ଦେଖନ୍ତୁ ଭିଡ଼ିଓ:- କ୍ୟାମେରାରେ କଏଦ ହେଲା କିଛି ଏପରି ଦୃଶ୍ୟ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ। ତେବେ ଏହି ସମୟରେ ସୋସିଆଲ ମିଡ଼ିଆରେ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି। ଯାହାକି ଏହି ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇବା ସହିତ ହସେଇବାରେ ଲାଗିଛି।

ତେବେ ଆପଣ ମାନେ ଜାଣିଛନ୍ତି ଯେ କରୋନା ସାରା ବିଶ୍ୱ ପାଇଁ କେତେ ଭୟଙ୍କର ପ୍ରମାଣିତ ହୋଇଛି। ତେଣୁ କରୋନାରୁ ନିଜକୁ ଏବଂ ଏବଂ ସାରା ବିଶ୍ୱକୁ ବିପଦ ମୁଖରୁ ରକ୍ଷା କରିବାକୁ ହେଲେ ମାସ୍କ ପିନ୍ଧିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କିନ୍ତୁ ସରକାରଙ୍କ ଏହି ନିୟମକୁ ଅନେକ ଲୋକ ଅବମାନନା କରିଥିବାର ନଜରକୁ ଆସିଛି। ଯାହାଫଳରେ ସରକାର ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ଚାଲାଣ କାଟିବାକୁ ଲାଗିଲା।

ତେବେ ଏହି ସମୟରେ ସୋସିଆଲ ମିଡ଼ିଆରେ ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେଉଛି। ମଧ୍ୟପ୍ରଦେଶ ଯୁବକ ଜଣକ ମାସ୍କ ପିନ୍ଧିବା ପାଇଁ ଭୁଲି ଯାଇଥିଲେ ତେବେ ଯୁବକ ଜଣକ ପୋଲିସକୁ ଦେଖିବା ମାତ୍ରେ ନିଜ ସ୍ତ୍ରୀର ସାୟାକୁ ମୁଁହରେ ମାସ୍କ ପରି ବାନ୍ଧି ଦେଇଥିଲେ। ଏହି ଦୃଶ୍ୟକୁ କେହି ଜଣେ କ୍ୟାମେରା କଏଦ କରିବା ପରେ ସୋସିଆଲ ମିଡ଼ିଆରେ ସେୟାର କରିଦେଇଥିଲେ। ଯାହାକି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି।

ତେବେ ଆପଣମାନେ ଜାଣିଛନ୍ତି ଯେ ଚୋରି ସର୍ବଦା ଗହଳି ସ୍ଥାନ ମାନଙ୍କରେ ଅଧିକ ଘଟିଥାଏ। ଯେପରି କି ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ବ୍ୟାଙ୍କ ଓ ଏଟିଏମ ନିକଟରେ ଅଧିକ ଚୋରି ହେବାର ଘଟଣା ସାମ୍ନାକୁ ଆସିଥାଏ। ଚୋର ବହୁତ ଚାଲାକ ହୋଇଥାନ୍ତି। ସେ ଚୋରି କରିବା ଆଗରୁ ପ୍ରଥମେ ଶିକାର ଖୋଜିଥାନ୍ତି ଏବଂ ଟାର୍ଗେଟ କରି ମଉକା ମିଳିବ କ୍ଷଣି ଚୋରି କରିଥାନ୍ତି। କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ମଣିଷର ତୃତୀୟ ଆଖି ସିସିଟିଭି ସବୁ ଦେଖୁଥାଏ ବୋଲି।

