ନିଜ ହୃଦୟ ଭଙ୍ଗା ପ୍ରେମ କାହାଣୀ ବିଷୟରେ କହିଲେ ଛନ୍ଦିତା , ଆମେ ଭଲ ବନ୍ଧୁ ଥିଲୁ

ବର୍ତ୍ତମାନ ସମୟରେ ସାରା ଓଡ଼ିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ଛନ୍ଦିତା ପାଢ଼ୀ । ସିରିଏଲ୍ ହେଉ କି ସିନେମା ଜଗତ ସବୁଥିରେ ସେ ନିଜର ଯାଦୁ ଦେଖାଇ ସାରିଛନ୍ତି । ଦର୍ଶକ ମାନଙ୍କର ଅଶେଷ ଭଲ ପାଇବା ତାଙ୍କୁ ମିଳି ସାରିଛି । ବିଶେଷ ଭାବରେ ସେ ନେଗେଟିଭ ଚରିତ୍ରକୁ ଭଲ ଭାବରେ ନିଭାଇ ଥାଆନ୍ତି । ତାଙ୍କ ଏହି ଚରିତ୍ର ପାଇଁ ତାଙ୍କୁ ଅନେକ ଲୋକ ଭଲ ପାଉଥିବା ବେଳେ ଆଉ କେତେକ ଘୃଣା ମଧ୍ୟ କରିଥାନ୍ତି । ଅନ୍ୟ ପକ୍ଷରେ ସିରିଏଲ୍ ଜଗତରେ ଜଣେ ସିନିୟର କଳାକାର ହୋଇ ସାରିଲେଣି ସେ ।

ତେବେ ବର୍ତ୍ତମାନ ସମୟରେ ନିଜର ପୂର୍ବ କିଛି କଥା ମନେ ପକାଇଛନ୍ତି ସେ । ଆଉ ଏପରି କିଛି ମନର କଥା କହିଛନ୍ତି ସେ , ଯାହାକୁ ଶୁଣି ଆପଣ ହୋଇଯିବେ ତାଜୁବ । ହଁ ଆଜ୍ଞା ଆପଣଙ୍କର ମନେ ଥିବ ବହୁ ବର୍ଷ ପୂର୍ବରୁ ତୋ ଅଗଣାର ତୁଳସୀ ମୁଁ ନାମକ ଏକ ସିରିଏଲରେ ଲିସା ଚରିତ୍ରରେ ଅଭିନୟ କରୁଥିଲେ ଛନ୍ଦୀତା । ସେଥିରେ ତାଙ୍କ ବିପକ୍ଷରେ ଚନ୍ଦନ ଅରଫ ତୁଷାର କାମ କରୁଥିଲେ । ସେହି ସମୟରେ ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

କିନ୍ତୁ ପରେ ଦେଖିବାକୁ ମିଳିଥିଲା କି , ତୁଷାର ଆଉ କାହାକୁ ବିବାହ କରି ନେଉଛନ୍ତି । ଯାହା ପରେ ଦର୍ଶକଙ୍କ ହୃଦୟ ଭାଙ୍ଗି ଯାଇଥିଲା । ତେବେ ବର୍ତ୍ତମାନ ସେହି ବାବଦରେ ମୁହଁ ଖୋଲିଛନ୍ତି ଛନ୍ଦିତା । ତାଙ୍କ କହିବା ଅନୁସାରେ , ଆମେ ଦୁହେଁ ଏକାଠି ୬ ବର୍ଷ ଧରି କାମ କରିଥିଲେ ଆଉ ଏହା ମଧ୍ୟରେ ବାସ୍ ଆମେ ଇମୋଷୋନାଲି କନେକ୍ଟ ହୋଇ ଯାଇଥିଲୁ । ଆମ ଭିତରେ ସେମିତି କିଛି କମିଟମେଣ୍ଟ ନଥିଲା କି ଆମେ ବିବାହ କରିବୁ । ଆଉ କିଛି ଦର୍ଶକ ମଧ୍ୟ ଭାବି ନେଇଥିଲେ କି , ଆମେ ବାହା ହୋଇ ସାରିଛୁ ।କିନ୍ତୁ ସେମିତି ନଥିଲା ।

ବାସ୍ତବରେ ଯେତେବେଳେ ତୁଷାର ଆଉ ଗୋଟିଏ ସିରିଏଲକୁ ଚାଲିଗଲେ , ସେତେବେଳେ ଆମ ଭିତରେ ସବୁକିଛି ବଦଳି ଗଲା ଆଉ ସେ ଆଗକୁ ବଢ଼ି ଗଲେ । ତେଣୁ କରି ସବୁକିଛି ବଦଳି ଗଲା । ତେବେ ସେ କହିଛନ୍ତି କି , ଆଜି ବି ତୁଷାରଙ୍କୁ ନିଜ ଭଲ ବନ୍ଧୁ ଭାବରେ ବିବେଚନା କରନ୍ତି । ତାଙ୍କ ସହିତ ଅନେକ କାମ ମଧ୍ୟ କରିଛନ୍ତି । ତେବେ ନିଜ ବିବାହ କଥା କହିବାରୁ ସେ କହିଛନ୍ତି କି , ନିଜ କାମକୁ ସେ ବହୁତ ଭଲ ପାଆନ୍ତି ଆଉ ଯଦି ସେମିତି ତାଙ୍କ ହୃଦୟକୁ ଛୁଇଁବା ଭଳି ପୁଅ ମିଳିଲେ , ତେବେ ସେ ନିଶ୍ଚିତ ଭାବରେ ବିବାହ କରିବେ ।

Leave a Reply

Your email address will not be published. Required fields are marked *