ଏସଡିଏମ ଜ୍ୟୋତିଙ୍କ ପରେ ଆଉ ଜଣେ ଜ୍ୟୋତି , ଚାକିରୀ ପାଇବା ପରେ ସ୍ବାମୀଙ୍କୁ ଦେଲେ ଧୋ-କା

ଝିଅଟିଏ ବୋହୂ ହୋଇ ନିଜ ଶାଶୁ ଘରକୁ ଆସିବା ପରେ ତାର ପୁରା ଦାୟିତ୍ଵ ଶାଶୁ ଘର ଲୋକ ନେଇ ଯାଇଥାନ୍ତି । ବିଶେଷ କରି ସ୍ଵାମୀ ହିଁ ତାର ସବୁଠାରୁ ବଡ ସାଥି ହୋଇଥାଏ । ସବୁ ଦୁଃଖ ସୁଖ ସେ କେବଳ ମନ ଖୋଲି ନିଜ ସ୍ଵାମୀ ସହିତ ସେୟାର କରିଥାଏ । ଆଉ ସ୍ଵାମୀ ସ୍ତ୍ରୀ ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥାନ୍ତି । ତେବେ ଥରେ ଚିନ୍ତା କରି ଦେଖନ୍ତୁ , ଯେଉଁ ସ୍ଵାମୀ ନିଜ ସ୍ତ୍ରୀକୁ ସବୁ ଖୁସି ଦେବା ପାଇଁ ଆଉ ସବୁ ମନର ଇଚ୍ଛା ପୁରା କରିବା ପାଇଁ ସବୁକିଛି କରିଥାଏ ଆଉ ଯେତେବେଳେ ତାକୁ ଧୋ-କା ମିଳେ , ସେତେବେଳେ ତାକୁ କେମିତି ଅନୁଭବ ହେଉଥିବ ।

ତେବେ ହଁ ଆଜ୍ଞା ସାମ୍ନାକୁ ଆସିଛି ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଆଗରୁ ଜ୍ୟୋତି ମୋର୍ଯ୍ୟା ନାମକ ଜଣେ ଏସଡିଏମ ଚାକିରୀ ପାଇବା ପରେ ନିଜ ସ୍ବାମୀଙ୍କୁ ଧୋ-କା ଦେଇ ଚାଲି ଯାଇଥିଲେ । ଆଉ ଏବେ ପୁଣିଥରେ ଆଉ ଜଣେ ଜ୍ୟୋତି ସାମ୍ନାକୁ ଆସିଛନ୍ତି । ସ୍ଵାମୀ ତାଙ୍କ ସ୍ତ୍ରୀର ଇଚ୍ଛା ପୂରଣ କରିବା ପାଇଁ ଆଉ ସ୍ତ୍ରୀର ପୋ-ଲିସ ଅଫିସର ହେବା ପାଇଁ ରହିଥିବା ସ୍ବପ୍ନକୁ ପୁରା କରିବା ପାଇଁ ନିଜର ସବୁ ସମ୍ପତ୍ତି ବିକ୍ରି କରି ଦେଇଥିଲେ କିନ୍ତୁ ଏବେ ସ୍ତ୍ରୀ ନିଜ ପ୍ରେମିକ ସହିତ ହୋଇ ଯାଇଛନ୍ତି ଫେ-ରାର ।

ତେବେ ଆଜ୍ଞା ହଁ ଆମେ କହୁଛୁ ବିହାରର ମୁଜାଫରପୂରରେ ଘଟି ଯାଇଥିବା ଘ-ଟଣା ବିଷୟରେ । ସୂଚନା ଅନୁଯାୟୀ , ଜ୍ୟୋତି ଏବଂ ପ୍ରିୟରଞ୍ଜନ ଦୁହେଁ ଦୁହିଁଙ୍କୁ ଛୋଟ ବେଳରୁ ହିଁ ଭଲ ପାଇ ଆସୁଥିଲେ ଆଉ ବଡ ହେବା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି କଥାକୁ ପ୍ରିୟରଞ୍ଜନଙ୍କ ପରିବାର ମନା କରି ଦେଇଥିଲେ । ସେଥିପାଇଁ ଦୁହେଁ ଘରୁ ଲୁ-ଚି ପଳାଇ ଯାଇଥିଲେ ଆଉ ବିବାହ କରି ଏକାଠି ରହିଥିଲେ । ଏହାରି ଭିତରେ ଦୁହିଁଙ୍କ ପୁଅଟିଏ ମଧ୍ୟ ହୋଇଥିଲା ।

ଆଉ ଜ୍ୟୋତି ପୋ-ଲିସ ହେବା ପାଇଁ ଇଚ୍ଛା କରିଥିଲେ । ସ୍ତ୍ରୀ ପାଇଁ ସ୍ଵାମୀ ନିଜ ଘର ବାଡ଼ି ମଧ୍ୟ ବିକ୍ରି କରି ଦେଇଥିଲେ । ଆଉ ଶେଷରେ ୨୦୧୯ ମସିହାରେ ଜ୍ୟୋତି ସବ ଇନସ୍ପେକ୍ଟର ହୋଇ ଯାଇଥିଲେ । ଆଉ ସେଦିନ ଠାରୁ ନିଜ ସ୍ଵାମୀ ଆଉ ପୁଅକୁ ଛାଡ଼ି ନିଜ ପ୍ରେମିକ ପାଖରେ ରହୁଛନ୍ତି । ଆଉ ନିଜ ସ୍ଵାମୀଙ୍କ ନାମରେ ଆଣୁଛନ୍ତି ମି-ଛ ଅଭି-ଯୋଗ ।ଏପରିକି କହୁଛନ୍ତି ସ୍ଵାମୀ ତାଙ୍କୁ ମା-ରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହି ସବୁ କଥାକୁ ମି-ଛ ବୋଲି କହିଛନ୍ତି ପ୍ରିୟରଞ୍ଜନ । ଆଉ ସେଥିପାଇଁ କିଛି ଉପାୟ ନ ପାଇ ବର୍ତ୍ତମାନ ସମୟରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *