ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ ଜନକ ଖବର:- ଘରେ ବୁଲିବାକୁ କହି ଆତ୍ମ-ହତ୍ୟା କରିବାକୁ ଆସିଥିଲେ ତିନି ଯୁବତୀ, ଟ୍ରେନ ଆଗକୁ ଡେଇଁ ପଡ଼ିଲେ… ଜାଣନ୍ତୁ ପୁରା ଘଟଣା…

ବର୍ତ୍ତମାନ ସମୟରେ ଆତ୍ମହତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି। ଅନେକ ଯୁବପିଢ଼ି ଛୋଟ ଛୋଟ କଥାରେ ନିଜେ ନିଜର ଜୀବନ ହାରିବା ପାଇଁ ପଛାଉ ନାହାଁନ୍ତି। କେହି କେହି ପ୍ରେମ ପାଇଁ ଆତ୍ମହତ୍ୟା କରୁଛନ୍ତି ତ ଆଉ କେହି ପାରିବାରିକ କଳି ପାଇଁ ଆତ୍ମହତ୍ୟା କରୁଛନ୍ତି। ଆଉ କିଛି କରଜ କରି ସୁଝି ନ ପାରିଲେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ସମୟରେ ୩ ଜଣ ଯୁବତୀ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସିଛି।

ଖବର ଅନୁସାରେ, ଛତିଶଗଡ଼ର ରାୟପୁର ଅଞ୍ଚଳରେ ତିନି ଜଣ ଯୁବତୀ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଖବର ପ୍ରକାଶ ପାଇଛି। ତେବେ ଏହି ଘଟଣା ମଙ୍ଗଳବାର ୪ ଟା ସନ୍ଧ୍ୟାରେ ଘଟିଛି। ତେବେ ସେମାନେ ଆତ୍ମହତ୍ୟା କରିବା ପାଇଁ
ଓରକୁରା ଷ୍ଟେସନ ଆଡକୁ ଛତିଶଗଡ଼ ଏକ୍ସପ୍ରେସ ଯାଉଥିବା ବେଳେ ତିନି ଜଣ ଯୁବତୀ ଏହି ଏକ୍ସପ୍ରେସ ସମ୍ମୁଖକୁ ଡେଇଁ ପଡ଼ିଥିଲେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେତେବେଳେ ତିନି ଜଣ ଯୁବତୀ ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣ ଉପରକୁ ଚଢି ଯାଇଥିଲେ ସେତେବେଳେ ଟ୍ରେନ ଡ୍ରାଇଭର ତିନି ଜଣ ଯୁବତୀଙ୍କୁ ରେଳ ଲାଇନ ଉପରେ ଦେଖି ଏମରଜେନ୍ସି ବ୍ରେକ ଲଗେଇ ଥିଲେ। ଯଦିଓ ବଡ଼ ଦୁର୍ଘଟଣା ଟଳି ଯାଇଥିଲା ହେଲେ ଦୁର୍ଘଟଣାର ଶିକାର ହୋଇଥିଲେ ଭଗବତୀ। ତେବେ ଯୁବତୀଙ୍କ ଗୋଡ଼ କାଟି ଯାଇଥିବା ଜଣା ପଡ଼ିଛି। ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଖବର ଅନୁସାରେ, ଭଗବତୀ ବାହାଘର ପରେ କଳି ଝଗଡା ହେବା ପରେ ସ୍ବାମୀ ଠାରୁ ଅଲଗା ରହୁଛନ୍ତି। ତେବେ ଏହି ତିନି ଜଣ ଯୁବତୀ କଣ ପାଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ତାହାକୁ ନେଇ ପୋଲିସ ଅନୁସନ୍ଧାନ କରୁଛି। ତେବେ ଖବର ପାଇ ତିନି ଜଣ ଯୁବତୀଙ୍କ ଘର ଲୋକ ଆସି ହସ୍ପିଟାଲରେ ପହଞ୍ଚି ଥିଲେ ଏବଂ ଝିଅ ଗୋଡ଼ ନଥିବା ଖବର ଜାଣିବା ପରେ ପରିବାର ଲୋକଙ୍କ ଭିତରେ ଶୋକର କଳା ବାଦଲ ଖେଳେଇ ହୋଇଯାଇଛି।

ଭାଇଙ୍କ କହିବା ଅନୁସାରେ ଏହି ତିନି ଯୁବତୀ ଘରୁ ବୁଲିବାକୁ କହି ଯାଇଥିଲେ ଘରୁ ଦିନ ୨ ଟା ସମୟ ବାହାରିଥିଲେ। ଏହି ଦୁର୍ଘଟଣା ଟି ୪ ଟା ସମୟରେ ଘଟିଛି। ଯୁବତୀ ଙ୍କ ର ପର୍ସ ରୁ କିଛି ୩୦୦ ଟଙ୍କା ବି ବରାମତ ହେବା ସହ କିଛି ଟାବଲେଟ ବି ବରାମତ ହେଇଛି।

Leave a Reply

Your email address will not be published. Required fields are marked *