ବବି ମିଶ୍ର ଖୋଲି କହିଲେ ସବୁ ସତ , ପିଣ୍ଟୁ ନନ୍ଦ କେତେ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି

ସମୟ ସୁଅରେ ଏ ମଣିଷର ଜୀବନ ଲେଖା । ଆଉ କୁହାଯାଏ ଆଜିର ମଣିଷ କାଲିକୁ ନାହିଁ । କିଏ ଜାଣେ କେତେବେଳେ କାହା ସହିତ କଣ ହୋଇଯିବ । କାଲିକୁ କେହି ଏ ଦୁନିଆଁରେ ଥିବ କି ନଥିବ । ତେଣୁ ସବୁବେଳେ ସମସ୍ତଙ୍କୁ ଭଲ ପାଇବା ଦେବା ହିଁ ଠିକ୍ ବୋଲି ଜାଣିବା ଉଚିତ୍ । ଭଲ ପାଇବା ବାଣ୍ଟିଲେ କି କାହା ସହିତ ଦୁଃ-ଖ ସୁଖର ସାଥି ହେଲେ କିଛି ହେବ ନାହିଁ । ବରଂ ଏହା ଏକ ପ୍ରକାରର ପୁଣ୍ୟ ଅଟେ ।

ତେବେ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ । ହଠାତ୍ ତାଙ୍କର ଏପରି ଦୁନିଆଁରୁ ବି-ଦାୟ ନେବା କାହାକୁ ଠିକ୍ ଲାଗି ନାହିଁ। ତାଙ୍କ ପରିବାର ତଥା ଫ୍ୟାନ ମାନଙ୍କୁ ଏ ସବୁ ଝଟକା ଭଳି ଲାଗିଛି ।

କାହିଁକି ନା ସେମାନେ ଚାହୁଁଥିଲେ ତାଙ୍କ ପିଣ୍ଟୁ ନନ୍ଦ ଭଲ ହୋଇ ତାଙ୍କ ପାଖକୁ ଫେରି ଆସନ୍ତୁ ଆଉ ଥରେ ପୁଣିଥରେ ତାଙ୍କୁ ହସାନ୍ତୁ ଆଉ ନିଜେ ମଧ୍ୟ ହସନ୍ତୁ । କିନ୍ତୁ ସବୁ ସ୍ବପ୍ନ ଅଧାରେ ରହିଗଲା । ଆରପାରିକୁ ସବୁଦିନ ପାଇଁ ଚାଲିଗଲେ ପିଣ୍ଟୁ ନନ୍ଦ । ଆଉ ଦର୍ଶକ ମାନେ ନିରାଶ ହୋଇ ଗଲେ । ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ପିଣ୍ଟୁ ନନ୍ଦଙ୍କର ଜଣେ ଭଲ ବନ୍ଧୁ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ କଳାକାର ବବି ମିଶ୍ର ମୁଁହ ଖୋଲିଛନ୍ତି ।

ତାଙ୍କ କହିବା ଅନୁଯାୟୀ , ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ମ-ଦୁଆ ବୋଲି କହିବାରେ ଲାଗିଛନ୍ତି । କାହିଁକି ନା ସେ ମ-ଦ ପିଇବାରୁ ତାଙ୍କର ଏପରି ଅବସ୍ଥା ହେଲା ଆଉ ସେ ଆମକୁ ଛାଡି ଚାଲି ଗଲେ । ତେବେ ସେ କହିଛନ୍ତି କି , ଆଜି କାଲି କିଏ ମ-ଦ ନ ପିଏ ।

କିନ୍ତୁ ଲୋକେ ସବୁବେଳେ କାହାକୁ ଦେଖନ୍ତି ନାହିଁ ଗୋଟିଏ କଳାକାର ଉପରେ ହିଁ ଆଙ୍ଗୁଠି ଉଠାଇ ଥାଆନ୍ତି । କାହିଁକି ନା କଳାକାର ଜଣେ ନିଜ ମନରେ କିଛି ରଖେ ନାହିଁ । ସବୁ ଖୋଲି କରି କହି ଦେଇଥାଏ । ତେଣୁ ସେ ଦୁନିଆଁ ଆଗରେ ଭୁଲ ବୋଲି ପ୍ରମାଣିତ ହୋଇ ଯାଇଥାଏ । ଏହା ବ୍ୟତୀତ ଯଦି କଳାକାର ଟିଏ ଆପଣ ମାନଙ୍କୁ ହସାଇ ନଥାନ୍ତା ଆଉ ଯଦି ନିଜେ କା-ନ୍ଦି ନଥାନ୍ତା , ତେବେ ଆପଣ ମାନେ କିପରି ହସି ପାରି ଥାଆନ୍ତେ ବୋଲି ବବି କହିବାରେ ଲାଗିଛନ୍ତି ।

ତେଣୁ ସବୁବେଳେ କିଛି ସତ କଥା ନ ଜାଣି କାହାକୁ ଜଜ୍ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ତେବେ ଏହା ପରେ ଅନେକ କଥା ସେ କହିଛନ୍ତି । ସେ ସବୁ ସତ ଖୋଲି କରି ଗଣମାଧ୍ୟମ ଆଗରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ଖରାପ କହିବାରେ ଲାଗିଛନ୍ତି ।

କିନ୍ତୁ କେହି କେବେ ତାଙ୍କ ଭଲ ହୃଦୟ ଦେଖି ନଥିଲେ । ଲୋକ ମାନଙ୍କ ପାଇଁ ସେ କଣ କରିଛନ୍ତି ସେ କଥା କେହି ଜାଣନ୍ତି ନାହିଁ । ଅନେକ ଅନାଥ ତଥା ଗରିବ ପିଲାଙ୍କୁ ସେ ପାଠ ପଢ଼ାଇ ମଣିଷ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ଲୋକେ ତାଙ୍କ ଭଲ ଗୁଣ ଦେଖି ନାହାନ୍ତି , ତେଣୁ ତାଙ୍କୁ ଖରାପ ସଜାଇ ଦେଇଛନ୍ତି ବୋଲି ସେ କହିଛନ୍ତି

ତେବେ ବର୍ତ୍ତମାନ ସେ ଯାହା ବି ହେଉ ସେ ଚାଲି ଗଲେ ଆଉ ସେ ବିଷୟରେ କି ତାଙ୍କ ବିଷୟରେ ଆଲୋଚନା କରି ଆଉ କିଛି ଲାଭ ନାହିଁ ବୋଲି ସେ କହିଛନ୍ତି । ସବୁବେଳେ ଭଲ କଥା କହିବା ଶିଖନ୍ତୁ ଆଉ ଲୋକଙ୍କୁ ଜଜ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଆଉ ପିଣ୍ଟୁ ନନ୍ଦଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ଆଉ ଭଲରେ ରହିବା ପାଇଁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *