ବୋହୂ କରିଦେଲା ଏମିତି କାମ ଯାହା ପାଇଁ ଏବେ କାନ୍ଦୁଛି ପୁରା ଗାଁ। ଆଉ ଲୋକେ କହୁଛନ୍ତି…।

ବୋହୂର ଏମିତି ମହାନତା କାମ ଯୋଗୁ ଆଜି କାନ୍ଦୁଛି ପୁରା ଗାଁ। ହଁ ଆଜ୍ଞା କାନ୍ଦୁଛି ପୁରା ଗାଁ କାନ୍ଦୁଛନ୍ତି ପରିବାର ଲୋକେ ଜଣେ କି ଦୁଇ ଜଣ ନୁହଁନ୍ତି ଛୋଟରୁ ବଡ଼ ସମସ୍ତଙ୍କ ଆଖିରୁ ବହିଯାଉଛି ଧାର ଧାର ହୋଇ ଲୁହ। ଏମିତି ଝିଅ ଆଉ କେହି ନାହାଁନ୍ତି। ସମସ୍ତେ ଭାଙ୍ଗି ପଡିଛନ୍ତି। ସଞ୍ଜୁଲତା ଅମର ରହେ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ଗାଁ ଦାଣ୍ଡ। ଆଉ ବୋହୂର ଏଭଳି କାମକୁ ସାରା ଓଡିଶା ବି ଆଜି ପ୍ରଶଂସା କରୁଛି। ହଁ ଆଜ୍ଞା କିଏ ମା’କୁ ହରାଇଛି ତ କିଏ ସ୍ତ୍ରୀକୁ ତ କିଏ ବୋହୂକୁ ହରାଇଛି। ଆଉ ଆଜି ଜଣେ ସାଙ୍ଗ ତା ସାଙ୍ଗକୁ ହରାଇ ବସିଛି। ଆଜି ସମସ୍ତେ କାନ୍ଦୁଛନ୍ତି ସଞ୍ଜୁଲତାଙ୍କୁ ଦେଖିକି। ଆଜି ସମସ୍ତେ କାନ୍ଦୁଛନ୍ତି ସଞ୍ଜୁଲତାଙ୍କୁ ଦେଖି। ଆଉ ସବୁଆଡେ ଶୁଭୁଛି ସଞ୍ଜୁଲତା। ଅମର ରହେ ଅମର ରହେ।

ଯିଏ ପରିବାରର ମୁହଁରେ ଦାନା ଦେଉଥିଲା ଆଜି ସେ ମଲା ପରେ ବି ଏଭଳି କିଛି ମହାନ କାମ କରି ଦେଇଛନ୍ତି ଯାହାକୁ ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ଜୀବନ ସିନା ଚାଲିଗଲା ହେଲେ ସଞ୍ଜୁଲତା ୫ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ତାଙ୍କର ଏଭଳି ମହାନ କାର୍ୟ୍ଯ ପାଇଁ କାନ୍ଦୁଛି ପୁରା ଗାଁ। ଏପଟେ ସଞ୍ଜୁଲତାଙ୍କ ମୃତ୍ୟୁକୁ ଏ ସାଙ୍ଗ ଜଣଙ୍କ ବିଶ୍ୱାସ କରି ପାରୁନାହିଁ। ସେ ବି କାନ୍ଦି କାନ୍ଦି କହୁଛନ୍ତି ସଞ୍ଜୁ ହେଉଛି ମୋର ଛୋଟ ବେଳର ସାଙ୍ଗ।

