ବାବୁଶାନ ଆସିଲେ ନାହିଁ ପିଣ୍ଟୁଙ୍କ ଏକାଦଶାହ କର୍ମକୁ , ମୁହଁ ଖୋଲି ଏପରି କହିଲେ କଳାକାର

ପିଣ୍ଟୁ ନନ୍ଦ ଯିବାର ଅନେକ ଦିନ ହେଲାଣି । ତଥାପି ଦର୍ଶକ ମାନଙ୍କ ହୃଦୟରେ ତାଙ୍କର ଛାପ ସବୁଦିନ ପାଇଁ ରହିଛି ରହିଥିବ । କେବେ ମଧ୍ୟ ଲୋକ ତାଙ୍କ କଥା ଭୁଲିବେ ନାହିଁ । ଲୋକେ ସବୁବେଳେ କଳାକାର ମାନଙ୍କୁ ଭୁଲି ଗଲେ ମଧ୍ୟ ପରଦା ଉପରେ ଦେଖିଲେ ସବୁଦିନ ପାଇଁ ସେମାନଙ୍କୁ ମନେ ପକାଇ ଥାଆନ୍ତି ।

ତେବେ ଏପରି ପରିସ୍ଥିତିରେ ଏପରି ଅନେକ କଳାକାର ଏଇ ଦୁଇ ତିନି ବର୍ଷ ମଧ୍ୟରେ ଆମକୁ ଛାଡି ଚାଲି ଗଲେଣି । କିନ୍ତୁ ଲୋକେ ସେମାନଙ୍କୁ କେବେ ଭୁଲି ନାହାଁନ୍ତି କି ଭୁଲିବେ ମଧ୍ୟ ନାହିଁ । କାହିଁକି ନା କଳା ସବୁଦିନ ଜୀବିତ ହୋଇ ରହିଥାଏ । ଆଉ ଲୋକଙ୍କ ମନରେ ରହିଥିବା ଭଲ ପାଇବା ସିରସ୍ଥାୟୀ ହୋଇ ରହି ଯାଇଥାଏ । ତେବେ ଏସବୁ ମଧ୍ୟରେ ଆମେ ଆପଣଙ୍କୁ ଗୋଟିଏ କଥା କହିବାକୁ ଯାଉଛୁ ।

ଏଇ ମାତ୍ର କେଇଟା ଦିନ ପୂର୍ବରୁ ଆମ ସମସ୍ତଙ୍କୁ ଛାଡି ଚିର ନିଦ୍ରାରେ ଶୋଇ ଗଲେ ପିଣ୍ଟୁ ନନ୍ଦ । କିନ୍ତୁ ଅନେକ କଳାକାର ତାଙ୍କ ଦୁଃ-ଖ ଅସୁବିଧା ସମୟରେ ତାଙ୍କ ସହିତ ରହିଥିବା ବେଳେ ଅନେକ ଲୋକ ଆଉ କଳାକାର ତାଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ମଧ୍ୟ ଆସିଲେ ନାହିଁ ।