ଅକ୍ଟୋବର ୨୦୧୯ରେ ଭାରତୀୟ ରେଲୱେ ମନ୍ତ୍ରାଳୟ ନିଜର ୟୁଟ୍ଯୁବ ଚ୍ଯାନେଲରେ ଗୋଟିଏ କ୍ଲିପ ଅପ୍ଲୋଡ କରିଥିଲେ ଏବଂ ସେଥିରେ ସେ ତାଙ୍କର ସିସିଟିଭି ଷ୍ଟାପ ମାନଙ୍କର ପ୍ରଶଂସା କରିଛନ୍ତି। ଜଣେ ଚାଲାକ ଚୋରାଣୀକୁ ଧରିବାରେ ସଫଳ ହୋଇଥିଲେ। ପୂଜା ନାମକ ଜଣେ ମହିଳା ଯିଏକି ନିଜର ଶିକାର ଟାର୍ଗେଟ କରିବା ପରେ ସମୟ ମିଳିବ ମାତ୍ରେ ଚୋରି କରୁଥିଲେ। ତେବେ ଖବର ଅନୁସାରେ, ଶ୍ୱେତା ନାମକ ଜଣେ ମହିଳା ଅଭିଯୋଗ କରିଥିଲେ କି ତାଙ୍କ ବ୍ୟାଗରୁ କେହି ଜଣେ ପର୍ସ ଚୋରି କରିଦେଇଛି। ତେବେ ଅଭିଯୋଗ ପରେ ଆରପିଏଫ କାମରେ ଲାଗି ଯାଇଥିଲେ।

ସିସିଟିଭିରେ ଯାଞ୍ଚ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ପୂଜା ନାମକ ମହିଳା ଜଣକ ଏପରି କାମ କରୁଛି। ପୁଣି ଗୋଟିଏ ଦିନ ପରେ ପୂଜା ନାମକ ଜଣେ ମହିଳା ନିଜର ମୁହଁ ଲୁଚାଇ ସେହି ପ୍ଲାଟଫର୍ମରେ ଆସୁଥିବାର ଦେଖିଲେ । କିନ୍ତୁ ଏହା ପୂର୍ବରୁ ଆରପିଏଫ ଟିମ ତାକୁ ଧରି ନେଲେ।

ଖରା ଦିନ ସମୟରେ ଫ୍ୟାନର ଆବଶ୍ୟକତା ଅଧିକ ହୋଇଥାଏ। କିନ୍ତୁ ଯଦି ଟେବୁଲ ଫ୍ୟାନ ହୋଇଥାଏ ତେବେ ଆମକୁ ସଜାଗ ରହିବାକୁ ପଡିବ। କାରଣ ଅସାବଧାନତା ହେଲେ ଅଘଟଣ ଘଟିଥାଏ। ସିସିଟିଭିରେ ଏକ ଦୃଶ୍ୟ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ମହିଳା ଜଣକ ଷ୍ଟାଣ୍ଡ ଫ୍ୟାନରେ କଭର ଲଗେଇବାକୁ ଚେଷ୍ଟା କରୁଛନ୍ତି। ତେବେ କଭର ଲାଗେଇବାରେ ବାରମ୍ବାର ଅସଫଳତା ହେବା ପରେ ରାଗି ଯାଇଥିଲେ ଏବଂ କ୍ରୋଧରେ ଫୋପାଡ଼ି ଚାଲି ଯାଇଥିଲେ।

ଆପଣମାନେ ପ୍ରାୟତଃ ଲୋକମାନଙ୍କୁ ଟ୍ରାଫିକ ରୁଲ ଭାଙ୍ଗି ଥିବାର ଦେଖିଥିବେ। କିନ୍ତୁ ଧରା ପଡିଲେ ପୋଲିସ ତାଙ୍କର ଚାଲାଣ କାଟିଥାଏ। ଏଠି ବି ଜଣେ ବ୍ୟକ୍ତି ଭୁଲ ରାସ୍ତାରେ ଟ୍ରାଫିକ ରୁଲ ଭାଙ୍ଗି ଚାଲୁ ଥିବା ଗାଡି ସାମ୍ନାରେ ନିଜ ଗାଡି ନେଇ ରାସ୍ତା ପାର କରୁଥିଲା। କିନ୍ତୁ ଏହି ସମୟରେ ପୋଲିସର ନଜର ବାଇକ ଚାଳକଙ୍କ ଉପରେ ପଡିଥିଲା। ଯାହାଫଳରେ ଦୌଡ଼ି କି ଯାଇ ବାଇକ ଉପରେ ବସି ପଡ଼ିଥିଲେ। ତେବେ ଏହାପରେ ବାଇକ ଚାଳକ ଜଣକ ମୋଟ ଅଙ୍କର ଟଙ୍କା ନିଶ୍ଚିତ ଗଣିଥିବେ।

Leave a Reply

Your email address will not be published. Required fields are marked *