+୨ ପର୍ଯ୍ୟନ୍ତ ଆମେ ଏକାସାଙ୍ଗରେ କଲେଜ ପର୍ଯ୍ୟନ୍ତ ପଡ଼ିଲୁ। ସେ ମୋର ସବୁଠୁ ଭଲ ସାଙ୍ଗ ଥିଲା। ଆଉ ଆଜି ସେ ମୋତେ ଏକା କରି ଚାଲିଗଲା। ଆଉ ଗାଁର ଆଜି ଏଭଳି ବୋହୁଥିଲା ଯେ ତା ପାଟି ବି କେହି ଶୁଣିନଥିବେ। ହେଲେ ଆଜି ସେ ସମସ୍ତଙ୍କୁ କନ୍ଦାଇ ଏକା କରି ଆରପାରିକୁ ଚାଲିଗଲା। ଆଉ ଆଜିବି ମୁଁ ବିଶ୍ବାସ କରିପାରୁନାହିଁ ଯେ ସେ ଏଭଳି କାର୍ଯ୍ୟ କରି ଦେଇଗଲା ଯେ ତାକୁ ଆଜି ରାଷ୍ଟ୍ରୀୟ ସମ୍ମାନ ମିଳିଛି। କେତେ କଣ କହି କାନ୍ଦି ପକାଉଛି ଏଇ ସାଙ୍ଗ ଜଣକ।

ହଁ ଆଜ୍ଞା ବନ୍ଧୁଗଣ କେନ୍ଦୁଝର ଜିଲ୍ଲା ହାଟଧିଓ ବ୍ଲକ ସଢା ଗାଁର ସଞ୍ଜୁଲତାଙ୍କର ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବାକୁ ପରିବାର ଲୋକେ ନେଲେ ବଡ଼ ନିଷ୍ପତ୍ତି। ମରିବା ପରେ ବି ସଞ୍ଜୁଲତା ତାଙ୍କର ୫ ଟି ଅଙ୍ଗ ଦାନ କରିଛନ୍ତି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଗହଳି ସାଙ୍ଗକୁ ମଲା ଶରୀରକୁ ଗାର୍ଡ ଵନଶ ଦିଆଯାଇଛି ଆଉ ଶବ ଦାହ ସଂସ୍କାରକୁ ସମ୍ପର୍ଣ୍ଣ କରାଯାଇଛି।

ତେବେ ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସଞ୍ଜୁଲତା ଗତ ଗୁରୁବାର ଦିନ ଶୌଚ ହେବାକୁ ଯାଇଥିବା ବେଳେ ବାଥରୁମରେ ଗୋଡ଼ ଖସିଯିବାରୁ ସେ ଗୁରୁତ୍ୱର ହୋଇଗଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆଉ ସେଠାରେ ତାଙ୍କର ଚିକିତ୍ସ ସ୍ଥିତ ଅବସ୍ଥାରେ ତାଙ୍କର ବ୍ରେନ ଡେଥ ହୋଇଥିଲା । ସ୍ତ୍ରୀକୁ ସିନା ଦେଖି ପାରିବେନି ହେଲେ ସଞ୍ଜୁଙ୍କର ଅଙ୍ଗ ଅନ୍ୟ ଜୀବନକୁ ବଞ୍ଚାଇବାକୁ ରବୀନ୍ଦ୍ର ନେଇଥିଲେ ବଡ଼ ନିଷ୍ପତ୍ତି। ତେବେ ସଞ୍ଜୁଙ୍କ ଅଙ୍ଗରେ ପୁଣି ୫ଜଣଙ୍କ ଜୀବନ ବଞ୍ଚିଯିବ। ଆଉ ସୁଖର ସଂସାର ଗଢି ତୋଳିବେ ସେମାନେ।ଟିକେ ଦେଖୁନ୍ତୁ ଏଇ ଗାଁ ଦାଣ୍ଡରେ ଲାଗିଛି ହଜାର ହଜାର ଗ୍ରାମବାସୀଙ୍କ ସମେତ ପୋଲିସ ପ୍ରଶାସନ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିରିକ୍ତ ସେନା ଉପସ୍ଥିତ ରହି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଆଉ ସମସ୍ତଙ୍କ ଆଖିରୁ ଝରିଯାଇଛି ଲୁହ।

Leave a Reply

Your email address will not be published. Required fields are marked *