ଯେଉଁ କଳାକାର ତାଙ୍କ ସହିତ ସବୁଦିନ ପାଇଁ ଆଉ ସବୁ କଥା କହିଥିଲେ , ସେମାନେ ହିଁ ତାଙ୍କୁ ଶେଷ ଥରରେ ଭୁଲି ଗଲେ ଆଉ ଭୁଲି ଗଲେ ସବୁ ଭଲ ପାଇବା । ଯେଉଁ ପିଣ୍ଟୁ ନନ୍ଦ ସମସ୍ତଙ୍କ ହସ ପାଇଁ ଅନେକ କିଛି କରିଛନ୍ତି , ଶେଷରେ ତାଙ୍କୁ ହିଁ ଲୋକ ନିଜର ବୋଲି ଭାବିଲେ ନାହିଁ । ଆଉ ଗତକାଲି ଏହି ସବୁ କଥା ଶୁଣିବାକୁ ମିଳିଛି ପିଣ୍ଟୁ ନନ୍ଦଙ୍କ ଏକାଦଶାହ କର୍ମରେ । ସେଠାରେ ଉପସ୍ଥିତ ରହିଥିବା ଅନେକ କଳାକାର ବର୍ତ୍ତମାନ ଏ ବିଷୟରେ ମୁଁହ ଖୋଲିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ , ବର୍ତ୍ତମାନର ଓଲିଉଡ଼ ଷ୍ଟାର ବାବୁଶାନ୍ ମହାନ୍ତିଙ୍କ ଉପରେ ସେମାନେ ଟାର୍ଗେଟ କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ପିଣ୍ଟୁ ନନ୍ଦଙ୍କର ସବୁଠାରୁ ପ୍ରିୟ ମଣିଷ ଥିଲେ ବାବୁଶାନ୍ । ତାଙ୍କୁ ସବୁ କଥା କହୁଥିଲେ ପିଣ୍ଟୁ ନନ୍ଦ । ତାଙ୍କ ହସରେ ଆଉ ଖୁସିରେ ତାଙ୍କ ସାଥ ଦେଉଥିଲେ । ପିଣ୍ଟୁ ନନ୍ଦଙ୍କୁ ବାବୁଶାନ୍ ଦାଦା ଦାଦା କହି ଡାକୁଥିଲେ ଆଉ ଦାଦା ସହିତ ଅନେକ ମିଶା ମିଶି ମଧ୍ୟ କରୁଥିଲେ ।

କିନ୍ତୁ କାହିଁକି ଆସିଲେ ନାହିଁ ବୋଲି ବାବୁଶାନ । ଏହାକୁ ନେଇ ବର୍ତ୍ତମାନ କଳାକାର ମାନଙ୍କ ମଧ୍ୟରେ ଆଲୋଚନା ହେବାରେ ଲାଗିଛି । ଜଣେ କଳାକାର ଆଉ ଜଣେ କଳାକାର ମାନଙ୍କର ଶେଷ ସମୟରେ ମଧ୍ୟ କାହିଁକି ଆସିଲେ ନାହିଁ , ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ତେବେ ବର୍ତ୍ତମାନ ସମୟେ ଏହାକୁ ନେଇ ମୁଁହ ଖୋଲି କହିଛନ୍ତି ଜଣେ କଳାକାର ।

ସେ କହିଛନ୍ତି କି , ଯଦି ବାବୁଶାନ୍ ଶେଷ ସମୟରେ ଆସୀପାରିଲ ନାହିଁ ତେବେ ତାଙ୍କୁ ବର୍ତ୍ତମାନ ସମୟରେ ଆସି ପିଣ୍ଟୁ ନନ୍ଦଙ୍କ ବାପା ମାଆଙ୍କ ଅବସ୍ଥା ଉପରେ ଟିକିଏ ଦୃଷ୍ଟି ଦେବା ଉଚିତ୍ ଆଉ ତାଙ୍କ ସାଥ ଦେବା ଉଚିତ୍ । କାହିଁକି ନା ଯେଉଁ ବାବୁଶାନଙ୍କୁ ପିଣ୍ଟୁ ନନ୍ଦ ଏତେ ଭଲ ପାଉଥିଲେ ହଠାତ୍ ତାଙ୍କର ନ ଆସିବା କାହାକୁ ଭଲ ଲାଗିଲା ନାହିଁ । ତେଣୁ ଯଦି ସେ ବର୍ତ୍ତମାନ ସମୟରେ କାମରେ ବ୍ୟସ୍ତ ଅଛନ୍ତି , ତେବେ ପରେ ଆସି ତାଙ୍କ ବାପା ମାଆଙ୍କୁ ଦେଖା କରିବା ଉଚିତ୍ ଆଉ ତାଙ୍କ ଦୁଃଖ ବୁଝିବା ଉଚିତ୍ । ଏପରି ଅଧା ବାଟରେ କାହାକୁ ଛାଡି ଦେଇ ଯିବା ଉଚିତ୍ ନାହିଁ । ସବୁବେଳେ ସମସ୍ତଙ୍କ ସୁଖ ସମୟରେ ନ ରହିଲେ ନାହିଁ ମଧ୍ୟ ଦୁଃଖ ସମୟରେ ସାଥ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *