ଭୋ ଭୋ ହୋଇ କାନ୍ଦିଲେ ବୁଦ୍ଧାଦିତ୍ୟ ମହାନ୍ତି , ତନ୍ଦ୍ରା ରାୟଙ୍କ ଆଗରେ ବଖାଣିଲେ ବିଜୟ ମହାନ୍ତିଙ୍କ କଥା

ଓଲିଉଡ଼ ଇଣ୍ଡଷ୍ଟ୍ରି ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚିତ୍ର ଦେଇ ଆସୁଛି । ତେବେ କିଛି ଦିନ ଆଗରୁ ସୁପରହିଟ ହୋଇ ଦମନ ଚଳଚିତ୍ର ପରେ ବର୍ତ୍ତମାନ ସମୟରେ ଆଉ ଏକ ଚଳଚିତ୍ର ଡେଲିଭରି ବୟ ରିଲିଜ୍ ହୋଇଛି , ଯାହାକୁ ଦେଖିବା ପରେ ଦର୍ଶକ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ଏହା ଦମନ ଚଳଚିତ୍ରକୁ ମାତ୍ ଦେବ । ତେବେ ସେ କଥା ତ ସମୟ କହିବ ।

ଏହାରି ମଧ୍ୟରେ ଏହି ଚଳଚିତ୍ରରେ ଅଭିନୟ କରିଥିବା ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ଏହି ଚଳଚିତ୍ର ବିଷୟରେ କହିବା ସହିତ ଓଲିଉଡର ଜଣେ ମହାନ କଳାକାର ସ୍ବର୍ଗତ ବିଜୟ ମହାନ୍ତିଙ୍କ ବିଷୟରେ କହି କାନ୍ଦି ପକାଇଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ଏହି ଚଳଚିତ୍ର ତାଙ୍କର ନିହାତି ଭାବରେ ହିଟ୍ ହେବ । କାହିଁକି ନା ଏହି ଫିଲ୍ମକୁ ଦେଖିବା ପାଇଁ ତାଙ୍କର ସବୁଠାରୁ ପ୍ରିୟ କଳାକାର ତନ୍ଦ୍ରା ରାୟ ଆସିଛନ୍ତି , ଯାହାଙ୍କୁ ସେ ନିଜର ଆଦର୍ଶ ଭାବରେ ବିବେଚନା କରନ୍ତି । ଆଉ ଉପରେ ରହି ତାଙ୍କୁ ଆଶୀର୍ବାଦ କରୁଛନ୍ତି ବିଜୟ ମହାନ୍ତି ।

ଅନ୍ୟ ପକ୍ଷରେ ବୁଦ୍ଧାଦିତ୍ୟ କହିଛନ୍ତି କି , ବିଜୟ ମହାନ୍ତି ତାଙ୍କର ଗୁରୁ ଥିଲେ । ସେ ତାଙ୍କ ସହିତ ଅନେକ ଚଳଚ୍ଚିତ୍ର ମଧ୍ୟ କରିଥିଲେ । ତାଙ୍କର ଅଧିକାଂଶ ଚଳଚିତ୍ର ସେ ବିଜୟ ମହାନ୍ତିଙ୍କ ସହିତ କରିଥିଲେ । ତେଣୁ ସେ ନିଜକୁ ଅନେକ ଧନ୍ୟ ମନେ କରନ୍ତି । ଅନେକ ଚଳଚିତ୍ରରେ କାମ କରିବା ସହିତ ସେମାନେ ବହୁତ ସମୟ ଏକାଠି ସାଥିରେ ବିତାଇଥାନ୍ତି । ଆଉ ଅନେକ ଦୁଃଖ ସୁଖ ଆଲୋଚନା କରିଥାନ୍ତି । ତେବେ ଦୁଃଖର ବିଷୟବସ୍ତୁ ଏହା ଯେ , ସେ ଆଉ ଆମ ସହିତ ନାହାଁନ୍ତି । ଆଉ ସେ କଥା ମନେ ପକାଇ ବୁଦ୍ଧାଦିତ୍ୟ ନିଜ ଆଖିରୁ ଲୁହ ଝରାଇଛନ୍ତି ।

ଏହା ଛଡା ସେ କହିଛନ୍ତି କି , ଯେଉଁ ମଣିଷକୁ ସେ ଏତେ ଭଲ ପାଉଥିଲେ , ଆଜି ସେ ତାଙ୍କ ପାଖରେ ନାହାଁନ୍ତି । କିନ୍ତୁ ଆଜି ତନ୍ଦ୍ରା ରାୟ ତାଙ୍କ ସହିତ ଅଛନ୍ତି ଆଉ ତାଙ୍କ ଚଳଚିତ୍ର ଦେଖିବା ପାଇଁ ଆସିଛନ୍ତି , ଏଇଟା ତାଙ୍କ ପାଇଁ ସୌଭାଗ୍ୟର କଥା । ଜୀବନ ଥିବା ଯାଏଁ ଏହି କଥା ସେ କେବେ ବି ଭୁଲି ପାରିବେ ନାହିଁ । ନିଜ ଜୀବନର ଏତେ ବଡ ଦିନରେ ତାଙ୍କ ସହିତ ତାଙ୍କ ପ୍ରିୟ ମହିଳା ଜଣକ ଅଛନ୍ତି । ଆଉ ତାଙ୍କ ଖୁସିର ସମୟରେ ସାଥ ଦେଇଛନ୍ତି । ଆଉ ସେଥିପାଇଁ ସେ ନିଜେ ବହୁତ ଖୁସି ।

Leave a Reply

Your email address will not be published. Required fields are marked *