେ ତାହା ନୁହେଁ ବରଂ ସମଗ୍ର ଦେଶରେ ପାଳନ କରିବାକୁ ନିର୍ଦେଶ ରହିଛି । ତେଣୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ୨୪ ତାରିଖ ଦୀପାବଳିକୁ ବାରଣ କରାଯାଇ ତାହାକୁ ୨୫ ତାରିଖ ସନ୍ଧ୍ୟା ୬.୩୨ ପରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *