ଚିଲିକା ବିଧାୟକ ଲୋକଙ୍କ ଉପରେ ଚଢ଼େଇଥିବା ଗାଡିର ନମ୍ବର ଏବଂ ଏଫେ-ୟାରେ ଲେଖାହୋଇଥିବା ଗାଡି ନମ୍ବର ବଦଳି ଗଲା କିପରି?

ଆପଣମାନେ ଜାଣିଛନ୍ତି ଦିନକୁ ଦିନ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ତେବେ ନିର୍ବାଚନ ପୂର୍ବରୁ ଆପଣଙ୍କ ଗୋଡ଼ ତଳେ ପଡିବେ କିନ୍ତୁ କ୍ଷମତାକୁ ଆସିବା ପରେ ସେମାନେ ଆପଣଙ୍କୁ ପୋକମାଛି ପରି ଗୋଡ଼ରେ ଦଳି ଦିଅନ୍ତି। ତେବେ ମନ୍ତ୍ରୀ ଓ ବିଧାୟକଙ୍କ ଜନତାଙ୍କ ପ୍ରତି ଏପରି ବ୍ୟବହାର ଅନେକ ସମୟରେ ସାମ୍ନାକୁ ଆସିଛି।

ଚଳିତ ମାସ ୧୨ ତାରିଖରେ ବାଣପୁର ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ କାରରେ ପ୍ରତିପକ୍ଷ ବିଜେପି ସମର୍ଥକ ଓ ପୁ-ଲି-ସ ଉପରେ ଗାଡ଼ି ଚଢ଼ାଇଦେଇଥିଲେ। ତେବେ କାର ଚଢ଼େଇବା ପରେ ପାଖାପାଖି ୨୦ ଜଣ ଲୋକ ଆ-ହ-ତ ହୋଇଥିଲେ। ତେବେ ବିଧାୟକ ଙ୍କ ଏଭଳି ଦୁ-ର୍ବ୍ୟବ-ହାର ଲୋକଙ୍କୁ ଉତ୍ତକ୍ଷିପ୍ତ କରିଥିଲା। ଲୋକମାନେ ଉ-ତ୍ତ୍ୟ-କ୍ତ ହୋଇ ଚିଲିକା ବିଧାୟକଙ୍କୁ ନିର୍ଧୁମ ମା-ଡ଼ ମା-ରିଥିଲେ।

ତେବେ ଲୋକଙ୍କ ମାଡ଼ରେ ବିଧାୟକ ପ୍ରଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଗତକାଲି ସୁସ୍ଥ ହେବା ପରେ ପୋ-ଲି-ସ ତାଙ୍କୁ ଗି-ର-ଫ କରିଛି ଏବଂ କୋ-ର୍ଟ ଚାଲାଣ କରିଛି। ତେବେ ଏହି ସମୟରେ ଯେଉଁ କାର୍ ଦ୍ବାରା ବିଧାୟକ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ  ସେହି କାର ନମ୍ବର ଓ ମଡେଲ୍କୁ ନେଇ ଏବେ ନୂଆ ବି-ବା-ଦ ଠିଆ ହୋଇଛି।

ତେବେ ମିଳିଥିବା ସୂଚନା ଅନୁସାରେ ଲାଇଭ ଭିଡ଼ିଓ ବିଧାୟକ ଯେଉଁ କାର ନମ୍ବରରେ ଗାଡି ଚଢ଼େଇ ଥିଲେ ସେହି ନମ୍ବର ଏଫେ-ୟାରେ ଲେଖା ହୋଇନାହିଁ। ଜଣା ପଡ଼ିଛି ଯେ ଏଫେ-ୟାରେ ଲେଖା ହୋଇଥିବା ଗାଡିର ନମ୍ବର ଏବଂ ବିଧାୟକ ଚଢ଼େଇ ଥିବା ନମ୍ବର ସମ୍ପୂର୍ଣ୍ଣ ଭାବେ ଭିନ୍ନ ଅଟେ। ଏହାକୁ ନେଇ ପୁ-ଲି-ସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘ-ଟ-ଣା ଦିନ ଏକ ଧଳା ରେଂଜ୍ ରୋଭର କାର ଯାହାର ନମ୍ବର ଓଡି ୨୫କେ ୫୭୭୫ ଥିଲା। ପୋ-ଲି-ସ ଥାନାରେ ମଧ୍ୟ ରେଂଜ୍ ରୋଭର ଗାଡି ପଡିଛି କିନ୍ତୁ ନମ୍ବର ଭିନ୍ନ ରହିଛି ଅର୍ଥାତ ପୋ-ଲି-ସ ଥା-ନା ପରିସରରେ ଓଡି ୦୨ ଏୱାଇ ୫୭୭୫ ନମ୍ବର ଗାଡି ପଡି ରହିଛି। ତେବେ ଏହି ଗାଡି ନମ୍ବର ଟି ଆର୍ଟିଓ ତଥ୍ୟରେ କାର୍ ନମ୍ବର ଓ ମଡେଲର କୌଣସି ମେଳ ଖାଉନାହିଁ। କିନ୍ତୁ ଲାଇଭ ଭିଡ଼ିଓରେ କ-ଏ-ଦ ହୋଇଥିବା ନମ୍ବର କାର ମଡେଲ ସହ ମେଳ ଖାଉଛି। ତାହା କୁମାର ଦେବଦତ୍ତଙ୍କ ନାମରେ ପଂଜୀକୃତ ହୋଇଛି।

ତେବେ ମା-ମ-ଲାକୁ ଚପେଇ ଦେବା ପାଇଁ ପୋ-ଲି-ସ ଗାଡିର ନମ୍ବର ପରିବର୍ତ୍ତନ କରିଥିବା କୁହାଯାଉଛି। ଏବେ ଅଭି-ଯୋଗ ଆସିବା ପରେ ପ୍ରାଥମିକ ଅ-ନୁସ-ନ୍ଧାନରୁ ଜଣାଯାଇଛି ଯେ ଉକ୍ତ କାରରେ ଦୁଇଟି ନମ୍ବର ପ୍ଲେଟ୍ ବ୍ୟବହାର କରାଯାଉଥିଲା। ଯଦି ବିଧାୟକ ଦୁଇଟି ନମ୍ବର ଥିବା କାର ନେଇ ଏଭଳି ଘ-ଟ-ଣା ଘଟାଇଛନ୍ତି, ତେବେ ଏହା ଯୋଜନାବଦ୍ଧ ଆକ୍ର-ମଣ ଥିବା ସ-ନ୍ଦେ-ହ ଅଧିକ ଘନୀଭୂତ ହେଉଛି। ଏହା ଦ-ଣ୍ଡନୀ-ୟ ଅପ-ରାଧ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *