ଗାଁରେ ପଡ଼ିଛି ତାଟି କବାଟ,ଭ-ୟରେ ଗାଁ ମାଟି ମାଡୁ ନାହାନ୍ତି ଗ୍ରାମବାସୀ ।

ଆଜକୁ ଛ ଦିନ ହେଲାଣି ଖାଲି ପଡ଼ିଛି ଗାଁ । ଘରେ ପଡ଼ିଛି ତାଟି କବାଟ । ନା କେହି ଘରୁ ବାହାରୁଛନ୍ତି ନା ହିଁ କେହି ଘରୁ ବାହାରକୁ ବାହାରିବାକୁ ସାହସ କରି ପାରୁଛନ୍ତି । ଯେଉଁ ମାନେ ଭିଟା ମାଟି ଛାଡ଼ି କେଉଁ ଆଡ଼େ ଯାଇଛନ୍ତି ସେମାନେ ବି ଗାଁକୁ ଫେରିବାକୁ ସାହସ କରି ପାରୁ ନାହାଁନ୍ତି । ସମସ୍ତଙ୍କର ରହିଛି ଜୀବନ ପ୍ରତି ଭ-ୟ । ହଁ ବନ୍ଧୁଗଣ ଆମେ କହୁଛୁ କଳାହାଣ୍ଡି ଜିଲ୍ଲାର କଥା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ୍ ପରିଚିତ କଳାହାଣ୍ଡି ଜିଲ୍ଲା । ଯେଉଁ ଜିଲ୍ଲାକୁ ସରକାର ମାଓ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ସେହି ଗ୍ରାମରେ ଆଜିକୁ ଛ ଦିନ ହେଲା ତାଟି କବାଟ ପକାଇ ଗ୍ରାମବାସୀ କେଉଁ ଆଡେ ଯାଇଛନ୍ତି ଯେ ଯାଇଛନ୍ତି । ଏବେ ବି ଗାଁ ରେ ଜଣେ ହେଲେ ଲୋକଙ୍କୁ ଦେଖିବାକୁ ମିଳିବା ସ୍ୱପ୍ନ ହୋଇ ଯାଇଛି ।

କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରୁ ୧୧ ଗୋଟି ବ୍ଲକରେ ମାଓବାଦୀଙ୍କ ଚଳ ପ୍ରଚଳ ଥିବା ବେଳେ ଏହି ୧୧ ଜିଲ୍ଲାକୁ ସରକାର ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ଗତ 2021 ମସିହା ଠାରୁ କଳାହାଣ୍ଡି ମାଓବାଦୀଙ୍କ ଅଞ୍ଚଳ ହୋଇଥିବା ସରକାର ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲା ମାଓବାଦୀଙ୍କ ଗଡ ଭାବେ ମଧ୍ୟ ବେଶ୍ ପରିଚିତ । ବିଭିନ୍ନ ସମୟରେ ମାଓବାଦି ମାନଙ୍କ କାର୍ଯ୍ୟ କଲାପ ଦେଖିବାକୁ ମିଳେ । କେତେ ବେଳେ ଗାଁ ରାସ୍ତାରେ ପୋଷ୍ଟର ମା-ରି ଲୋକଙ୍କୁ ଭ-ୟଭୀ-ତ କରିବା ତ୍ ଆଉ କେତେ ବେଳେ ଗାଡ଼ି ଭଙ୍ଗା ରୁଜା କରିବା । କେତେ ବେଳେ ପୋ-ଲିସ ଇନଫର୍ମର ସନ୍ଦେ-ହରେ ଲୋକଙ୍କୁ ଉଠାଇ ନେଇ ଜୀବନରୁ ମା-ରି ଦେବା ଭଳି ଘ-ଟଣା ସାମ୍ନାକୁ ମଧ୍ୟ ଆସେ ।

ସବୁବେଳେ ଲୋକଙ୍କୁ ଭ-ୟଭୀ-ତ କରି ରଖିଥିଲେ ମାଓବାଦୀ । ଆଉ ଏମିତି କିଛି ଘ-ଟଣା ମାଓବାଦୀ ମାନେ ଘଟାଇ ଥିଲେ 9 ତାରିଖ ସକାଳ 9 ଟା ସମୟରେ ଯାହାକୁ ନେଇ ସାରା ଗ୍ରାମରେ ଖେଳି ଯାଇଛି କୋକୁଆ ଭ-ୟ । ଆଉ ଭୟରେ ଅନେକ ଲୋକେ ଘର ଛାଡ଼ି ଥିବା ବେଳେ ଆଉ ଅନେକ ଲୋକେ ଘରୁ ପଦାକୁ ବାହାରିବାକୁ ସାହସ କରି ପାରୁ ନାହାନ୍ତି । ନିଜ ଭିଟା ମାଟି ଛାଡ଼ି ବାହାରେ ରହିବା ବହୁତ୍ କଷ୍ଟ କର କାମ ହୋଇଥିଲେ ମଧ୍ୟ ମାଓବାଦୀ ମାନଙ୍କ ଭ-ୟରେ ଲୋକେ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କାରଣ ମାଓବାଦୀ ଓ ସୁର-କ୍ଷା କର୍ମୀଙ୍କ ମଧ୍ୟରେ ଗୁ-ଳି ବିନମୟ ହୋଇଥିଲା । ଯେଉଁଥିରେ ସୁର-କ୍ଷା କର୍ମୀଙ୍କ ଗୁ-ଳିରେ ଟଳି ପଡ଼ିଥିଲେ ମାଓବାଦୀ ।

ଆଉ ଏହା ପରେ ମାଓବାଦୀ ର-କ୍ତ ମୁଖା ହୋଇ ଉଠିଥିବା ବେଳେ ମାଓବାଦୀ ମାନେ ଏହି ସବୁ ଅଞ୍ଚଳରେ କରୁଛନ୍ତି କାରବାର । ତେବେ ପୋ-ଲିସ ଆଉ ସୁର-କ୍ଷା କର୍ମୀଙ୍କ ଗୁ-ଳିରେ ଯେତେବେଳେ ମାଓବାଦୀ ମାନେ ନି-ହତ ହୋଇଛନ୍ତି ସେତିକି ବେଳେ ଗ୍ରାମବାସୀ ମାନେ ଭ-ୟରେ ଗା ଛାଡ଼ି କିଏ କେଉଁଆଡେ ଚାଲି ଯାଇଛନ୍ତି । ତେବେ ଏହି ଘଟ-ଣାକୁ ଆଜକୁ ୬ ଦିନ ବିତି ଯାଇଛି କିନ୍ତୁ ଆଜିବି ଗାଁ ଜନ ଶୂନ୍ୟ ହୋଇ ପଡ଼ିଛି । ତେବେ କେବେ ଫେରିବେ ଗ୍ରାମବାସୀ ଗ୍ରାମକୁ ତାହା କେବଳ ସେହି ଲୋକ ମାନେ ଜାଣିଥିବା ବେଳେ ଏବେ ବି ଗାଁ ରହିଛି ଜନ ଶୂନ୍ୟ ।

Leave a Reply

Your email address will not be published. Required fields are marked *