ବୋଲ୍ ବମ୍ ଯିବା ସାଜିଲା କାଳ , ବୋହୂକୁ ଘରେ ପୁରାଉ ନାହିଁ ଶାଶୁ

ଆପଣ ସମସ୍ତେ ଜାଣିଥିବେ କି , ବର୍ତ୍ତମାନ ସମୟରେ ଶ୍ରାବଣ ମାସ ଚାଲିଛି । ଆଉ ଏହି ଅବସରରେ ପ୍ରଭୁ ଶିବଙ୍କୁ ପାଣି ଢାଳିବା ପାଇଁ ସମସ୍ତେ ବାହାରି ପଡିଛନ୍ତି । ପ୍ରଭୁଙ୍କୁ ପାଣି ଢାଳି ନିଜ ମନୋସ୍କାମନା ପୂରଣ କରିବା ପାଇଁ ସମସ୍ତଙ୍କ ଆଶା ରହିଛି । ଆଉ ପ୍ରଭୁ ମଧ୍ୟ ତାଙ୍କ ଭକ୍ତ ମାନଙ୍କ ଇଚ୍ଛା ପୁରା କରିବା ପାଇଁ ସବୁବେଳେ ଆଗଭର ରହିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ପାଣି ଢ଼ାଳିବାକୁ ନେଇ ଏପରି କିଛି ବିବାଦ ଦେଖା ଯାଇଛି । ଶାଶୁ ଏବଂ ବୋହୂ ମଧ୍ୟ ପଡ଼ି ଯାଇଛି ଫାଟ ଆଉ ଶାଶୁ ଜଣକ ଏପରି କିଛି ହରକତ କରିଛନ୍ତି ।

ତେବେ ସୂଚନା ଅନୁଯାୟୀ , ଜଣେ କଣ୍ଠଶିଳ୍ପୀଙ୍କ ପରିବାରରେ ଦେଖାଯାଇଛି ଏପରି କିଛି ସମସ୍ୟା । ପ୍ରଶାନ୍ତ ନାୟକ ନାମକ ଜଣେ କଣ୍ଠଶିଳ୍ପୀ , ଯାହାଙ୍କୁ ପୁରା ଅଞ୍ଚଳର ଲୋକେ ଜାଣିଛନ୍ତି ଆଉ ତାଙ୍କ ଗୀତକୁ ମଧ୍ୟ ସମସ୍ତେ ଭଲ ପାଇଥାନ୍ତି । ତେବେ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଏବଂ ମାଆଙ୍କ ମଧ୍ୟରେ ଦେଖା ଯାଇଛି ଏପରି କିଛି ମତଭେଦ । ସୂଚନା ଅନୁଯାୟୀ , ବିଷ୍ଣୁପ୍ରିୟା ଶ୍ରାବଣ ମାସରେ ପାଣି ଢାଳିବା ପାଇଁ ଯାଇଥିଲେ କିନ୍ତୁ ଏହାକୁ ମନା କରିଥିଲେ ତାଙ୍କ ଶାଶୁ । କହିଥିଲେ କି , ଆମ ଘରେ ଆଗରୁ ଏଗୁଡ଼ିକ କରିବା ପାଇଁ କେହି ଯାଇ ନାହାଁନ୍ତି , ତେଣୁ ତୁ ମଧ୍ୟ ଯାଆ ନାହିଁ ।

ଯାହାକୁ ବାରଣ କରିଥିଲେ ବିଷ୍ଣୁପ୍ରିୟା ଆଉ ନିଜ ସାଙ୍ଗ ସାଥୀ ମାନଙ୍କ ସହିତ ମିଶି ଯାଇଥିଲେ ପାଣି ଢାଳିବା ପାଇଁ । ଆଉ ତାପରେ ଫେରିଲା ବେଳକୁ ଦେଖା ଯାଇଥିଲା ଏପରି କିଛି ସମସ୍ୟା । ଯେତେ କବାଟ ବାଡେଇ ଥିଲେ ମଧ୍ୟ କବାଟ ଖୋଲି ନଥିଲେ ଶାଶୁ । ଆଉ କହିଥିଲେ କି , ତୁ ମୋ ପରିବାରର ନୀତି ନିୟମ ପାରି ଯାଇଛୁ ତେଣୁ ମୁଁ ତୋତେ ଘରେ ରଖିବି ନାହିଁ । ତେଣୁ ଏହାପରେ ବିଷ୍ଣୁପ୍ରିୟା ରାତି ଯାକ ବାରଣ୍ଡାରେ ବସି ରାତି ବିତାଇ ଦେଇଥିଲେ ।

ଅନ୍ୟ ପକ୍ଷରେ ଶାଶୁ ଜଣକ ଏପରି କରିବାର କାରଣ କହିଛନ୍ତି କି , ବୋହୂ ସହିତ ସେ ଚଳି ପାରିବେ ନାହିଁ । ସବୁ କଥାରେ ସେ ସମସ୍ୟା ସୃଷ୍ଟି କରୁଛି । କିନ୍ତୁ ଏହି ସବୁ କଥାକୁ ମିଛ ବୋଲି କହିଥିଲେ ବିଷ୍ଣୁପ୍ରିୟା । ଆଉ କହିଥିଲେ କି , ତାଙ୍କ ସ୍ବାମୀଙ୍କ ଅନ୍ୟ ଝିଅ ସହିତ ସ-ମ୍ପର୍କ ରହିଛି , ଯେଉଁ କାରଣରୁ ତାଙ୍କ ଶାଶୁ ଆଉ ତାଙ୍କୁ ପସନ୍ଦ କରୁ ନାହାଁନ୍ତି । ତେଣୁ ସେ ତାଙ୍କୁ ଘରୁ ବାହାର କରିବା ପାଇଁ ଚାହୁଁଛନ୍ତି ଆଉ ନୂଆ ବୋହୂକୁ ଘରକୁ ଆଣିବା ପାଇଁ ଚାହୁଁଛନ୍ତି । ତେବେ ଏହାପରେ ବିଷ୍ଣୁପ୍ରିୟା ନ୍ୟା-ୟ ପାଇଁ ଲ-ଢ଼ିବେ ବୋଲି କହି ପୋଲି-ସର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *