ପୁଅର ଦୁଃଖ କହି କାନ୍ଦି ପକାଇଲେ ବାପା , କାହିଁକି କରିଲା ପୁଅ ଦୋକାନ

ଛୋଟ ପିଲାଟିଏ । ଆଖିରେ ଅନେକ ସ୍ବପ୍ନ ଆଉ ମନରେ ଅନେକ ଆଶା । ଛୋଟରୁ ବଡ ହୋଇ ଜଣେ ଭଲ ମଣିଷ ହେବାର ସ୍ବପ୍ନ ନେଇ ଆଗକୁ ବଢି ଚାଲିଛି ଚନ୍ଦନ । ହେଲେ ପାଖରେ ଟଙ୍କାର ଘୋର ଅଭାବ , ଯେତେ ଚେଷ୍ଟା କଲେ ବି ବାପା ପୁଅକୁ ସେହି ଖୁସି ଦେଇ ପାରୁ ନାହାଁନ୍ତି । କାହିଁକି ନା ତାଙ୍କୁ ଘାରି ବସିଛି ଅର୍ଥର ଅଭାବ । ତଥାପି ବାପା ନିଜ ଭଙ୍ଗା ହାତକୁ ନେଇ କାମ କରିବା ପାଇଁ ସକାଳେ ବାହାରି ଯାଉଛନ୍ତି ଆଉ ଶୀଘ୍ର ଟିକିଏ ଫେରି ଆସି ପୁଅକୁ ଦୋକାନରେ ସାହାଯ୍ୟ କରିବା ପାଇଁ ଲାଗି ପଡୁଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ , ଭୁବନେଶ୍ଵରର ସେହି ୧୫ ବର୍ଷର ପିଲା ଚନ୍ଦନ ବିଶୋଇ ବିଷୟରେ । ଯାହାକୁ ନେଇ ଦୁଇ ଦିନ ଆଗରୁ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ପରିବାରର ଅଭାବ ଯୋଗୁଁ ପାଠ ପଢା ସହିତ ଚନ୍ଦନ ଗୋଟିଏ ଛୋଟିଆ ଦୋକାନ ଖୋଲି ବସିଛି , ଯେଉଁ ଦୋକାନରେ ଭଲ ଭାବରେ ନାହିଁ ଛପର । ଆଉ ତା ସହିତ ପାଠ ପଢ଼ିବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିଛି । ତେବେ ଗତକାଲି ତାର ବାପା ଗଣମାଧ୍ୟମ ଆଗରେ ନିଜର ମତାମତ ରଖିଥିଲେ । ତେବେ ତାଙ୍କ ବାପାଙ୍କ କହିବା ଅନୁଯାୟୀ , ଚନ୍ଦନ ଛୋଟ ଥିବା ବେଳେ ତାର ମାଆ ମରି ଯାଇଛନ୍ତି ।

ଯାହା ପରେ ପୁରାପୁରି ଭାଙ୍ଗି ପଡ଼ିଥିଲା ଚନ୍ଦନ । ମାଆର ଆଶା ଥିଲା ପୁଅ ଡାକ୍ତର ହେଉ କିନ୍ତୁ ବାପାଙ୍କ ଇଚ୍ଛା ସେ ଇଞ୍ଜିନିୟର ହେଉ । କିନ୍ତୁ ଦୁଃଖର ବିଷୟବସ୍ତୁ ଏହା ଯେ , ସେମାନଙ୍କ ପାଖରେ ସେତେ ରୋଜଗାର ନାହିଁ । ତଥାପି ବାପାଙ୍କ ଚେଷ୍ଟା ପୁଅକୁ ଇଞ୍ଜିନିୟର କରାଇବା ପାଇଁ । କାମ କରୁ କରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା ତଥାପି ଭଙ୍ଗା ହାତ ନେଇ କାମ କରିବାକୁ ଯାଉଛନ୍ତି ଆଉ ଏପଟେ ପୁଅ ବାପାର କଷ୍ଟ ଦେଖି ଦୋକାନଟିଏ ଖୋଲି ବସିଛି । ଦ୍ୱିପ୍ରହର ବେଳେ ବାପା କାମରୁ ଫେରି ଆସୁଛନ୍ତି ଆଉ ଦୁଇ ଜଣ ମିଶି କାମ କରୁଛନ୍ତି ।

ତେବେ ସେଦିନ ପୁଅ କାହିଁକି କାନ୍ଦି ପକାଇଥିଲା , ସେହି କଥାର କାରଣ ତାର ବାପା କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ତାର ମାଆ ଚାଲି ଯାଇଛି ଆଉ ସାବତ ମାଆ ତାକୁ ଭଲ ପାଉ ନାହିଁ ଆଉ ଜେଜେ ମାଆ ମଧ୍ୟ ନାତିକୁ ଘୃଣା କରୁଛି । ଏହା ବ୍ୟତୀତ ସେ ଭଲ ଭାବରେ ପାଠ ପଢ଼ି ପାରୁ ନାହିଁ , ତେଣୁ କରି ପୁଅ କାନ୍ଦି ପକାଉଛି ଆଉ ନିଜ ଦୁଃଖ କଷ୍ଟ କାହାକୁ କହି ପାରୁ ନାହିଁ । ତେଣୁ କରି ଆଜି ତାର ଏଇ ଅବସ୍ଥା । ତଥାପି ହାର୍ ମାନି ନାହିଁ ଚନ୍ଦନ । ମନରେ ଅନେକ ଇଚ୍ଛା ପାଠ ପଢିବ ଆଉ ବଡ ମଣିଷ ହେବ । ଆଉ ବାପା ମଧ୍ୟ ନିଜ ପୁଅକୁ ବଡ ମଣିଷ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *