ଆଉ ହେବନି ଗରମ, ମାଡି ଆସୁଛି ବର୍ଷା, ଏହି ଦିନରୁ କାଚିବ ପ୍ରବଳରୁ ଅତି ପ୍ରବଳ ବର୍ଷା।

ପ୍ରଚଣ୍ଡ ତାତି ଆଉ ଅସହ୍ୟ ଖରାରୁ ମିଳିବ ତ୍ରାହି। ମାଡି ଆସୁଛି ବର୍ଷା। ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ବଦଳିଯିବ ପାଣିପାଗ। ଗୁଳୁଗୁଳିରୁ ମିଳିବ ତ୍ରାହି। ହଁ ଆଜ୍ଞା ଏହି ଦିନ ଠାରୁ ପ୍ରବଳରୁ ଅତି ପ୍ରବଳ କାଚିବ ବର୍ଷା। ଲଗାତାର ଦୁଇଦିନ ଧରି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ଯାହା ଫଳରେ ଅସହ୍ୟ ତାତି ଏବଂ ଗରମରୁ ମିଳିବ ଆସ୍ୱସ୍ତି। ଚାରି ଆଡ଼େ ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହେଇପଡୁଛି। ଏହି ସମୟରେ ଏଭଳି ଆସ୍ୱସ୍ତି କଲା ଭଳି ଖବର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୧ ଏବଂ ୨୨ ତାରିଖ ବେଳକୁ ଖରାର ପ୍ରକପ ସାମାନ୍ୟ ହ୍ରାସ ପାଇବା ସହିତ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳ ବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହା ଫଳରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି।

ଏଥିସହିତ ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ସମୟରେ ଦିନର ତାପମାତ୍ରା ଶୀଘ୍ର ଛୁଇଁବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ଆଶଙ୍କା କରାଯାଉଛି। ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ଅରେଞ୍ଜ ୱାଆନିଂ ଜାରି କରାଯାଇଛି।

୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳ ବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହା ଫଳରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି।ତେବେ ବାୟୁମଣ୍ଡଳର ଉପରି ଭାଗରେ ନିମ୍ନ ଚାପ ରେଖା ସୃଷ୍ଟି ହେବା ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *