ଚର୍ଚ୍ଚାରେ , ସମ୍ବଲପୁରର ଏହି ଡାକ୍ତରରାଣୀ । କିଛି ନଭାବି ଦାନ କରିଦେଲେ ନିଜ ଘର ।

ବର୍ତ୍ତମାନ ସମୟରେ ସମ୍ବଲପୁରର ଜଣେ ଡାକ୍ତରରାଣୀ ଚର୍ଚ୍ଚାରେ ଅଛନ୍ତି । ନିଜେ ଭାବିଥିଲେ କେବେ ଏକ ସ୍କୁଲ ବନାଇବେ । କିନ୍ତୁ କୌଣସି କାରଣ ବଶତଃ ତାହା ହୋଇପାରି ନଥିଲା । ଆଜ୍ଞା ହଁ ! ସମ୍ବଲପୁର ସହରର ଜଣାଶୁଣା ଡାକ୍ତରରାଣୀ ପ୍ରଖ୍ୟାତ ସମାଜସେବୀ ଭାବରେ ପରିଚିତ ନାରାୟଣୀ ପଣ୍ଡା ପୁଣିଥରେ ତାଙ୍କର ଏକ ଦାନ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

ପ୍ରଥମେ ସେ ପାଠ ପଢ଼ିଥିବା ଜିଏମ ବିଶ୍ୱବିଦ୍ୟାଳୟ ସମେତ ବହୁ ଶିକ୍ଷା ଅନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଥିଲେ । ବର୍ତ୍ତମାନ ସେ ରହୁଥିବା ବାସଭବନକୁ ମଧ୍ୟ ସମ୍ବଲପୁର ସରକାରୀ ମହାବିଦ୍ୟାଳୟ ନାମରେ ଦାନ ଭାବରେ ପ୍ରଦାନ କରିଛନ୍ତି ।

ଏହି ଦାନ କରିବା ପରେ ଡାକ୍ତରାଣୀ ନାରାୟଣୀ ପଣ୍ଡା ସମାଜରେ ଏକ ଆଦର୍ଶ ପାଲଟି ଯାଇଛି । କହିରଖିବୁ ଯେ ନାରାୟଣୀ ପଣ୍ଡାଙ୍କ ଘରର ଉପର ମହଲାକୁ ଛାତ୍ରୀ ନିବାସ ଭାବରେ ବ୍ୟବହାର କରାଯିବ । ତାଙ୍କ ଅନ୍ତେ ସବୁ ଛାତ୍ରୀଙ୍କୁ ଘର ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଡାକ୍ତରୀ ପଣ୍ଡା ସମ୍ମତି ଦେଇଛନ୍ତି ।

ସେହି ବିଷୟରେ ଡାକ୍ତରାଣୀ ପଣ୍ଡା ମଧ୍ୟ କିଛି କହିଛନ୍ତି । ଏହାକୁ ନେଇ ନାରାୟଣୀ ପଣ୍ଡା କହିଛନ୍ତି ଯେ ସେ ନିଜ ଘରକୁ ଝିଅ ମାନଙ୍କ ସ୍କୁଲ ହଷ୍ଟେଲ ପାଇଁ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ସେ ନିଜ ଘରକୁ ସ୍କୁଲ କରିବାକୁ ଭାବିଥିଲେ କିନ୍ତୁ ସ୍କୁଲ କରିବାକୁ ସୁବିଧା ହୋଇ ନଥିଲା ।

ଏହାବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏତେ ବଡ଼ ଘର ଥାଇ ଯଦି କିଛି କାମରେ ନଲାଗିଲା ତେବେ ତାହାକୁ ବିକ୍ରି କଲେ କଣ ବା ଲାଭ ହେବ ? ସେ ନିଜେ ହୃଦୟଙ୍ଗମ କରିଛନ୍ତି ଯେ ହଷ୍ଟେଲ ନଥିବାରୁ ଅନେକ ଛାତ୍ରୀ ଖୁବ ଅସୁବିଧାରେ ପଡୁଛନ୍ତି ଏବାଂ ବାହାରେ ଠିକ ଭାବରେ ରହି ପାରୁ ନାହାଁନ୍ତି ।

ତେଣୁ ଡାକ୍ତରରାଣୀ ନାରାୟଣୀ ନିଜେ ହୃଦୟଙ୍ଗମ କରିଛନ୍ତି ଯେ ପିଲାଙ୍କ ପାଇଁ ସ୍କୁଲ ନହୋଇ ପରିଲା ନାହିଁ କିନ୍ତୁ ଛାତ୍ରୀଙ୍କ ଛାତ୍ରାବାସ ପାଇଁ ଉପର ମହଲା ଭଲ କାମରେ ଲାଗି ପାରିବ । ଆଉ ନାରାୟଣୀଙ୍କ ଯିବା ପରେ ତାଙ୍କର ପୁରା ଘରକୁ ମଧ୍ୟ ଛାତ୍ରୀବାସ ଭାବରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *