ଏତେ ବଦଳିଯିବ ପ୍ରେମିକ ବିକ୍ରମ ଭାବିନଥିଲେ ରାଣୀ ପଣ୍ଡା, ପ୍ରେମିକର ପ୍ଲାନ ଦେଖି ଭୋ ଭୋ ହୋଇ କାନ୍ଦିଲେ ରାଣୀ।

ପ୍ରେମିକ ବିକ୍ରମ ଏମିତି ପ୍ଲାନ କରିଛି ଯାହାକୁ ଜାଣିବା ପରେ ରାହା ଧରି କାନ୍ଦିଲେ ରାଣୀ ପଣ୍ଡା। ରାଣୀ ପଣ୍ଡା ବିଶ୍ୱାସ କରି ପାରୁନାହାନ୍ତି ଯେ ଏହି ବିକ୍ରମ ଦିନେ ଶେଷରେ ଏମିତି କରିପାରିବ ବୋଲି। ହାତ ଛାଡିଲା ଧୋକା ଦେଲା ମିଛ କହିଲା ଚରିତ୍ର ଉପରେ ଆଙ୍ଗୁଠି ଉଠାଇଲା। ଏତେ ସବୁ କରିବା ପରେ ବି ମନ ଶାନ୍ତି ହେଲାନି ଯେ ରାଣୀ ପଣ୍ଡାଙ୍କ ପଛରେ ପୁଣି ଏମିତି ଷଡ଼ଯନ୍ତ୍ର କରିଲା ବିକ୍ରମ ରାଣୀ ପଣ୍ଡାଙ୍କୁ ରାସ୍ତାରୁ ହଟାଇ ଦେବ ଆଉ ଗୋଟେ ଝିଅର ହାତ ଧରି ବାହା ହୋଇଯିବ ଯାହାକୁ ଜାଣିଲା ପରେ ରାଣୀପଣ୍ଡା ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି ଆଉ ଚିତ୍କାର କରି କାନ୍ଦୁଛନ୍ତି।

ହଁ ଆଜ୍ଞା କାଲି ଠାରୁ ରାଣୀଙ୍କ ଆଖିରୁ ଲୁହ ଯେମିତି ଶୁଖୁନାହିଁ। ଆଖି ଫୁଲିଯାଇଛି ଗଳା ବସିଯାଇଛି। ସବୁଠାରୁ ଅଧିକ କଷ୍ଟ ଦେଇଛି ରାଣୀ ପଣ୍ଡାଙ୍କର ସେହି କଥା। ଯେତେବେଳେ ରାଣୀ ପଣ୍ଡାଙ୍କୁ ମାରିଦେବା ପାଇଁ ବିକ୍ରମ କୁଆଡେ ରାଣୀଙ୍କ ପଛରେ ଲୋକ ଲଗାଇ ଦେଇଥିଲା। ଆଉ ଏକଥା ଜାଣିବା ପରେ ରାଣୀ ପଣ୍ଡା ସହି ପାରୁନାହାନ୍ତି।

ହଁ ଆଜ୍ଞା ରାଣୀ ପଣ୍ଡା ନିଜେ କହିଛନ୍ତି କିଭଳି ଭାବେ ୮ ବର୍ଷ ଧରି ଦୁଇଜଣ ପ୍ରେମ କରିଥିଲେ ବିଭିନ୍ନ ଜାଗାକୁ ବିଭିନ୍ନ ରାଜ୍ୟକୁ ଯାଇ ଦୁଇଜଣ କିଭଳି କାନ୍ଧରେ ମୁଣ୍ଡ ଥୋଇ ବୁଲୁ ଥିଲେ। ପ୍ରେମର ସମ୍ପର୍କ ଏତେ ମଜବୁତ ଥିଲା ଯେ ଆମେ ଦୁଇଜଣ ବିବାହ କରିନେବା ଏମତିକି ପ୍ରି-ୱେଣ୍ଡିଂର ଫୋଟ ମଧ୍ୟ ସୁଟ କରି ସାରିଥିଲେ। ବିବାହ କରିବା ନିଶ୍ଚିତ ହୋଇସାରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ରାଣୀ ପଣ୍ଡାଙ୍କୁ ବିକ୍ରମ ଧୋକା ଦେଇଦେଲା। ଆଉ କାଲିର ଭିଡ଼ିଓରେ ରାଣୀ ପଣ୍ଡା ବହୁତ ସମୟ ରାହା ଧରି ଚିତ୍କାର କରି କାନ୍ଦିଥିଲେ ରାଣୀପଣ୍ଡା। ଆଉ ପୁରୁଣା ସ୍ମୃତିକୁ ସବୁ ମନେ ପକାଇ କାନ୍ଦୁଛନ୍ତି।

ତାଙ୍କର କୋହକୁ ସେ ସମ୍ଭାଳି ପାରୁନାହାନ୍ତି। ଆଉ ସବୁ କଥା ଗୋଟି ଗୋଟି କରି କହିଛନ୍ତି ଆଉ କହିଛନ୍ତି ତୁ କାହିଁକି ମୋ ସହିତ ଏମିତି ଖେଳିଲୁ ବିକ୍ରମ ତୁ କାହିଁକି ଝିଅ ମାନଙ୍କୁ ଏମିତି ଶସ୍ତା ବୋଲି ଭାବୁଛୁ। ଏମିତି ଅନେକ କଥା କହି କାନ୍ଦିଛନ୍ତି ରାଣୀ ପଣ୍ଡା।ତେବେ କାଲିର ରାଣୀ ପଣ୍ଡାଙ୍କର ଏମିତି ଭିଡ଼ିଓ ଦେଖି ସିନେ ଜଗତର କେତେକ ଅଭିନେତା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପାଖକୁ ଯାଇ ତାଙ୍କ ଦୁଃଖ ସମୟରେ ଛିଡା ହୋଇଥିଲେ। ଆଉ ରାଣୀ ପଣ୍ଡାଙ୍କୁ ସାନ୍ତ୍ୱନା ଦେଇଥିଲେ।

ତେବେ ସେପଟେ ରାଣୀ ପଣ୍ଡାଙ୍କ ଫ୍ୟାନ ମାନେ କମେଣ୍ଟ କରିଥିଲେ ରାଣୀ ଦିଦି ତୁମେ ଏମିତି ଭାଙ୍ଗି ପଡନି। ତୁମେ ନିଜକୁ ସମ୍ଭାଳ। ତୁମେ ଗରିବ ଲୋକଙ୍କ ଦୁଃଖ ଦାରିଦ୍ର୍ୟତାକୁ ସହି ପାରୁନ ହେଲେ ତୁମେ ନିଜେ କେମିତି ନିଜକୁ ସମ୍ଭାଳି ପାରୁନ ତୁମେ ଧର୍ଯ୍ୟ ଧର। ଏମିତି କାନ୍ଦିଲେ କିଛି ହେବନାହିଁ।

Leave a Reply

Your email address will not be published. Required fields are marked *