ଚନ୍ଦନର ଦୁଃଖ ସହି ନପାରି ସାହାଯ୍ୟର ହାତ ବଢ଼ାଇଲେ ମିଷ୍ଟର ଗଜପତି ।

ଗତ କିଛିଦିନ ତଳେ ଏକ ଭିଡ଼ିଓ ଲୋକଙ୍କୁ ବେଶ ଦୁଃଖିତ କରିଥିଲା । ଯେଉଁଠି ଜଣେ ମା’ ଛେଉଣ୍ଡ ପିଲା ପରିବାର ଚଳାଇବା ପାଇଁ ଏବଂ ନିଜ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ରାସ୍ତା କଡ଼ରେ ଏକ ଛୋଟ ଦୋକାନଟିଏ କରି ବସିଥିଲା । ଆଉ ସେହି ଭିଡ଼ିଓ ଦେଖିବା ପରେ ବର୍ତ୍ତମାନ ବିଭିନ୍ନ ଗହଣରୁ ସାହାଯ୍ୟର ସୁଅ ଛୁଟିଛି ସେହି କୁନି ପିଲାଟି ପାଇଁ ।

ନାମ ଚନ୍ଦନ , ପରିବାର କହିଲେ ବାପା ମା ଏବଂ ଜଣେ ସାନ ଭାଇ । କିନ୍ତୁ ସେ ପିଲାଦିନୁ ନିଜ ଜନ୍ମ କଲା ମା’କୁ ହରାଇଛି । ମନରେ ଦୁଃ-ଖ ଥିଲେ ବି ଏଣେତେଣେ ବୁଲି ସମୟ ନ-ଷ୍ଟ ନକରି ଭବିଷ୍ୟତ ପାଇଁ କାମରେ ଲାଗି ପଡ଼ିଛି ପିଲାଟି । ଆଉ ସେହି ପିଲାର ଦୁଃଖ କାହାଣୀ ଶୁଣିବା ପରେ କିଛି ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ତେବେ ଚନ୍ଦନଙ୍କୁ ସାହାଯ୍ୟ କରିବାକୁ ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ଗଜପତି ମଧ୍ୟ ଆଗେଇ ଆସିଛନ୍ତି । କେବଳ ସେ ନୁହଁନ୍ତି ତାଙ୍କର କିଛି ସହଯୋଗୀ ଏବଂ ଅନ୍ୟ କିଛି ୟୁଟ୍ୟୁବର ଭାଇଙ୍କ ସହାୟତାରେ ସେ ଚନ୍ଦନଙ୍କୁ ସାହାଯ୍ୟ କରିଛନ୍ତି । ମିଷ୍ଟର ଗଜପତି ଚନ୍ଦନଙ୍କ ଦୁଃଖ ଦେଖି ଆଦୋୖ ସହି ପାରି ନାହାଁନ୍ତି ଏବଂ ସଙ୍ଗେ ସଙ୍ଗେ ତାଙ୍କ ସହଯୋଗୀ ମାନେ ଆସି ଚନ୍ଦନଙ୍କ ଦୋକନ ପାଇଁ ଅନ୍ୟାନ୍ୟ ଜିନିଷ ପତ୍ର ସବୁ ଆଣି ଦେଇଛନ୍ତି । କିଛିଦିନ ତଳେ ଯେଉଁ ଦୋକନରେ ଖୁବ ମାତ୍ର ଅଳ୍ପ ଜିନିଷ ଥିଲା ସେଠାରେ ଦୋକାନ ପୁରା ଭରପୁର ହୋଇ ଯାଇଛି । ନିଜେ ଗଜପତି ଆସି ଏବଂ ତାଙ୍କ ସହଯୋଗୀ ମାନେ ଦୋକାନରେ ସବୁ ଜିନିଷ ସଜାଇ ଦେଇଛନ୍ତି ।

ତେବେ ଏହାକୁ ନେଇ ଯେତେବେଳେ ଗଜପତିଙ୍କ ପାଖରୁ ପ୍ରତିକ୍ରିୟା ନିଆଯାଇଛି , ସେ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦ ଅଟେ । କାରଣ ଏ ଦୁନିଆରେ ଯେଉଁ ପିଲାମାନେ ପାଠ ପଢ଼ିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଖରେ ସୁବିଧା ସୁଯୋଗ ରହିଛି । ଆଉ ଯିଏ ବାସ୍ତବରେ ପାଠ ପଢ଼ିବାକୁ ଚାହୁଁଛି ତା ପାଖରେ ସେତେ ସୁବିଧା ସୁଯୋଗ ନାହିଁ । ତେଣୁ ଏଭଳି ସେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବଂ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ ଏହି ସବୁ ସାହାଯ୍ୟ ପାଇଁ ଚନ୍ଦନ ମଧ୍ୟ ବେଶ ଖୁସି ଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *