ଶ୍ରୀକ୍ଷେତ୍ରରେ ଥିବା ସ୍ମ-ଶା-ନକୁ କାହିଁକି କୁହାଯାଏ ସ୍ୱର୍ଗଦ୍ୱାର ? ଜାଣନ୍ତୁ ଏହା ପଛରେ କାରଣ ?

ସବୁ ଦେଶ ଠାରୁ ଭାରତୀୟ ସଂସ୍କୃତି ଖୁବ ନିଆରା ଅଟେ । ପୁଣି ଭାରତ ଅନ୍ୟ ଦେଶ ଠାରୁ ସ୍ୱତନ୍ତ୍ର ହେବାର ଅନେକ କାରଣ ରହିଛି । ଭାରତରେ ଲୋକଙ୍କ ସକାଳ ଭଗବାନଙ୍କ ନାମ ଜପ ରୁ ଆରମ୍ଭ ହୋଇଥାଏ । ପୁଣି ଭିନ୍ନ ଭିନ୍ନ ଧର୍ମର ଲୋକେ ମଧ୍ୟ ଏଠାରେ ବାସ କରନ୍ତି । ପୁଣି ଭାରତରେ ଚାରି ଧାମ ବିଷୟରେ ସାରା ବିଶ୍ୱର ଲୋକେ ବି ଜାଣିଛନ୍ତି । ସେଥିମଧ୍ୟରୁ ପୁରୀ ର କାରୁକାର୍ଯ୍ୟ ଏବଂ ତାହାର ସଂସ୍କୃତି ଖୁବ ଆଶ୍ଚର୍ଯ୍ୟ ଜନକ ଅଟେ । ଆପଣ ମାନେ ଜାଣିଥିବେ ଯେ ପୁରୀ ର ସ୍ମ-ଶା-ନ କୁ ସ୍ୱର୍ଗଦ୍ୱାର କୁହାଯାଏ । ତାହା ପଛରେ ମଧ୍ୟ ଏକ କାରଣ ରହିଛି ଯାହା ଆମେ ଆଜିକାର ଏହି ଲେଖାରେ ଆପଣଙ୍କୁ କହିବାକୁ ଯାଉଛୁ ।

କୁହାଯାଏ ଯେ ଯୁଗ ବଦଳିବା ସହିତ ଭାରତରେ ଭଗବାନ ମଧ୍ୟ ନିଜ ଅବତାର ବଦଳାଇ ଧରାରେ ଅବତରଣ କରି ଆସୁଛନ୍ତି କେବଳ ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ । ଚାରି ଯୁଗରେ ଭଗବାନ ଙ୍କ ରୂପ ସମ୍ବନ୍ଧରେ କହିବାକୁ ଗଲେ ସେ ସତ୍ୟ ଯୁଗରେ ନରସିଂହ ରୂପ , ଦ୍ୱାପରରେ କୃଷ୍ଣ , ତ୍ରେତୟାରେ ରାମଚନ୍ଦ୍ର ଏବଂ କଳିଯୁଗରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ରୂପରେ ଜନ୍ମ ହୋଇଛନ୍ତି । ପୁଣି କେତେବେଳେ ଭିକ୍ଷୁକ ବ୍ରାହ୍ମଣ ଭାବରେ ମଧ୍ୟ ଅବତରଣ କରିଛନ୍ତି ।

କିନ୍ତୁ ଭଗବାନ ଯେତେଥର ବି ପୃଥୀବିକୁ ଆସିଛନ୍ତି ସେତେ ଥର ମଣିଷ ରୂପରେ ଆସିଛନ୍ତି । ପୁଣି ଜନ୍ମ ହେଲେ ଯେହେତୁ ମୃ-ତ୍ୟୁ ସୁନିଶ୍ଚିତ ତେଣୁ ସେ ସମୟ ଅନୁଯାୟୀ ଦେ-ହତ୍ୟା-ଗ ମଧ୍ୟ କରିଛନ୍ତି । ଆପଣ ମାନେ ବି ଜାଣିଥିବେ ଯେ ଦ୍ୱାପର ଯୁଗରେ କୃଷ୍ଣ ଯେତେବେଳେ ଦେ-ହତ୍ୟା-ଗ କରିଥିଲେ ସେତେବେଳେ ତାଙ୍କ ଦେହକୁ ପାଣିରେ ଭସା ଯାଇଥିଲା । ଯାହାକି ଏକ କାଠଗଣ୍ଡି ସଦୃଶ୍ୟ ପୁରୀରେ ଲାଗିବା ପରେ ସେଠାରେ ଜଗନ୍ନାଥ ରୂପରେ ସେ ଅବତରଣ କଲେ । ତେଣୁ ଭାରତରେ ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ ।

ତେବେ କେବଳ ଯେ ଜଗନ୍ନାଥଙ୍କ ଲୀଳା ସେତିକିରେ ସମାପ୍ତ ତାହା ନୁହେଁ ଆହୁରି ମଧ୍ୟ ଦାସିଆ ବାଉରୀ ଏବଂ ଚୈତନ୍ୟ ଙ୍କ ଡାକ ମଧ୍ୟ ଶୁଣିଛନ୍ତି । କେବଳ ଯେ ମଣିଷ ତାହା ନୁହେଁ ବରଂ ଦେବତା ମାନେ ମଧ୍ୟ ପୁରୀକୁ ଆସୁଥିବାର କୁହାଯାଇଛି । ଏମିତି ଦିନେ ପ୍ରଧାନ ସେବକ ଭଗବାନଙ୍କ ପାଖରେ କଳା ମଲ୍ଲି ଫୁଲ ଦେଖିବା ପରେ ଅନୁମାନ କରା ଯାଇଥିଲା ଯେ ଏହା ସମଗ୍ର ଭାରତ ବର୍ଷରେ କେଉଁଠିବି ମିଳେ ନାହିଁ ତେଣୁ ଦେବତା ମାନେ ସେଠାକୁ ଆସୁଥିବାର ନିଶ୍ଚିତ ହୋଇଗଲା । କିଛି ସମୟ ପାଇଁ ସେମାନେ ଭାବିଲେ ଯେ ହୁଏତ ବିଭୀଷଣ ଆସି ଏହା ଦେଇ ଯାଉଛନ୍ତି । ପରେ ଲୁ-ଚି ଦେଖିବା ପରେ ସବୁ ସତ୍ୟତା ସାମ୍ନାକୁ ଆସିଲା । ପରେ ସେମାନେ ବିଭୀଷଣ ଙ୍କ ସ୍ୱର୍ଗକୁ ଯିବା ବାଟ ମଧ୍ୟ ଦେଖିବାକୁ ପାଇଲେ ଏବଂ ପରବର୍ତ୍ତୀ ସମୟରେ ଇନ୍ଦ୍ର ମଧ୍ୟ ସେହି ବାଟ ଦେଇ ଗଲେ । ତେଣୁ ପରେ ଜଣେ ବାଳକ ସେଠାରେ ଏକ କାଠି ପୋତି ଦେଲେ ଏବଂ ବର୍ତ୍ତମାନ ସେହି ସ୍ଥାନକୁ ସ୍ୱର୍ଗଦ୍ୱାର ବୋଲି ବିଶ୍ୱାସ କରାଯାଉଛି ।

Leave a Reply

Your email address will not be published. Required fields are marked *